ନୂଆଦିଲ୍ଲୀ: ଋଷ ଓ ୟୁକ୍ରନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏପଟେ ଆଜି ୟୁ୍କ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ଯେ, ଯୁଦ୍ଧର ୩୬ ଦିନ ପରେ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ୟୁରୋପରେ କିମ୍ବା ବିଦେଶରେ କେହି ରାଷ୍ଟ୍ରପତି ଜେଲେନସ୍କି କିମ୍ବା ୟୁକ୍ରେନ ଉପରେ ଚାପ ପକାଇବାକୁ ସାହସ କରିବେ ନାହିଁ । ଏଥିସହ ୟୁକ୍ରେନ ସ୍ବାଧୀନ ବୋଲି ସେ ଘୋଷଣା କରିଛନ୍ତି ।
ସେହିଭଳି ଗତକାଲି ୟୁକ୍ରେନ ସଙ୍କଟକୁ ନେଇ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଅଷ୍ଟ୍ରେଲିଆ ଓ ଡଚ୍ ସଂସଦକୁ ସମ୍ଭୋଧିତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସେ ଋଷ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧକ ଲଗାଇବା ପାଇଁ ଉଭୟ ସଂସଦକୁ କହିଥିଲେ । ଫଳରେ ଏହା ଦ୍ବାରା ଋଷ ଅଧିକ ଚିନ୍ତାରେ ପଡିବା ସହ ଆର୍ଥିକ ସଙ୍କଟରେ ପଡିବ ବୋଲି ଜେଲେନ୍ସ୍କି ନିବେଦନ କରିବା ସହ ଏହା କହିଥିଲେ ।