ହାଇଦ୍ରାବାଦ:ଆସ୍ଥା ଭୋଟରେ ବହୁମତ ପ୍ରମାଣିତ କରିବାରେ ସଫଳ ହେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) (Nepal Prime Minister Pushpa Kamal Dahal)। ଆଜି ନେପାଳ ସଂସଦରେ ଆସ୍ଥା ଭୋଟ ଜରିଆରେ ସେ ତାଙ୍କ ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି । ଏହି ଆସ୍ଥା ଭୋଟରେ ତାଙ୍କୁ ମୋଟ ସଦସ୍ୟଙ୍କ 99 ପ୍ରତିଶତ ଭୋଟ ମିଳିଛି । ଏପରି ସଫଳତା ହାସଲ କରିବାରେ ନେପାଳ ରାଜନୀତି ଇତିହାସରେ ପ୍ରଚଣ୍ଡ ପ୍ରଥମ ପ୍ରଧାନମନ୍ତ୍ରୀ । ନେପାଳ ରାଜନୈତିକ ଅସ୍ଥିରତା ମଧ୍ୟରେ ଏପରି ଫଳାଫଳ କୋଚିତ ଦେଖିବାକୁ ମିଳିଥାଏ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।
ଆଜି ସଂସଦରେ ଏହି ଆସ୍ଥା ଭୋଟିଂ କାର୍ଯ୍ୟକ୍ରମ ହୋଇଥିଲା (Nepal Prime Minister Pushpa Kamal Dahal)। ଏଥିରେ ମୋଟ 275 ନିର୍ବାଚିତ ସାଂସଦଙ୍କ ମଧ୍ୟରୁ 170 ଜଣ ଅଂଶଗ୍ରହଣ କରିଥିଲେ । ଗୋଟିଏ ଭୋଟ ଖାରଜ ହେବା ସହ ଅନ୍ୟ 4 ସାଂସଦ ବିଭିନ୍ନ କାରଣରୁ ମତଦାନରୁ ବଞ୍ଚିତ ହୋଇଥିଲେ । 275 ସଦସ୍ୟ ବିଶିଷ୍ଟ ନେପାଳ ସଂସଦରେ ଏନସିରେ 89 ଜଣ ସାଂସଦ ଥିବା ବେଳେ UMLର 79 ସଦସ୍ୟ ରହିଛନ୍ତି । ସେହିଭଳି ସିପିଏନ୍, ସିପିଏନ୍ ଏବଂ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ଯଥାକ୍ରମେ 32, 10 ଏବଂ 20 ଲେଖାଏଁ ସଦସ୍ୟ ରହିଛନ୍ତି । ସେହିପରି ସଂସଦରେ ଜନମତ ପାର୍ଟିର 6 ଜଣ ସଦସ୍ୟ, ଲୋକତାନ୍ତ୍ରିକ ସମାଜବାଦୀ ଦଳର 4 ଜଣ ସଦସ୍ୟ ଏବଂ ସିଭିଲ ଇମ୍ୟୁନିଟି ପାର୍ଟିର 3 ଜଣ ସଦସ୍ୟ ଅଛନ୍ତି ।