ହାଇଦ୍ରାବାଦ: ତୁର୍କୀରେ ଭୟଙ୍କର ଭୂମିକମ୍ପ ହୋଇଛି । ଥରେ ନୁହେଁ ଚାରି ଚାରି ଥର ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଛି ପଶ୍ଚିମ ଏସିଆ । ସାରା ତୁର୍କୀ ଯେତେବେଳେ ଶୋଇଥିଲା ସେବେ ପ୍ରଥମ ଭୂମିକମ୍ପ ଝଟକା ଲାଗିଥିଲା । ଏହାପରେ ଆଉ ଦୁଇଥର ଭୂମିକମ୍ପ ହୋଇଥିଲା । ତୁହାକୁ ତୁହା ଭୂମିକମ୍ପ ଝଟକାରେ ଛାରଖାର ହୋଇଛି ତୁର୍କୀ । ମୂହୁର୍ତ୍ତକ ମଧ୍ୟରେ ମାଟିରେ ମିଶି ଯାଉଛି ସୁଉଚ୍ଚ କୋଠା । ତାହାରି ତଳେ ଚାପି ହୋଇ ହଜାରହଜାର ଲୋକଙ୍କ ଜୀବନ ଚାଲିଯାଇଛି । ଦେଖୁଦେଖୁ ଆଖି ଆଗରେ ସବୁ କିଛି ଧ୍ବସଂ କରି ଦେଇଛି ଭୟଙ୍କର ଭୂମିକମ୍ପ । ପ୍ରକୃତିର ତାଣ୍ଡବ ସହିଥିବା ତୁର୍କୀରେ ହାହାକର ପରିସ୍ଥିତ ସୃଷ୍ଟି ହୋଇଛି । ହଜାରହଜାର କୋଠା ଭୂମିକମ୍ପ ଝଟକାରେ ଭୁଶୁଡି ପଡିଛି । ରିପୋର୍ଟ ଲେଖାଯିବା ପୂର୍ବରୁ ପ୍ରାୟ 4 ହଜାର 500 ଲୋକଙ୍କ ଜୀବନ ଦୀପ ଲିଭି ସାରିଥିଲା । ଆଉ କିଏ ନୂଆ ଜୀବନ ଦାନ ପାଇବା ଅପେକ୍ଷାରେ ଥିଲେ । ଏବେ ବି ଅନେତ ଜୀବନ ଫସି ରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଅଶଙ୍କା କରାଯାଉଛି । ତୁର୍କୀର ଏକାଧିକ ସହରରେ ତାଣ୍ଡବ ରଚିଛି ଭୂମିକମ୍ପ । ତୁର୍କୀରେ ହୋଇଥିବା ଏହି ଭୟଙ୍କର ଭୂକମ୍ପ ଅତୀତର ସେ ଭୟଙ୍କର ଭୂମିକମ୍ପ ସ୍ମୃତିକୁ ତାଜା କରି ଦେଇଛି । ପୂର୍ବରୁ ଅନେକ ବଡ ଭୂମିକମ୍ପ ଦେଖିଛି ବିଶ୍ବ । ଜାଣନ୍ତୁ କେଉଁଠି କେବେ ତାଣ୍ଡବ ରଚିଥିଲା ଭୂମିକମ୍ପ ।
ବିଶ୍ବ ଦେଖିଥିବା 10 ବଡ ଭୂମିକମ୍ପ...
2001 ଭୁଜ ଭୂମିକମ୍ପ:2001 ଜାନୁଆରୀ 26 ତାରିଖରେ ଗୁଜୁରାଟର ଭୁଜରେ ଶକ୍ତିଶାଳୀ ଭୂମିକମ୍ଫ ହୋଇଥିଲା । ଏହାର ତୀବ୍ରତା 7.7 ଥିଲା । କଚ୍ଛ ଓ ଭୁଜରେ ପ୍ରାୟ 20 ହଜାର ଲୋକ ପ୍ରାଣ ହରାଇଥିଲେ । ରାଜ୍ୟରେ 4 ଲକ୍ଷରୁ ଅଧିର ଘର ମାଟିରେ ମିଶିଥିଲା । ବିଶ୍ବର ତୃତୀୟ ବୃହତ୍ତ ଭୂମିକମ୍ପ ଥିଲା ।
2004 ସୁମାତ୍ରା ଭୂମିକମ୍ପ:2004 ମସିହାରେ ସୁମାତ୍ରାରେ ଭୂମିକମ୍ପ ସାଙ୍ଗକୁ ସୁନାମି ହୋଇଥିଲା । 9.1 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଦକ୍ଷିଣ ଏସିଆର ଏକ ବଡ ବିପର୍ଯ୍ୟୟ ଘଟାଇଥିଲା । ଏହି ପ୍ରଳୟରେ 14ଟି ଦେଶ ପ୍ରଭାବିତ ହୋଇଥିଲା । 42 ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଶ୍ରୀଲଙ୍କାରେ ଭୂମିକମ୍ପ: 2004 ମସିହାରେ ଶ୍ରୀଲଙ୍କାରେ ଶକ୍ତିଶାଳୀ ଭୂମିକମ୍ପ ଅନୂଭୁତ ହୋଇଥିଲା । 9.2 ତୀବ୍ରତା ଥିଲା । ଏଥିରେ ପ୍ରାୟ 10 ହଜାର ଲେକଙ୍କ ଜୀବନଜୀପ ଲିଭି ଯାଇଥିଲା ।
2005 ପିଓକେର ଭୂମିକମ୍ପ: 2005ରେ ପାକିସ୍ତାନ ଅଧିକୃତ କାଶ୍ମୀରରେ 2005 ମସିହାରେ ଭୟାବହ ଭୂକମ୍ପ ହୋଇଥିଲା । ଏଥିରେ 86 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଲକ୍ଷର ଅଧିକ ଆହତ ହୋଇଥିଲେ ।
2011 ଜାପାନ ଭୂମିକମ୍ପ:2011 ମାର୍ଚ୍ଚ 11 ତାରିଖରେ ଜାପାନରେ ଭୟଙ୍କର ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା 9.1 ରହିଥିଲା । ଏଥିରେ 2 ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ବଡ ଧରଣର ସୁନାମି ସୃଷ୍ଟି ହୋଇଥିଲା ।