ଓଡିଶା

odisha

ETV Bharat / international

Israel-Gaza War: ଦୁଇ ଦିନରେ ଗଲାଣି ୧ ହଜାରରୁ ଅଧିକ ଜୀବନ !

ଗତକାଲିଠାରୁ ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଆକ୍ରମଣ ଓ ପ୍ରତିଆକ୍ରମଣରେ ୨ ହଜାରରୁ ଅଧିକ ଜୀବନ ଯାଇଥିବା ଆଶଙ୍କା । ଏବେ ମଧ୍ୟ ଜାରି ରହିଛି ଇସ୍ରାଏଲର ଆକ୍ରମଣ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 8, 2023, 8:42 PM IST

Israel Gaza War: ଦୁଇ ଦିନରେ ଗଲାଣି ୧୦୦୦ରୁ ଅଧିକ ଜୀବନ !
Israel Gaza War: ଦୁଇ ଦିନରେ ଗଲାଣି ୧୦୦୦ରୁ ଅଧିକ ଜୀବନ !

ହାଇଦ୍ରାବାଦ: ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପରେ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ତେବେ ଗତକାଲି ସକାଳୁ ଆରମ୍ଭ ହୋଇଥିବା ଏହିି ଆକ୍ରମଣ ଓ ପ୍ରତି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ସୂତ୍ର ଆଶଙ୍କା ପ୍ରକାଶ ପାଇଛି । ଏବେ ସୁଦ୍ଧା ସାମ୍ନାକୁ ଆସିଥିବା ମୃତାହତଙ୍କ ସଂଖ୍ୟାଠାରୁ ପ୍ରକୃତ ସଂଖ୍ୟା ଢେର ଅଧିକ ହେବା ନେଇ ଅନେକ ସଂସ୍ଥା ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏବେ ମଧ୍ୟ ଆକ୍ରମଣ ଜାରି ରହିଥିବା କାରଣରୁ ମୃତାହତଙ୍କ ସଂଖ୍ୟା ଆହୁରି ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲରେ ଅଧିକ ମୃତାହତଙ୍କ ସଂଖ୍ୟା ରହିଛି । ଏବେ ସୁଦ୍ଧା ଇସ୍ରାଏଲରେ ପ୍ରାୟ ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସହ ହଜାରରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସେହିପରି ଇସ୍ରାଏଲ ଗତକାଲି ଠାରୁ ପାଲେଷ୍ଟାଇନ ନିୟନ୍ତ୍ରଣାଧୀନ ଗାଜା ଷ୍ଟ୍ରିପ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି । ଏଥିରେ ପ୍ରାୟ ୪୦୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ ପାଇଛି । ସେହିପରି ୧୭ ଶହରୁ ଅଧିକ ପାଲେଷ୍ଟାଇନ ନାଗିରକ ଆହତ ମଧ୍ୟ ହୋଇଛନ୍ତି ।

ଗତକାଲି (ଶନିବାର) ସକାଳେ ଗାଜା ପଟିରୁ ଆତଙ୍କୀ ସଂଗଠନ ‘ହମାସ’ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ମାତ୍ର ୨୦ ମିନିଟ ମଧ୍ୟରେ ଗାଜାରୁ ଇସ୍ରାଏଲ ଅଞ୍ଚଳକୁ ପ୍ରାୟ ୫ ହଜାରରୁ ଅଧିକ ରକେଟ ମାଡ କରାଯାଇଥିଲା । ଏହା ଇସ୍ରାଏଲୀ ଗୁଇନ୍ଦା ବିଭାଗର ବିଫଳତା ବୋଲି ମଧ୍ୟ ଚର୍ଚ୍ଚା ହୋଇଛି । ବ୍ୟାପକ ରକେଟ ମାଡରେ ଭୟଙ୍କର ଭାବେ ଇସ୍ରାଏଲ କ୍ଷତିଗ୍ରସ୍ତ ହୋଇଥିଲା । ତୁରନ୍ତ ଜବାବ ଦେବାକୁ ଯାଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ ।

ଇସ୍ରାଏଲ ସେନା ହମାସ ଗୋଷ୍ଠୀର ଏହି ଆକ୍ରମଣକୁ ଯୁଦ୍ଧ ଅପରାଧ ବା ଓ୍ବାର-କ୍ରାଇମ ବୋଲି କହିଛି । ଏଥିପାଇଁ ଆତଙ୍କୀ ସଂଗଠନ ‘ହମାସ’କୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ମଧ୍ୟ ସେନା ଚେତାବନୀ ଦେବା ସହ ‘ଆଇରନ ସୋର୍ଡ’ ନାମରେ ସାମରିକ ଅଭିଯାନ ଆରମ୍ଭ କରିଥିଲା । ଗତକାଲି ଠାରୁ ଗାଜା ପଟିରେ ଥିବା ହମାସ ଆତଙ୍କୀ ଗୋଷ୍ଠୀର ଏକାଧିକ ଆଡ୍ଡା ଉପରେ ରକେଟ ମାଡ ସହ ଏୟାର ଷ୍ଟ୍ରାଇକ ଜାରି ରଖିଛି ଇସ୍ରାଏଲ ସେନା । ପାଲଟା ଆକ୍ରମଣରେ ଗାଜାରେ ପ୍ରାୟ ୪ଶହରୁ ପାଲେଷ୍ଟାଇନ ଅଧିକ ନାଗରିକ ମୃତ୍ୟୁ ହୋଇଥିବା ସୂତ୍ରରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- Attack on Israel: ଅକ୍ଟୋବର 14 ପର୍ଯ୍ୟନ୍ତ ଟେଲ ଏଭିଭ ଏୟାରପୋର୍ଟକୁ ଏୟାର ଇଣ୍ଡିଆ ଉଡାଣ ବାତିଲ

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତିକୁ ଦେଖି ଜାତିସଂଘ ସୁରକ୍ଷା ପରିଷଦ ଜରୁରୀ ବୈଠକ ମଧ୍ୟ ଡାକିଛି । ଇସ୍ରାଏଲରେ ବିଭିନ୍ନ ଦେଶର ନାଗରିକ ଥିବା କାରଣରୁ ଆକ୍ରମଣ ଘଟଣାରେ ଅନ୍ୟ ଦେଶମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି । ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କ ରହିବା ଓ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛି ଦୂତାବାସ । ପ୍ରାୟ ସମସ୍ତ ଦେଶ ଏବେ ଇସ୍ରାଏଲକୁ ବିମାନ ସେବା ମଧ୍ୟ ସ୍ଥଗିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details