ଓଡିଶା

odisha

ETV Bharat / international

ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ହସ୍ପିଟାଲରେ ଭର୍ତ୍ତି ! - କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ

Dawood Ibrahim hospitalised: କରାଚି ହସ୍ପିଟାଲରେ ଭର୍ତ୍ତି ହେଲା କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ । ବିଷକ୍ରିୟା ଯୋଗୁ ଗୁରୁତର ଥିବା କୁହାଯାଉଛି । ଅଧିକ ପଢନ୍ତୁ

ଦାଉଦ ଇବ୍ରାହିମ
Dawood Ibrahim hospitalised

By ETV Bharat Odisha Team

Published : Dec 18, 2023, 8:17 AM IST

Updated : Dec 18, 2023, 8:59 AM IST

ହାଇଦ୍ରାବାଦ:କୁଖ୍ୟାତ ଆତଙ୍କବାଦୀ ତଥା ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଅସୁସ୍ଥ । ଗୁରୁତର ଅବସ୍ଥାରେ ପାକିସ୍ତାନର କରାଚି ହସ୍ପିଟାଲରେ ଭର୍ତ୍ତି । ବିଷକ୍ରିୟା ଯୋଗୁଁ ଅବସ୍ଥା ଗୁରୁତର ହେବାରୁ ଦାଉଦକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି । ଗତ ଦୁଇ ଦିନ ହେଲା ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ପାକିସ୍ତାନରେ କେହି ତାଙ୍କୁ ବିଷ ଦେଇଥିବା ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମରେ ଏପରି ଖବର ପ୍ରସାରିତ ହେଉଛି । ଏନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କଡା ସୁରକ୍ଷା ମଧ୍ୟରେ ହସ୍ପିଟାଲରେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ଚିକିତ୍ସା କରାଯାଉଛି । ଡାକ୍ତରଖାନାର ବରିଷ୍ଠ ଅଧିକାରୀ ଏବଂ ତାଙ୍କ ପରିବାର ସଦସ୍ୟ ହିଁ ତାଙ୍କୁ ଭେଟିପାରିବେ । ବର୍ତ୍ତମାନ ଦାଉଦର ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ ।

ମୁମ୍ବାଇ ପୋଲିସ ଏ ବିଷୟରେ ଅଧିକ ସୂଚନା ପାଇଁ ଚେଷ୍ଟା ଜାରି ରଖିଛି । ଦାଉଦର ସମ୍ପର୍କୀୟ ଆଲିଶାହ ପାରକରଏବଂ ସାଜିଦ ୱାଗଲଙ୍କଠାରୁ ଅଣ୍ଡରୱାର୍ଲ୍ଡ ଡନ୍ ହସ୍ପିଟାଲରେ ଭର୍ତ୍ତି ହେବା ବିଷୟରେ ଅଧିକ ସୂଚନା ପାଇବାକୁ ଚେଷ୍ଟା କରୁଛି। ଗତ ଜାନୁଆରୀ ମାସରେ ଦାଉଦର ଭଉଣୀ ହାସିନା ପାରକରଙ୍କ ପୁଅ ଆଲିଶାହ ଏନଆଇଏକୁ କହିଥିଲେ ଯେ, ଦାଉଦ ଦ୍ୱିତୀୟ ଥର ବିବାହ କରିବା ପରେ କରାଚିରେ ରହୁଛନ୍ତି । ଦାଉଦ ଇବ୍ରାହିମ ବିରୋଧରେ ହୋଇଥିବା ଚାର୍ଜସିଟରେ ଏନଆଇଏ ଦର୍ଶାଇଛି ଯେ, ସେ ଓ ତାଙ୍କର ଘନିଷ୍ଠ ସହଯୋଗୀ ମାନେ ପାକିସ୍ତାନର କରାଚି ବିମାନବନ୍ଦରକୁ ନିୟନ୍ତ୍ରଣ କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ-ମୁମ୍ବାଇରେ ଆକ୍ରମଣ ପାଇଁ ପୁଣି ସଜାଗ ଦାଉଦ, NIAର ଚାଞ୍ଚଲ୍ୟକର ତଥ୍ୟ

1993 ମୁମ୍ବାଇ ସିରିଏଲ ବିସ୍ଫୋରଣର ମାଷ୍ଟରମାଇଣ୍ଟ ଥିଲା କୁଖ୍ୟାତ ଅପରାଧି ଦାଉଦ ଇବ୍ରାହିମ । ଦୀର୍ଘ ବର୍ଷ ହେଲା ଭାରତରୁ ପଳାୟନ କରି ସେ ପାକିସ୍ତାନରେ ଆତ୍ମଗୋପନ କରିଛି । ଭାରତ ପକ୍ଷରୁ ତାର ପ୍ରତ୍ୟାର୍ପଣ ନେଇ ବାରମ୍ବାର ପାକିସ୍ତାନ ଉପରେ ଚାପ ପକାଯାଉଛି । କିନ୍ତୁ ପାକିସ୍ତାନ ଦାଉଦକୁ ଆଶ୍ରୟ ଦେଇଥିବା କଥାକୁ ଗ୍ରହଣ କରୁନାହିଁ । ଗତ ବର୍ଷ ନଭେମ୍ବର ମାସରେ ଦାଉଦ ଇବ୍ରାହିମ ପୁଣି ଥରେ ମୁମ୍ବାଇ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଏନଆଇଏ ବିଶେଷ ସୁତ୍ରରୁ ଜାଣିବାକୁ ପାଇଥିଲା । ଏ ସୂଚନା ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିଲା ।

2022 ସେପ୍ଟେମ୍ବର ମାସରେ ବଟି ଆଦାୟ ମାମଲାରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀକୁ ଗିରଫ କରାଯାଇଥିଲା । ମୁମ୍ବାଇ ପୋଲିସର ଆଣ୍ଟି ଏକ୍ସୋଟରସନ ସେଲ୍ ଅନ୍ଧେରୀ ୱେଷ୍ଟ ଅଞ୍ଚଳରୁ ଦାଉଦର ସହଯୋଗୀ ବ୍ୟବସାୟୀ ରିଆଜ ଭାଟ୍ଟିକୁ ଗିରଫ କରିଥିଲା । ଭର୍ସୋଭା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଧମକାଇ ସେ ବଟି ମାଗିବା ଅଭିଯୋଗ ହୋଇଥିଲା ।

Last Updated : Dec 18, 2023, 8:59 AM IST

ABOUT THE AUTHOR

...view details