ଓଡିଶା

odisha

ପୁଣି ନିର୍ବାଚନ ଦାବିରେ ଜଳୁଛି ପାକିସ୍ତାନ ! ବ୍ୟାପକ ହିଂସାକାଣ୍ଡ, ସ୍ଥିତି ଅଣାୟତ୍ତ

By

Published : May 26, 2022, 9:18 AM IST

Updated : May 26, 2022, 9:58 AM IST

ହିଂସାକାଣ୍ଡରେ ପରିଣତ ହେଲା ପାକିସ୍ତାନ ତେହରିକ-ଇ-ଇନସାଫ(PTI) ଆଜାଦି ମାର୍ଚ୍ଚ (Azadi march) । ଅଧିକ ପଢନ୍ତୁ

ଇମ୍ରାନଙ୍କ ଆଜାଦି ମାର୍ଚ୍ଚରେ ହିଂସାକାଣ୍ଡ, ଲୁହବୁହା ଗ୍ୟାସ ଛାଡ଼ିଲା ପୋଲିସ
ଇମ୍ରାନଙ୍କ ଆଜାଦି ମାର୍ଚ୍ଚରେ ହିଂସାକାଣ୍ଡ, ଲୁହବୁହା ଗ୍ୟାସ ଛାଡ଼ିଲା ପୋଲିସ

ଇସଲାମବାଦ:ଅଶାନ୍ତ ହୋଇପଡିଛି ପାକିସ୍ତାନ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ୍ ଏ ଇନସାଫ ଦଳ(PTI)ର ନେତା ଇମ୍ରାନ ଖାନଙ୍କ ଲଂଗ୍ ମାର୍ଚ୍ଚକୁ ନେଇ ଉତ୍ତେଜନା ଦେଖାଦେଇଛି । ଅନେକ ସ୍ଥାନରେ ପିଟିଆଇ କର୍ମଚାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି । ଅଗ୍ନିକାଣ୍ଡ ପରେ ପୋଲିସ ଲୁହାବୁହା ଗ୍ୟାସ ଛାଡ଼ିଥିବା ଜଣାପଡ଼ିଛି । ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ତାଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଆହ୍ବାନ ଦେଇଥିଲେ । ପିଟିଆଇ କର୍ମଚାରୀ ଓ ପୋଲିସଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ଘଟିଛି ଏହି ହିଂସାକାଣ୍ଡ । ନୂଆ ନିର୍ବାଚନ ତାରିଖ ଘୋଷଣା ନ ହେବା ପର୍ଯ୍ୟନ୍ତ ଡି ଛକୁ ଖାଲି ନ କରିବା ପାଇଁ ଇମ୍ରାନ ତାଙ୍କ ସମର୍ଥକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ସେମାନଙ୍କୁ ବାରଣ କରିବା ପରେ ଏହି ହିଂସାକାଣ୍ଡ ଘଟିଛି । ଇମ୍ରାନ ଖାନ ଦେଶବାସୀ, ମହିଳା ଶିଶୁଙ୍କୁ ପ୍ରକୃତ ସ୍ବାଧୀନତା ପାଇଁ ରାସ୍ତାକୁ ଓହ୍ଲାଇବା ପାଇଁ କହିଛନ୍ତି ।

ସେପଟେ ଏ ନେଇ ସିନେଟର ଏଓନ ଅବାସ ବୁପ୍ରି କହିଛନ୍ତି ଯେ, "ରାତି ପ୍ରାୟ ସାଢେ 2ଟା । ଆଉ ଡି ଛକ ରାସ୍ତାରେ ଜାରି ରହିଛି ଗୁଳି ବିନିମୟ । ଭଗବାନ ଜାଣନ୍ତି ଇମ୍ରାନଙ୍କ ପହଞ୍ଚିବା ପୂର୍ବରୁ ଆଉ କେତେ ରାଉଣ୍ଡ ଗୁଳି ଫୁଟିବ।" ଅନ୍ୟପଟେ ଇସଲାମବାଦରେ ପୋଲିସ ସହିତ ପିଟିଆଇ କର୍ମଚାରୀଙ୍କ ସଂଘର୍ଷ ସମୟରେ PTI ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏକ ଟ୍ବିଟ ହୋଇଥିଲା । ସେଥିରେ ଲେଖାଯାଇଛି ଯେ,"ପାକିସ୍ତାନବାସୀ ନିଜ ଜୀବନ ବଞ୍ଚାଇବା ଲାଗି ଆପ୍ରାଣ ପଣେ ଉଦ୍ୟମ କରୁଛନ୍ତି । ସେମାନେ ଖୁବ ସୁନ୍ଦର ଇନିଂସ ଖେଳୁଛନ୍ତି । ଆଲ୍ଲା ଆପଣଙ୍କୁ ଭଲ ରଖନ୍ତୁ।" ଇସଲାମବାଦରେ ଏହି ମାର୍ଚ୍ଚକୁ ସରକାର ବାରଣ କରିବା ପରେ ଏହା ଧୀରେ ଧୀରେ ରାଜନୈତିକ ହିଂସାର ରୂପ ଧାରଣ କରୁଛି ବୋଲି ଜଣେ ପାକିସ୍ତାନୀ ସାମ୍ବାଦିକ କହିଛନ୍ତି ।

Last Updated : May 26, 2022, 9:58 AM IST

ABOUT THE AUTHOR

...view details