ହାଇଦ୍ରାବାଦ: ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍ ଜିତିଲେ ମିସ୍ ୟୁଏସଏ । ଆମେରିକାର ସୁନ୍ଦରୀ ଆର ବନି ଗ୍ରାବିଏଲ ହେଲେ Miss Universe ବା ବ୍ରହ୍ମାଣ୍ଡ ସୁନ୍ଦରୀ । ଶନିବାର ଆମେରିକାର ସୁଇସିଆ ନ୍ୟୁ ଓରଲିଆନ୍ସରେ ଆୟୋଜିତ Miss Universe 2022 ପ୍ରତିଯୋଗିତାରେ ଗ୍ରାବିଏଲ ଏହି ଟାଇଟେଲ ହାତେଇଛନ୍ତି । ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଗ୍ରାବିଏଲଙ୍କୁ ୨୦୨୧ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜେତା ଭାରତର ହରନାଜ ସାନ୍ଧୁ ମୁକୁଟ ପିନ୍ଧାଇଛନ୍ତି । ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମୋଟ ୮୪ ପ୍ରତିଯୋଗୀ ଭାଗ ନେଇଥିଲେ । ହେଲେ ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧି ବଳରେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ମୁକୁଟ ପିନ୍ଧିଛନ୍ତି ଆମେରିକାର ସୁନ୍ଦରୀ ଗ୍ରାବିଏଲ ।
Miss Universe: ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍ ପିନ୍ଧିଲେ ଆର ବନି ଗ୍ରାବିଏଲ
ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍ ଜିତିଲେ ଆମେରିକାର ଆର ବନି ଗ୍ରାବିଏଲ । ଜାଣନ୍ତୁ ତାଙ୍କ ସମ୍ପର୍କରେ
୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମିସ୍ ଡୋମିନିକାନ ରିପବ୍ଲିକ ଆଣ୍ଡ୍ରିଆନା ମାର୍ଟିନେଜ ଦ୍ବିତୀୟ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତର ଦିବିତା ରାୟ ଭାଗ କରିଥିଲେ । ହେଲେ ବିଦିତା ଟପ୍ ୧୬ ପ୍ରତିଯୋଗୀଙ୍କ ମଧ୍ୟରେ ଥିବାବେଳେ ଆଗକୁ ଯାଇପାରିନଥିଲେ । ନୂଆ ବ୍ରହ୍ମାଣ୍ଡ ସୁନ୍ଦରୀ ଆର ବନି ଗ୍ରାବିଏଲ ଜଣେ ଫ୍ୟାସନ ଡିଜାଇନର ସଙ୍ଗେ ସଙ୍ଗେ ମଡେଲ ଅଟନ୍ତି । ସେ ପ୍ରଥମ ଫିଲିପିନୋ ଆମେରିକୀୟ ଯିଏକି ମିସ୍ ୟୁଏସଏ ଟାଇଟେଲ ଜିତିଥିଲେ । ଏବେ ସେ ୭୧ତମ ମିସ୍ ୟୁନିଭର୍ସର ତାଜ୍ ମଧ୍ୟ ପିନ୍ଧିଛନ୍ତି । ଗ୍ରାବିଏଲ ୨୦୧୮ରେ ଉତ୍ତର ଟେକ୍ସାସ ବିଶ୍ବବିଦ୍ୟାଳୟରୁ ଫ୍ୟାସନ ଡିଜାଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମାତ୍ର ୧୫ ବର୍ଷ ବୟସରୁ ସେ ଫ୍ୟାସନ ଡିଜାଇନ ପ୍ରତି ଆକୃଷ୍ଟ ହୋଇଥିଲେ ।
ଏହାପୂର୍ବରୁ ଭାରତର ହରନାଜ ସାନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍ ଜିତିଥିଲେ । ୮୦ ଜଣ ସୁନ୍ଦରୀରୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ ହରନାଜ । ଇସ୍ରାଏଲରେ ଅନୁଷ୍ଠିତ ୭୦ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସେ ଏହି ଗୌରବମୟ ଟାଇଟେଲ୍ ହାତେଇଥିଲେ । ଏହାରି ସହିତ ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିଳିଥିଲା ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍ । ହରଜାନଙ୍କ ପୂର୍ବରୁ ୨୦୦୦ ମସିହାରେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ । ତାଙ୍କ ପରେ ୨୧ ବର୍ଷ ଯାଏଁ ଭାରତର ଆଉ କୌଣସି ପ୍ରତିଯୋଗୀ ଏହି ସଫଳତା ଆଣିପାରି ନଥିଲେ ।