ଓଡିଶା

odisha

By

Published : Apr 11, 2022, 10:47 AM IST

ETV Bharat / international

କାହା ହାତକୁ ଯିବ ପାକିସ୍ତାନ କ୍ଷମତା ଡୋରି ? ଶେହବାଜ ନା କୁରେଶୀ

ବହୁ ବାଦ ବିବାଦ ପରେ ଶେଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ବଳରେ ଗାତିଚ୍ୟୁତ ହୋଇଛନ୍ତି । କଳେ ବଳେ କୌଶଳେ ଗାଦି ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଇମ୍ରାନ୍‌ ‌ଖାନ୍‌ଙ୍କ ସବୁ ଖେଳ ଖତମ ହୋଇଯାଇଛି । ଏହା ପରେ ପାକର ନୂଆ ପ୍ରଧାନମନ୍ତ୍ରୀ ବଛା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଶେହବାଜ ବନାମ କୁରେଶୀ
ଶେହବାଜ ବନାମ କୁରେଶୀ

ଇସଲାମାବାଦ: ବହୁ ବାଦ ବିବାଦ ପରେ ଶେଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ବଳରେ ଗାତିଚ୍ୟୁତ ହୋଇଛନ୍ତି । କଳେ ବଳେ କୌଶଳେ ଗାଦି ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଇମ୍ରାନ୍‌ ‌ଖାନ୍‌ଙ୍କ ସବୁ ଖେଳ ଖତମ ହୋଇଯାଇଛି। ଏହା ପରେ ପାକର ନୂଆ ପ୍ରଧାନମନ୍ତ୍ରୀ ବଛା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ପାକିସ୍ତାନକୁ ମିଳିବ ତାର ନୂଆ ପ୍ରଧାନମନ୍ତ୍ରୀ । ଆଜି ପାକିସ୍ତାନ ସଂସଦରେ ଭୋଟିଂ ହେବ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ଶେହବାଜ ଶରିଫ (Shehbaz Sharif) ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଶେହବାଜ ଶରିଫ୍ ବର୍ତ୍ତମାନ PML-N(Pakistan Muslim League-Nawaz) ଦଳର ଅଧ୍ୟକ୍ଷ ଅଛନ୍ତି ।

PML-N ନିର୍ବାଚନ ପାଇଁ ଏକରୁ ଅଧିକ ନାମାଙ୍କନ ପତ୍ର ସଂଗ୍ରହ କରିଛି । ବିପକ୍ଷ ମେଣ୍ଟ ମଧ୍ୟ ଶେହବାଜ ସରିଫଙ୍କ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରାଯାଇ ପାରିବ ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ମିଳିତ ବିରୋଧୀ ଦଳର ନେତାମାନେ ନାମାଙ୍କନପତ୍ର ଦାଖଲ କରିବେ ଯାହା ଅପରାହ୍ନ 3 ଟାରେ ଯାଞ୍ଚ ହେବ ଏବଂ ଯାଞ୍ଚ ପରେ ପ୍ରାର୍ଥୀଙ୍କ ତାଲିକା ପ୍ରଦର୍ଶିତ ହେବା ନେଇ ସୂଚନା ମିଳିଛି ।

କିଏ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ 3ଥର ପ୍ରଧାନମନ୍ତ୍ରୀ ହୋଇଥିବା ଶେହବାଜ ଶରିଫଙ୍କୁ ବିପକ୍ଷ ମେଣ୍ଟ ପ୍ରଧାନମନ୍ତ୍ରୀ ପଦ ପାଇଁ ମିଳିତ ପ୍ରାର୍ଥୀ ଘୋଷଣା କରିଛି । ସେପଟେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନଶାଫ (ପିଟିଆଇ) ପକ୍ଷରୁ ବିଦାୟୀ ବର୍ହିଃ ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଛି । ପାକିସ୍ତାନର ବିରୋଧୀ ମେଣ୍ଟ ଏବେ ଶାସକ ମେଣ୍ଟ ହେବାକୁ ଯାଉଛି । 342 ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ସମାଜବାଦୀ, ଇଦାରପନ୍ଥୀ ଓ କଠୋରପନ୍ଥୀ ଧର୍ମୀୟ ଦଳଗୁଡିକର 172 ଏମପି ରହିଛନ୍ତି ।

ଇମ୍ରାନଙ୍କୁ ହଟାଇ ନୂଆ ସରକାର ଗଠନ କରିବା ପାଇଁ 172 ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ବିରୋଧୀ ମେଣ୍ଟ ନିକଟରେ ତହିଁରୁ ଅଧିକ 2 ଜଣ ଏମପି ଅଛନ୍ତି । ତେଣୁ 70 ବର୍ଷୀୟ ଶେହୱାଜ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିନ୍ତ ବୋଲି କୁହାଯାଉଛି । ସେମାନଙ୍କୁ ୱାକ ଓଭର ନ ଦେବା ପାଇଁ ପିଟିଆଇ ନେତୃତ୍ବାଧୀନ ମେଣ୍ଟ କୁରେଶୀଙ୍କୁ ମଇଦାନକୁ ପଠାଇଛି ।

ABOUT THE AUTHOR

...view details