ଇସଲାମବାଦ:ଆସନ୍ତା ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପିଟିଆଇର ପ୍ରମୁଖ ଇମ୍ରାନ ଖାନଙ୍କୁ ଆଜି (ଶନିବାର) ଏକ ଝଟକା ଲାଗିଛି । ନିର୍ବାଚନ ଲଢିବା ପାଇଁ ସେ ଭରିଥିବା ନାମାନଙ୍କ ପତ୍ରକୁ ଆଜି ପାକିସ୍ତାନୀ ନିର୍ବାଚନ ଆୟୋଗ ଖାରଜ କରିଛନ୍ତି । ଇମ୍ରାନ ୨ଟି ଆସନରୁ ନିର୍ବାଚନ ଲଢିବା ଲାଗି ନାମାଙ୍କନ ଭରିଥିବା ବେଳେ ଦୁଇଟି ଯାକ ପତ୍ରକୁ ଖାରଜ କରିଦେଇଛନ୍ତି ଆୟୋଗ ।
୭୧ ବର୍ଷୀୟ ପୂର୍ବତନ କ୍ରିକେଟର ଷ୍ଟାର ଗତବର୍ଷ ୨୦୨୨ ଏପ୍ରିଲରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଇଥିଲା । ଏହାପରେ ସେ ଲଗାତାର ଭାବେ ଆଇନଗତ ଲଢେଇ ଜାରି ରଖିଛନ୍ତି । ଏହାସହିତ ତାଙ୍କ ରାଜନୈତିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ୨୦୧୮ରୁ ୨୦୨୨ ମଧ୍ୟରେ ଇମ୍ରାନଙ୍କୁ ମିଳିଥିବା ଉପହାରଗୁଡିକୁ ଅବୈଧ ରୂପରେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରିଥିବା ଅଭିଯୋଗରେ ଅଗଷ୍ଟରେ ତାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଜେଲ ଯିବା ପରେ ତାଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିନାହିଁ ।
ଏହା ବି ପଢନ୍ତୁ- ଜାଣିଥିଲେ ଗିରଫ ହେବେ, ଗିରଫଦାରୀ ପୂର୍ବରୁ କ‘ଣ କହିଥିଲେ ଇମ୍ରାନ