ହାଇଦ୍ରାବାଦ:ଟ୍ୱିଟର ମାଲିକ ଏଲନ ମସ୍କ କୌଣସି ନା କୌଣସି କାରଣ ପାଇଁ ହେଡଲାଇନରେ ରହିଥାଆନ୍ତି । ବର୍ତ୍ତମାନ ସେ ତାଙ୍କର ଜୀବନ ଶୈଳୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର କିଛି ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ବେସ ଭାଇରାଲ ହେବାରେ ଲାଗିଛି । ଗତ କିଛି ଦିନ ପୂର୍ବେ ସେ ବର ବେଶରେ ଘୋଡା ଉପରେ ନଜର ଆସିଥିବା ବେଳେ ବର୍ତ୍ତିମାନ ସେ ଶେରଓ୍ବାନି ପିନ୍ଧିଥିବାର ନଜର ଆସିଛନ୍ତି । ମସ୍କଙ୍କ ଏହି ଲୁକ ପୁରା ଭାରତୀୟ ବର ଭଳି ଲାଗୁଛି । ଯାହାକୁ ୟୁଜର୍ସମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ।
ତେବେ ମସ୍କଙ୍କ ଏହି ଫଟୋ ଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦ୍ବାରା ଏଡିଟ କରାଯାଇଛି । ଏଆଇର କମାଲରେ ଫଟୋ ଗୁଡିକ ଏଭଳି ହୋଇଛି ଯାହାକି ନକଲି ବୋଲି କହିବା ମଧ୍ୟ କଷ୍ଟକର ହୋଇପଡିଛି । ଅନ୍ୟପଟେ ଏହି ଫଟୋକୁ ମସ୍କ ମଧ୍ୟ ଟ୍ବିଟ କରି ମୋତେ ଏହା ପସନ୍ଦ ଆସିଛି ବୋଲି କହିଛନ୍ତି । ତେବେ ମସ୍କ ବର ବେଶରେ ନଜର ଆସିଥିବା ବେଳେ ତାଙ୍କ ପଛ ବ୍ୟାକଗ୍ରାଉଣ୍ଡରେ ରହିଥିବା ଲୋକମାନେ ମଧ୍ୟ ଏକ ବିବାହ କାର୍ଯ୍ୟକ୍ରମରେ ରହିଲା ଭଳି ମନେ ହେଉଛି । ଏହି ଫଟୋକୁ ଡଗ ଡିଜାଇନର ପକ୍ଷରୁ ଟ୍ବିଟ କରାଯାଇଛି।
ଡଗ ଡିଜାଇନର ପକ୍ଷରୁ ଏଲନ ମସ୍କଙ୍କ ଫଟୋ ଟ୍ବିଟ କରି କୁହାଯାଇଥିଲା, ଭାରତୀୟ ଶେରଓ୍ବାନୀ ପୋଷାକରେ ଏଲମ ମସ୍କଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । " ତେବେ ଏହି ଟ୍ବିଟକୁ ମସ୍କ ରିଟ୍ବିଟ କରିବା ସହ ଆଇ ଲଭ ଇଟ ବା ମତେ ଏହା ପସନ୍ଦ ଆସିଛି ବୋଲି ଲେଖିଛନ୍ତି। ତେବେ ଏହା ପୂର୍ବରୁ ମସ୍କ ବର ବେଶରେ ନଜର ଆସିବା ସହ କାଲା ଚଷମା ଗୀତରେ ନାଚ କରିଥିବାର ନଜର ଆସିଥିଲେ। ତେବେ ପୋଷ୍ଟରେ କମେଣ୍ଟ କରି ଜଣେ ୟୁଜର୍ସ ଲେଖିଛନ୍ତି,"ଚମତ୍କାର ଦେଶରେ ଚମତ୍କାର ପରମ୍ପରା ।" ଆଉ ଜଣ ୟୁଜର୍ସ ଲେଖିଛନ୍ତି, ଆପଣଙ୍କୁ ଏହି ଅବତାର ପସନ୍ଦ ଆସୁଛି । ଭାରତୀୟ ବେଶପୋଷାକ ସାଙ୍ଗକୁ ଆପଣଙ୍କ ହସ ବହୁତ ସୁନ୍ଦର ।