ଓଡିଶା

odisha

ETV Bharat / international

ଇମ୍ରାନ ଖାନଙ୍କୁ ଶକ୍ତ ଝଟକା, ଦଳୀୟ ଚିହ୍ନ ଛଡାଇ ନେଲେ ନିର୍ବାଚନ କମିଶନ - ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ

Imran Khan's party loses election symbol: ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଝଟକା । ପିଟିଆଇ ଦଳ ଠାରୁ ଦଳୀୟ ଚିହ୍ନ କ୍ରିକେଟ ବ୍ୟାଟକୁ ପ୍ରତ୍ୟାହାର କଲା ପାକିସ୍ତାନ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

ଇମ୍ରାନ ଖାନଙ୍କୁ ପାକିସ୍ତାନ ନିର୍ବାଚନ ଆୟୋଗର ଶକ୍ତ ଝଟକା, ଛଡାଇ ନେଲେ ଦଳୀୟ ଚିହ୍ନ ବ୍ୟାଟ
ଇମ୍ରାନ ଖାନଙ୍କୁ ପାକିସ୍ତାନ ନିର୍ବାଚନ ଆୟୋଗର ଶକ୍ତ ଝଟକା, ଛଡାଇ ନେଲେ ଦଳୀୟ ଚିହ୍ନ ବ୍ୟାଟ

By ETV Bharat Odisha Team

Published : Dec 24, 2023, 8:25 AM IST

ଇସଲାମବାଦ : ପୂର୍ବତନ ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଝଟକା । ପାକିସ୍ତାନ ନିର୍ବାଚନ ଆୟୋଗ ପାକିସ୍ତାନ ତହରିକ ଏ ଇନସାଫ (ପିଟିଆଇ) ଦଳ ଠାରୁ ଦଳୀୟ ଚିହ୍ନ କ୍ରିକେଟ ବ୍ୟାଟ୍ ପ୍ରତ୍ୟାହାର କରିନେଇଛି । ଯାହା ଏହି ପାର୍ଟିର ସଂସ୍ଥାପକ ଇମ୍ରାନ ଖାନଙ୍କ ପୂର୍ବ କ୍ରିକେଟ ଜୀବନକୁ ଦର୍ଶାଉଥିଲା । ପାକ୍ ମୁଖ୍ୟ ନିର୍ବାଚନ ଆୟୁକ୍ତ ସିକନ୍ଦର ସୁଲତାନ ରାଜାଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଇସିପି ପୀଠ ଏହି ନିଷ୍ପତ୍ତି ପ୍ରକାଶ କରିଥିଲେ । ଏହି ପୀଠ ପିଟିଆଇ ପାର୍ଟି ମଧ୍ୟରେ ହୋଇଥିବା ନିର୍ବାଚନକୁ ବେଆଇନ ଏବଂ ଅବୈଧ ବୋଲି ଘୋଷଣା କରିଥିଲେ ।

ପାକିସ୍ତାନ ତହରିକ ଏ ଇନସାଫର ପୂର୍ବ ସଦସ୍ୟ ଅକବର ଏସ ବାବରଙ୍କ ଯାଚିକା ଉପରେ ୧୧ ପୃଷ୍ଠା ବିଶିଷ୍ଟ ଏହି ଆଦେଶ ଦିଆଯାଇଛି । ଏହି ଯାଚିକାରେ ପିଟିଆଇ ନିୟମ ଅନୁସାରେ ନିର୍ବାଚନ କରାଇନାହିଁ । ଏହି ଘଟଣା ପୂର୍ବରୁ ଦେଶରେ କ୍ଷମତାରେ ଥିବା ପାର୍ଟି ପାଇଁ ଏକ ଶକ୍ତ ଝଟକା । କାରଣ ଆସନ୍ତା ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ ।

ଏହା ମଧ୍ୟ ପଢନ୍ତୁ...ବିଲାଓ୍ୱଲ ଭୁଟ୍ଟୋ ପିପିପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ଆସନ୍ତା ଫେବୃଆରୀ 8ରେ ପାକିସ୍ତାନରେ ସାଧାରଣ ନିର୍ବାଚନ

ସୂଚନାଯୋଗ୍ୟ ଯେ, ସଫଳ କ୍ରିକେଟ ଷ୍ଟାରରୁ ପାକିସ୍ତାନର ରାଜନୀତିରେ ଇମ୍ରାନ ଖାନ ପ୍ରବେଶ କରିଥିଲେ । ସେ ଅଗଷ୍ଟ ୨୦୧୮ରୁ ଏପ୍ରିଲ ୨୦୨୨ ଯାଏଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ । ପିଟିଆଇ ପାର୍ଟିର ପ୍ରତିଷ୍ଠାତା ଇମ୍ରାନ ଖାନ ବହୁତ ଦିନ ଧରି ଭ୍ରଷ୍ଟାଚାର ମାମଲାରେ ରାୱଲପିଣ୍ଡିର ଆଦିୱାଲା ଜେଲରେ ଅଛନ୍ତି ଏବଂ ତାଙ୍କର ମୁକ୍ତି ଏତେ ସହଜରେ ହେବାର କୌଣସି ଆଶା ଦେଖାଯାଇନାହିଁ । ସେହିପରି ତାଙ୍କର ଘନିଷ୍ଠ ସହଯୋଗୀ ଶାହ ମହମଦ କ୍ୟୁରେସୀଙ୍କୁ ଗିରଫ କରାଯାଇ ସମାନ ଜେଲରେ ରଖାଯାଇଛି ।

ପାକିସ୍ତାନର ନିର୍ବାଚନ କମିଶନ ନିଜ ଆଦେଶରେ କହିଛନ୍ତି ଯେ, ପିଟିଆଇ ଆମର ନିର୍ଦ୍ଦେଶ ପାଳନ କରିନାହିଁ । ପ୍ରଚଳିତ ସମ୍ବିଧାନ ୨୦୧୯, ନିର୍ବାଚନ ଅଧିନିୟମ ୨୦୧୭ ଓ ନିର୍ବାଚନ ନିୟମ ୨୦୧୭ ଅନୁସାରେ ପାର୍ଟି ମଧ୍ୟରେ ନିର୍ବାଚନ କରେଇବାରେ ବିଫଳ ହୋଇଛି । ଏଥି ସହିତ ଇମ୍ରାନ ଖାନଙ୍କ ବଦଳରେ ପାର୍ଟିର ଅଧ୍ୟକ୍ଷ ହୋଇଥିବା ବାରିଷ୍ଟର ଗୋହର ଅଲୀ ଖାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details