ଓଡିଶା

odisha

By

Published : Jul 11, 2023, 4:01 PM IST

ETV Bharat / international

ନେପାଳରେ ବିମାନ କ୍ରାସ, ପାଇଲଟ ସମେତ 6 ମୃତ

ନେପାଳରେ ପୁଣି ବିମାନ ଦୁର୍ଘଟଣାଗ୍ରସ୍ତ । ସୋଲୁଖମ୍ବୁରୁ କାଠମାଣ୍ଡୁ ଯାଉଥିବା ବିମାନ ନିଖୋଜ ପରେ କ୍ରାସ ହୋଇଥିବା ସୂଚନା ମିଳିଛି । ଏଥିରେ ୫ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

nepal helicopter crash
ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ

କାଠମାଣ୍ଡୁ: ନେପାଳରେ ନିଖୋଜ ଥିବା ବିମାନର ଭଗ୍ନାବଶେଷ ମିଳିଛି । ସୋଲୁଖୁମ୍ବୁରୁ କାଠମାଣ୍ଡୁ ଯାଉଥିବା ବିମାନ ନିଖୋଜ ପରେ କ୍ରାସ ହୋଇଥିବା ସୂଚନା ମିଳିଛି । ଏଥିରେ ୬ ଯାତ୍ରା କରୁଥିବା 6 ଜଣଙ୍କ ମୃତଦେହ ଠାବ କରାଯାଇଛି । ୫ ଜଣ ଯାତ୍ରୀ ବିଦେଶୀ ଥିଲେ, ଯେଉଁମାନେ ମେକ୍ସିକୋର ନାଗରିକ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ଦିନ ୧୦.୧୦ ମିନିଟରେ ମନାଙ୍ଗ ଏୟାରଲାଇନ୍ସର 9N-AMV ବିମାନ ଉଡ଼ାଣ ପରେ ନିଖୋଜ ହୋଇଯାଇଥିଲା । ଉଡ଼ାଣ ଭରିବାର ୧୫ ମିନିଟ ପରେ ବିମାନଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କୋଶୀ ପ୍ରାନ୍ତ ପୋଲିସ ଡିଆଇଜି ରାଜେଶନାଥ ବସ୍ତୋଲାଙ୍କ ସୂଚନା ଅନୁଯାୟୀ, ସୋଲୁଖୁମ୍ବୁ ଜିଲ୍ଲାର ଲିଖୁପିକେ ଅନ୍ତର୍ଗତ ଲାମଜୁରା ଗ୍ରାମରେ ବିମାନ କ୍ରାସ ହେବାନେଇ ସ୍ଥାନୀୟବାସୀ ସୂଚନା ଦେଇଥିଲେ । ପାହାଡ଼ର ଶୀର୍ଷରେ ଥିବା ଏକ ଗଛ ସହ ଧକ୍କା ହେବାରୁ ବିମାନଟି ଦୁର୍ଘଟଣାର ଶିକାର ହୋଇଛି । ଉଦ୍ଧାର ହୋଇଥିବା ମୃତଦେହ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇ ପାରିନାହିଁ । ମନାଙ୍ଗ ଏୟାରଲାଇନ୍ସର ସଞ୍ଚାଳନ ଏବଂ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନରେ କ୍ୟାପଟେନ ଚେଟ ବାହାଦୁର ଗୁରୁଙ୍ଗଙ୍କ ସହ ପାଞ୍ଚ ଜଣ ମେକ୍ସିକୋ ନାଗରିକ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:Nepal Plane Crash History: ୧୨ ବର୍ଷରେ ୮ ବଡ ବିମାନ ଦୁର୍ଘଟଣା, ଯାଇଛି ୧୬୬ ଜୀବନ

ଦୁର୍ଘଟଣାର ଶିକାର ହୋଇଥିବା ବିମାନଟି ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଦୁନିଆର ସର୍ବୋଚ୍ଚ ଶିଖର ଏଭରେଷ୍ଟକୁ ଯାଉଥିଲା । ସୋଲୁଖମ୍ବୁ ଜିଲ୍ଲାର ସୁରକେ ବିମାନବନ୍ଦରରୁ ଏହା ଉଡ଼ାଣ ଭରିଥିଲା । ୧୨୦୦୦ ଫୁଟରୁ ଅଧିକ ଉଚ୍ଚକୁ ଯିବା ପରେ କଣ୍ଟ୍ରୋଲ ଟାୱାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଦୁର୍ଘଟଣା ସୂଚନା ପାଇବା ପରେ ଘଟଣାସ୍ଥଳକୁ ଅଲ୍ଟିଟ୍ୟୁଡ ଏୟାର ହେଲିକପ୍ଟର ପଠାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ପ୍ରକାଶଥାଉକି, ନେପାଳରେ ଉଚ୍ଚ ପର୍ବତ ପାଇଁ ଅନେକ ସମୟରେ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥାଏ । ଗତ ଜାନୁଆରୀ ମାସରେ କାଠମାଣ୍ଡୁରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟି ୬୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଗତ ୧୨ ବର୍ଷ ମଧ୍ୟରେ ନେପାଳରେ ୯ଟି ବଡ଼ ବିମାନ ଦୁର୍ଘଟଣା ହୋଇଛି । ୨୦୧୦ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ବିମାନ ଦୁର୍ଘଟଣା ଯୋଗୁଁ ୧୭୧ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଠାରେ ଖରାପ ପାଗ ଏବଂ ପର୍ବତ ମଧ୍ୟରେ ନିର୍ମିତ ହୋଇଥିବା ଏୟାରଷ୍ଟ୍ରିପ୍ ବିମାନ ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି କୁହାଯାଏ ।

ABOUT THE AUTHOR

...view details