ଓଡିଶା

odisha

ETV Bharat / international

ପୂର୍ବ ସାଗରରେ ଉତ୍ତର କୋରିଆ ପକାଇଲା ବାଲିଷ୍ଟିକ ମିସାଇଲ - ଆମେରିକା ଦକ୍ଷିଣ କୋରିଆ ସମରାଭ୍ୟାସ

ଆମେରିକା-ଦକ୍ଷିଣ କୋରିଆ ସମରାଭ୍ୟାସ (US South Korea drills) ପୂର୍ବରୁ ପୂର୍ବ ସାଗରରେ ବାଲିଷ୍ଟିକ ମିସାଇଲ ଲଞ୍ଚ କଲା (ballistic missile fired by North Korea) ଉତ୍ତର କୋରିଆ । ଦକ୍ଷିଣ କୋରିଆ କହିଲା ।ଯେକୌଣସି ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ । ଅଧିକ ପଢନ୍ତୁ

ଆମେରିକା ଦକ୍ଷିଣ କୋରିଆ ସମରାଭ୍ୟାସ ପୂର୍ବରୁ ଶକ୍ତି ଦେଖାଇଲା ଉତ୍ତର କୋରିଆ, ପୂର୍ବ ସାଗରରେ ଲଞ୍ଚ କଲା ବାଲିଷ୍ଟିକ ମିସାଇଲ
ଆମେରିକା ଦକ୍ଷିଣ କୋରିଆ ସମରାଭ୍ୟାସ ପୂର୍ବରୁ ଶକ୍ତି ଦେଖାଇଲା ଉତ୍ତର କୋରିଆ, ପୂର୍ବ ସାଗରରେ ଲଞ୍ଚ କଲା ବାଲିଷ୍ଟିକ ମିସାଇଲ

By

Published : Sep 25, 2022, 7:56 PM IST

ସିଓଲ:ମିଳିତ ସମରାଭ୍ୟାସ କରିବାକୁ ଯାଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆ (US South Korea drills)। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ ଶକ୍ତି ଦେଖାଇଛି ଦକ୍ଷିଣ କୋରିଆର ପାରମ୍ପରିକ ଶତ୍ରୁ ଉତ୍ତର କୋରିଆ । ଉତ୍ତର କୋରିଆ ପୂର୍ବ ସାଗରରେ ଏକ ଅତ୍ୟାଧୁନିକ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ଲଞ୍ଚ କରିଛି (ballistic missile fired by North Korea)। କୋରିଆ ଉପଦ୍ବୀପ ସାଗରୀୟ ଅଞ୍ଚଳରେ ଏହି ମିଳିତ ସମରାଭ୍ୟାସ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଅତ୍ୟାଧୁନିକ ଯୁଦ୍ଧ ଯାହାଜ ମଧ୍ୟ ଆସି ପହଞ୍ଚି ସାରିଲାଣି ।

ସେହିପରି ସହଯୋଗୀ ଦକ୍ଷିଣ କୋରିଆ ମଧ୍ୟ ଅଭ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି । ଏପରି ସମୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଉତ୍ତର କୋରିଆର ନିଜର ସାମର୍ଥ୍ୟର ଉପସ୍ଥିତି ଜାହିର କରିବା ପାଇଁ ହଠାତ ମିସାଇଲ ଲଞ୍ଚ କରିଥିବା ସୂଚନା ମିଳିଛି । ଏହି ଯୁଦ୍ଧାଭ୍ୟାସ କାର୍ଯ୍ୟକ୍ରମରେ ଦୁଇ ଦେଶର ଅତ୍ୟାଧୁନିକ ଯୁଦ୍ଧ ଯାହାଜ ଅଂଶଗ୍ରହଣ କରିବେ (US South Korea drills)। ଏଥିପାଇଁ ଆମେରିକା ନୌସେନାର ଆଣବିକ ଶକ୍ତି ସମ୍ପନ ଯୁଦ୍ଧ ଜାହାଜ ମଧ୍ୟ ଉପଦ୍ବୀପ ସାଗରୀୟ କ୍ଷେତ୍ରକୁ ଆସି ସାରିଛି ।

ଏପରି ସମୟରେ ପାରମ୍ପରିକ ଶତ୍ରୁର ଏପରି ଶକ୍ତି ପ୍ରଦର୍ଶନକୁ ଗମ୍ଭୀରତାର ସହ ନେଇଛି ଦକ୍ଷିଣ କୋରିଆ । ସ୍ଥିତି ଅନୁସାରେ ଦକ୍ଷିଣ କୋରିଆର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଦକ୍ଷିଣ କୋରିଆର ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି । ଉତ୍ତର କୋରିଆର ଗତିବିଧି ସାଙ୍ଗକୁ ଗୁଇନ୍ଦା ଓ ଇଣ୍ଟେଲିଜେନ୍ସି ସର୍ଭିଲାନ୍ସକୁ ମଧ୍ୟ ସକ୍ରିୟ କରାଯାଇଛି । ଗତ ଜୁନ ମାସରେ ମଧ୍ୟ ଏହିପରି କଛି ଉତ୍ତେଜନାମୂଳକ ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା ।

ଆମେରିକା ଦକ୍ଷିଣ କୋରିଆର ମିଳିତ ଅଭ୍ୟାସବେଳେ 8 ସର୍ଟ-ରେଞ୍ଜ ମିସାଇଲ ଲଞ୍ଚ କରିଥିଲା ଉତ୍ତର କୋରିଆ । ଜବାବରେ ଦକ୍ଷିଣ କୋରିଆ ମଧ୍ୟ 8ଟି ବାଲିଷ୍ଟିକ ମିସାଇଲ ଲଞ୍ଚ କରିଥିଲା (ballistic missile fired by North Korea )। ଦୁଇ କୋରିଆ ମଧ୍ୟରେ ଦୀର୍ଘ ବର୍ଷର ପାରମ୍ପରିକ ପ୍ରତିଦ୍ବନ୍ଦ୍ବ୍ବୀତା ରହି ଆସିଛି । କ୍ଷେପଣାସ୍ତ୍ର ଗବେଷଣାକୁ ପ୍ରାରମ୍ଭରୁ ଗୁରୁତ୍ବ ଦେଇଆସୁଛି ଉତ୍ତର କୋରିଆ । ତେବେ ଦକ୍ଷିଣ କୋରିଆ ଓ ତାର ସହଯୋଗୀ ତଥା ମିତ୍ର ରାଷ୍ଟ୍ରଙ୍କ ସହ ଉତ୍ତର କୋରିଆର ତିକ୍ତତା ମଧ୍ୟ ଦୀର୍ଘ ଦିନର ।

ABOUT THE AUTHOR

...view details