ଓଡିଶା

odisha

ETV Bharat / international

ତୃତୀୟ ଥର ପାଇଁ କୋରୋନା ସଂକ୍ରମିତ ହେଲେ ମେକ୍ସିକୋ ରାଷ୍ଟ୍ରପତି - Lpez Obrador

କୋରୋନାରେ ଆକ୍ରାନ୍ତ ହେଲେ ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଓବ୍ରାଡୋର । ଅଧିକ ପଢନ୍ତୁ

Mexico president tested corona pos
Mexico president tested corona pos

By

Published : Apr 24, 2023, 8:41 AM IST

ମେକ୍ସିକୋ ସିଟି:କୋରୋନା ସଂକ୍ରମିତ ହେଲେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର। କୋରୋନା ପଜିଟିଭ ଚିହ୍ନଟ ହେବା ପରେ ରାଷ୍ଟ୍ରପତି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହାପୂର୍ବରୁ ସେ ଦୁଇ ଥର କୋରୋନାରେ ଆକ୍ରାନ୍ତ ହୋଇଥିଲେ । ରବିବାର ତୃତୀୟ ଥର ପାଇଁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । କୋରୋନା ସଂକ୍ରମିତ ହେବା ପରେ ସେ ୟୁକାଣ୍ଟନ ପେନିନସୁଲା ଯାତ୍ରାକୁ ସ୍ଥଗିତ ରଖିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ରବିବାର ରାଷ୍ଟ୍ରପତି ୟୁକାଣ୍ଟନ ପେନିନସୁଲା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସକାଳ ସମୟରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ଏହି ଗସ୍ତକୁ ବାତିଲ କରିଥିଲେ । ତେବେ ଲୋପେଜ ଓବ୍ରାଡୋର ହୃଦଘାତ ଜନିତ ରୋଗରେ ମଧ୍ୟ ପୀଡିତ ଅଛନ୍ତି । କୋରୋନା ସଂକ୍ରମିତ ହେବା ପରେ ସେ ମେକ୍ସିକୋ ସିଟିରେ ସଙ୍ଗରୋଧରେ ରହିବା ନେଇ ସୋସିଆଲ ମିଡିଆରେ କହିଛନ୍ତି । ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋରଙ୍କ ବୟସ ବର୍ତ୍ତମାନ 69 ବର୍ଷ । ରାଷ୍ଟ୍ରପତି କହିଛନ୍ତି ଯେ, ''ୟୁକାଣ୍ଟନ ପେନିନସୁଲା ଟୁରକୁ ମୁଁ ବାତିଲ କରିଛି । କୋରୋନା ସଂକ୍ରମିତ ହେବା ପରେ ମୁଁ ମେକ୍ସିକୋ ସିଟିରେ ଅଛି । ମୋ ପୁଅ ଜେସ୍ ଏର୍ନେଷ୍ଟୋଙ୍କ 16 ତମ ଜନ୍ମଦିନ ଏଠାରେ ମୁଁ ପାଳନ କରିବି ।''

ଏହା ମଧ୍ୟ ପଢନ୍ତୁ-ଭୁଲରେ ସୀମା ପାର କରିଥିଲେ ପାକିସ୍ତାନୀ ବୃଦ୍ଧ, ପାକ୍‌ ରେଞ୍ଜର୍ସଙ୍କୁ ହସ୍ତାନ୍ତର କଲା BSF

ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଗତ 2021 ଜାନୁଆରୀ 25 ତାରିଖରେ ପ୍ରଥମ ଥର ପାଇଁ କୋରୋନା ପିଜିଟିଭ ଚିହ୍ନଟ ହୋଇଥିଲେ । ପରେ 2022ରେ ସେ ଦ୍ବିତୀୟ ଥର ପାଇଁ କୋରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ । ଲୋପେଜ ଓବ୍ରାଡୋର କୋରୋନା ସମୟରେ ଦେଶରେ ମେକ୍ସିକୋରେ ମାସ୍କ ପରିଧାନକୁ ବାରଣ କରି ଚର୍ଚ୍ଚାରେ ଥିଲେ । ଏପରିକି ନିଜେ ମଧ୍ୟ କୋରୋନା ସଂକ୍ରମିତ ହେବା ପରେ ମାସ୍କ ପରିଧାନ କରିନଥିଲେ । ଯାହାକୁ ନେଇ ତାଙ୍କୁ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ମେକ୍ସିକୋରେ ଲକ୍ଷ ଲକ୍ଷ ଲୋକ କୋରୋନା ସଂକ୍ରମିତ ହୋଇଥିବା ବେଳେ ଅନେକ ଲୋକ ବର୍ତ୍ତମାନ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । କିନ୍ତୁ ମାସ୍କକୁ ସେଠାରେ ଏତେଟା ଗୁରୁତ୍ବ ଦିଆଯାଉନାହିଁ ।

ମେକ୍ସିକୋରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 78 ହଜାର ପାର କରିଛି । ସେଥି ମଧ୍ୟରୁ ବର୍ତ୍ତମାନ 33 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ମୋଟ କୋରୋନା ସୁସ୍ଥ ସଂଖ୍ୟା 6 ଲକ୍ଷ 56 ହଜାର ରହିଛି । ବର୍ତ୍ତମାନ ସୁଦ୍ଧା 85 ଲକ୍ଷରୁ ଊର୍ଦ୍ଧ୍ବ କୋରୋନା ପରୀକ୍ଷା କରାଯାଇଛି ।

For All Latest Updates

ABOUT THE AUTHOR

...view details