ଓଡିଶା

odisha

ETV Bharat / international

Mexico Fire Incident: ପ୍ରବାସୀ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୩୯ ମୃତ

ମେକ୍ସିକୋରେ ପ୍ରବାସୀ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ । ୩୯ ଜଣଙ୍କର ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

Mexico Fire Incident
Mexico Fire Incident

By

Published : Mar 28, 2023, 11:06 PM IST

Updated : Mar 29, 2023, 6:53 AM IST

ମେକ୍ସିକୋ ସିଟି: ଆମେରିକାର ସୀମା ନିକଟ ଉତ୍ତରାଞ୍ଚଳ ମେକ୍ସିକୋରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ପ୍ରବାସୀ କେନ୍ଦ୍ରରେ ଘଟିଥିବା ବେଳେ ପ୍ରାୟ ୩୯ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୋମବାର ବିଳମ୍ବିତ ରାତିରେ ସିଉଡାଡ ଜୁରେଜଠାରେ ଥିବା ମାଇଗ୍ରେସନ ଅଫିସରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଘଟଣରେ ଆହତ ହୋଇଥିବା ସୂଚନା ମିଳିଛି ।

ଅଘଟଣ ସ୍ଥଳରୁ ଅନେକ ଫଟୋ ସାମନାକୁ ଆସିଛି । ଯେଉଁଥିରେ ଆମ୍ବୁଲାନ୍ସ, ଦମକଳ ଦେଖିବାକୁ ମିଳିଛି । ଘଟଣାସ୍ଥଳ ଧୂଆଁମୟ ହୋଇଥିବା ବେଳେ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି । ଏ ନେଇ ମେକ୍ସିକୋ ନ୍ୟାସନାଲ ଇମିଗ୍ରେସନ ଇନଷ୍ଟିଚ୍ୟୁଟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି । ଏହି ପ୍ରବାସୀ କେନ୍ଦ୍ରରେ ଦକ୍ଷିଣ ଆମେରିକା ଓ ମଧ୍ୟ ଆମେରିକାର ପ୍ରାୟ ୬୮ ଜଣ ପ୍ରବାସୀ ବାସ କରୁଥିଲେ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଅଧାରେ ରହିଲା ହଜ୍ ଯାତ୍ରା: ବସ୍‌ରେ ନିଆଁ ଲାଗି ୨୦ ମୃତ, ୨୯ ଆହତ

ଏନେଇ ମେକ୍ସିକୋ ଆଟର୍ଣ୍ଣି ଜେନେରାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜଣେ ମହିଳା କହିଛନ୍ତି, "ମୁଁ ଅପରାହ୍ନ ସମୟରେ ମୋର ସ୍ବାମୀଙ୍କୁ ଅପେକ୍ଷା କରିଥିଲେ । ହଠାତ ରାତି ପ୍ରାୟ ୧୦ଟା ବେଳେ କେନ୍ଦ୍ର ଭିତରୁ ଧୂଆଁ ବାହରିଥିଲା । ଅଗ୍ନିକାଣ୍ଡ ଘଟିବା ପରେ ପ୍ରବଳ ଧୂଆଁ ଯୋଗୁଁ ଅନିଶ୍ବାସୀ ହୋଇ ଅନେକ ମୃତ୍ୟୁବରଣ କରିଥିଲେ । ଏହାପରେ ଚଟାଣରେ ଅନେକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।"

ମେକ୍ସିକୋରେ ଏହା ସବୁଠୁ ଭୟଙ୍କର ଅଘଟଣ । ଗତ ୨୦୨୧ ଡିସେମ୍ବର ମାସରେ ମଧ୍ୟ ମେକ୍ସିକୋର ଦକ୍ଷିଣାଞ୍ଚଳରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ପ୍ରାୟ ୫୫ ଜଣ ପ୍ରବାସୀଙ୍କ ପ୍ରାଣହାନି ଘଟିଥିଲା । ଟ୍ରକରେ ପ୍ରବାସୀମାନେ ଆସୁଥିବା ସମୟରେ ଘଟିଥିଲା ଦୁର୍ଘଟଣା । ଟ୍ରକ ଓଲଟିବା ପରେ ଅକାଳରେ ଏହି ପ୍ରବାସୀମାନଙ୍କ ପ୍ରାଣହାନି ଘଟିଥିଲା ।

ସୂଚନା ଥାଉକି, ସାଉଦି ଆରବରେ ତୀର୍ଥଯାତ୍ରୀ ବସରେ ଅଗ୍ନିକାଣ୍ଡ ଘଟି 20 ତୀର୍ଥଯାତ୍ରୀ ଜୀବନ୍ତଦଗ୍ଧ ହୋଇଥିବା ବେଳେ 29ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ବସଟି ହଜଯାତ୍ରା ପାଇଁ ଯାଉଥିବା ବେଳେ ଘଟିଛି ଏହି ଦୁଃଖଦ ଘଟଣା । ଗତ ମଙ୍ଗଳବାର ସକାଳ ସମୟରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏଭଳି ଦୁଃଖଦ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Last Updated : Mar 29, 2023, 6:53 AM IST

ABOUT THE AUTHOR

...view details