ଓଡିଶା

odisha

ETV Bharat / international

BAPS Shri Swaminarayan Akshardham Temple: ଆଜି ଉଦଘାଟିତ ହେବ ବିଶ୍ବର ଦ୍ବିତୀୟ ସର୍ବବୃହତ ହିନ୍ଦୁ ମନ୍ଦିର - ଆମେରିକାର ବିଏପିଏସ ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର

ଆଜି ଆମେରିକାର ନ୍ୟୁଜର୍ସିରେ ଉଦଘାଟିତ ହେବାକୁ ଯାଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ ତଥା ଆଧୁନିକ ଯୁଗରେ ନିର୍ମିତ ପୃଥିବୀର ସର୍ବବୃହତ ହିନ୍ଦୁ ମନ୍ଦିର । ସୋମବାର ଠାରୁ ଏହା ସର୍ବସାଧାରଣ ନିମନ୍ତେ ଖୋଲା ହେବ । ଅଧିକ ପଢ଼ନ୍ତୁ

ଆଜି ଉଦଘାଟିତ ହେବ ବିଶ୍ବର ଦ୍ବିତୀୟ ସର୍ବବୃହତ ହିନ୍ଦୁ ମନ୍ଦିର
ଆଜି ଉଦଘାଟିତ ହେବ ବିଶ୍ବର ଦ୍ବିତୀୟ ସର୍ବବୃହତ ହିନ୍ଦୁ ମନ୍ଦିର

By ETV Bharat Odisha Team

Published : Oct 8, 2023, 9:44 AM IST

ହାଇଦ୍ରାବାଦ: ଆଜି(ରବିବାର) ଆମେରିକାର ନ୍ୟୁଜର୍ସିରେ ଉଦଘାଟିତ ହେବାକୁ ଯାଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ ତଥା ଆଧୁନିକ ଯୁଗରେ ନିର୍ମିତ ଏସିଆ ମହାଦେଶର ସର୍ବବୃହତ ହିନ୍ଦୁ ମନ୍ଦିର । ଏହି ମନ୍ଦିର ଶେଷ ହେବାକୁ ପାଖାପାଖି 12 ବର୍ଷ ସମୟ ଲାଗିଛି । ତେବେ ସୋମବାର ଠାରୁ ଏହା ସର୍ବସାଧାରଣ ନିମନ୍ତେ ଖୋଲା ହେବ।

ବହୁ ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଆଜି ଆମେରିକାର ନ୍ୟୁଜର୍ସିରେ ଉଦଘାଟିତ ହେବାକୁ ଯାଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ତଥା ଆଧୁନିକ ଯୁଗରେ ନିର୍ମିତ ଏସିଆ ମହାଦେଶର ସର୍ବବୃହତ ହିନ୍ଦୁ ମନ୍ଦିର ବିଏପିଏସ ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର । ଭାରତ ବାହାରେ ଅତି ଉଚ୍ଚକୋଟୀର କାରୁକାର୍ଯ୍ୟରେ ନିର୍ମିତ ଏହି ମନ୍ଦିରକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି । ଏହା ନ୍ୟୁୟର୍କର ଟାଇମ୍ସ ସ୍କୋୟାରର ଦକ୍ଷିଣରୁ ପ୍ରାୟ 60 ମାଇଲ (90 କିଲୋମିଟର) ଓ ରାଜଧାନୀ ୱାଶିଂଟନ ଡିସିର ଉତ୍ତରରୁ ପ୍ରାୟ 180 ମାଇଲ୍ (289 କିଲୋମିଟର) ଦୂରରେ ରହିଛି । ନ୍ୟୁ-ଜର୍ସିର ରବିନ୍ସଭିଲ୍ ଟାଉନସିପର ମଧ୍ୟଭାଗରେ ନିର୍ମାଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଅକ୍ଟୋବର 8ରେ ନ୍ୟୁ-ଜର୍ସିରେ ଉଦଘାଟିତ ହେବ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର

BAPS ଆଧ୍ୟାତ୍ମିକ ମୁଖ୍ୟ ମହନ୍ତ ସ୍ୱାମୀ ମହାରାଜଙ୍କ ଦିଗଦର୍ଶନରେ ଏହାକୁ ଉଦଘାଟିତ କରାଯିବା ନେଇ ସୂଚନା ରହିଛି । ତେବେ 2011 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ମନ୍ଦିର ସମ୍ପୂର୍ଣ୍ଣ ହେବା ପାଇଁ ପାଖାପାଖି 12 ବର୍ଷ ସମୟ ଲାଗିଛି ।ଏହି ମନ୍ଦିର ନିର୍ମାଣ ପାଇଁ 150 ମିଲିୟନ ଡଲାର ବା 1245.55 କୋଟି ଟଙ୍କା ବ୍ୟୟ କରାଯାଇଛି । ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରର କ୍ଷେତ୍ରଫଳ ଓ କାରିଗରୀ ଏହି ଭବ୍ୟ ମନ୍ଦିରରେ ଦେଖିବାକୁ ମିଳିବ । ପ୍ରାୟ 183 ଏକର ପରିମିତ ଅଞ୍ଚଳରେ ବ୍ୟାପିଥିବା ଏହି ମନ୍ଦିରର ପ୍ରସ୍ଥ 255 ଫୁଟ ଓ ଦୈର୍ଘ୍ୟ 345 ଫୁଟ ଅଟେ । ସେହିପରି ଏହାର ଉଚ୍ଚତା 191 ଫୁଟ ରହିଛି । ହିନ୍ଦୁ ପୂରାଣ ବର୍ଣ୍ଣିତ ପ୍ରାୟ 10 ହଜାର ବିଭିନ୍ନ ଭାରତୀୟ ଦେବାଦେବୀଙ୍କ ମୂର୍ତ୍ତି, ଭାରତୀୟ ନୃତ୍ୟ, ସଙ୍ଗୀତ, ଲୋକକଳା ଓ ପ୍ରାଚୀନ ଭାରତୀୟ ସଂସ୍କୃତିର ଝଲକ ଏହି ମନ୍ଦିରର ପ୍ରସ୍ତର ଖୋଦିତ କାର୍ଯ୍ୟରେ ସ୍ଥାନ ପାଇଛି । ଏହି ମନ୍ଦିର ପୌରାଣିକ ଗ୍ରନ୍ଥ ବେଦ ଓ ହିନ୍ଦୁ ଶାସ୍ତ୍ର ନିୟମ ଅନୁସାରେ ନିର୍ମାଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଆମେରିକାରେ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର, ଦେଖିଲେ ଲାଖି ଯିବ ଆଖି

ଆମେରିକାରେ ନିର୍ମିତ ଏହି ଭବ୍ୟ ମନ୍ଦିରଟି ବିଶ୍ବର ଦ୍ବିତୀୟ ବୃହତ୍ତମ ହିନ୍ଦୁ ମନ୍ଦିରର ମାନ୍ୟତା ହାସଲ କରିବାକୁ ଯାଉଛି । ଏହାପୂର୍ବରୁ କମ୍ବୋଡିଆରେ ଥିବା ଅଙ୍କୋରବଟ ମନ୍ଦିର ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିର ଭାବେ ସ୍ଥାନ ପାଇଛି । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀନ ହିନ୍ଦୁ ମନ୍ଦିର 500 ଏକର ପରିମିତ ଅଞ୍ଚଳରେ ନିର୍ମାଣ କରାଯାଇଥିଲା । ଏହା ଏବେ ୟୁନେସ୍କୋ ଦ୍ବାରା ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମଧ୍ୟ ମାନ୍ୟତା ଅର୍ଜନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details