କାଠମାଣ୍ଡୁ: ଅଯୋଧ୍ୟାରେ ଆସନ୍ତା ୨୨ ତାରିଖ ରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଯାହାକୁ ନେଇ ସମଗ୍ର ଭାରତରେ ହର୍ଷୋଲ୍ଲାସର ମାହୋଲ ରହିଛି । ଏହି କ୍ରମରେ ମାତା ସୀତାଙ୍କ ଜନ୍ମଭୂମି କୁହାଯାଉଥିବା ନେପାଳର ଜନକପୁରରେ ଅନେକ ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥି ପାଇଁ ମାତା ସୀତାଙ୍କ ଅନ୍ୟନାମ ଜାନକୀ ଅଟେ , ଯେକି ଜନକପୁର ରାଜ୍ୟର ରାଜା ଜନକ ଙ୍କ ଝିଅ ଥିଲେ । ଜନକପୁର କାଠମାଣ୍ଡୁ ଠାରୁ ୨୨୦ କିଲୋମିଟର ଦକ୍ଷିଣ ପୂର୍ବରେ ଅବସ୍ଥିତ ଥିବା ବେଳେ ଅଯୋଧ୍ୟା ରୁ ୫୦୦ କିଲୋମିଟର ପୂର୍ବରେ ଅବସ୍ଥିତ ।
ଏହା ମଧ୍ୟ ପଢନ୍ତୁ ...ରାମଲାଲାଙ୍କ ଶ୍ରୀବିଗ୍ରହ ପାଇଁ ଚୂଡ଼ାନ୍ତ ହେଲା ପ୍ରଖ୍ୟାତ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି
ନେପାଳର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ବିମଳେନ୍ଦ୍ର ନିଧି ଗତ ଶନିବାର ଦିନ କହିଥିଲେ ଯେ ଆମ ମାଟିର ଝିଅ ମାତା ଜାନକୀଙ୍କ ବିବାହ ଭଗବାନ ଶ୍ରୀରାମଙ୍କ ସହିତ ହୋଇଥିଲା । ଅଯୋଧ୍ୟ ରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ । ଭାରତରେ ସୁପ୍ରିମ କୋର୍ଟ ଯେବେ ରାମ ମନ୍ଦିର ସମ୍ବନ୍ଧରେ ନିର୍ଣ୍ଣାୟକ ନିଷ୍ପତ୍ତି ଶୁଣାଇଥିଲେ ତେବେ ଜନକପୁରର ଲୋକ ମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ଭାରତରେ ଥିବା ନେପାଳର ରାଜଦୂତ ଶଙ୍କର ପ୍ରସାଦ ଶର୍ମା କହିଛନ୍ତି ଯେ ଅଯୋଧ୍ୟାର ରାମ ମନ୍ଦିରର ଭବ୍ୟ ଉତ୍ସବ ରେ ନେପାଳର ଅନେକ ଲୋକ ସାମିଲ ହେବେ । ଏହା ସହ ଉଭୟ ଅଯୋଧ୍ୟା ଓ ଜନକପୁରକୁ ସିଷ୍ଟର ସିଟି ରୂପେ ସ୍ଥାପିତ କରିବାକୁ ସେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।