ଡୋମାସକସ:ମଧ୍ୟପ୍ରାଚ୍ୟ ଦେଶ ସିରିଆ ଉପକୂଳରେ ଏକ ବୋଟ ବୁଡିଯିବା ଫଳରେ ପ୍ରାୟ 70ରୁ ଊର୍ଦ୍ଧ୍ବ ପ୍ରାଣ ହରାଇଛନ୍ତି (boat that sank off the Syrian coast)। ଗୁରୁବାର ଏହି ଅଘଟଣ ଘଟିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 30 ମୃତଦେହ (several dead in Syrian coast) ଉଦ୍ଧାର କରାଯାଇ ଥିବାବେଳେ ଏବେ ମଧ୍ୟ ଅନେକ ନିଖୋଜ ରହିଥିବା ସିରିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଦୁର୍ଘଟଣାର ଶିକାର ହୋଇଥିବା ଏହି ବୋଟରେ ଶରଣାର୍ଥୀ ଥିବା ନେଇ ମଧ୍ୟ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।
ସ୍ବାସ୍ଥ୍ୟମନ୍ତ୍ରୀ ହାସନ ଅଲ ଗବ୍ବାସ ସୂଚନା ଦେଇ କହିଛନ୍ତି, ‘‘ଗୁରୁବାର ସିରିଆର ଉପକୂଳ ସହର ଟାର୍ଟୁସ (Tartous)ରେ ଏହି ଅଘଟଣ ଘଟିଛି (boat sank in Syrian coast) । ବୋଟରେ ମୋଟ କେତେ ଯାତ୍ରୀ କିମ୍ବା ଶରଣାର୍ଥୀ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପ୍ରାୟ 20 ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ଏବେ ମଧ୍ୟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାର ଅପରେସନ ଜାରି ରହିଛି ।’’ ବର୍ତ୍ତମାନ ସୁଦ୍ଧା ପ୍ରାୟ 31 ମୃତଦେହ ଉଦ୍ଧାର କରାଯାଇ ସାରିଲାଣି । ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେମାନେ ସିରିଆର ପ୍ରକୃତ ନାଗରିକ ନା ବେଆଇନ ଭାବେ ସିରିଆରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଶରଣାର୍ଥୀ ତାହା ବର୍ତ୍ତମାନ ସଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ ।