ଓଡିଶା

odisha

ETV Bharat / international

କାନାଡାରେ ଗୁଳିକାଣ୍ଡ: ଏକାଧିକ ମୃତ ଆଶଙ୍କା - shooting in British Columbia

କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ସିରିଜ ଗୁଳିକାଣ୍ଡ । ଏକାଧିକ ମୃତ ଆଶଙ୍କା । ସମ୍ପୂର୍ଣ୍ଣ ସହରରେ ହାଇଆଲର୍ଟ ଜାରି ।ଅଧିକ ପଢନ୍ତୁ

କାନାଡାରେ ଗୁଳିକାଣ୍ଡ: ଏକାଧିକ ମୃତ ଆଶଙ୍କା
କାନାଡାରେ ଗୁଳିକାଣ୍ଡ: ଏକାଧିକ ମୃତ ଆଶଙ୍କା

By

Published : Jul 25, 2022, 11:06 PM IST

ଟରାଣ୍ଟୋ:କାନାଡାର ପଶ୍ଚିମାଞ୍ଚଳ ରାଜ୍ୟ ବ୍ରିଟିଶ କଲମ୍ବିଆର ଏକାଧିକ ସ୍ଥାନରେ ସିରିଜ ଗୁଳିକାଣ୍ଡ ଘଟିଛି । କିଛି ଆତତାୟୀଙ୍କ ଅତର୍କିତ ଗୁଳିମାଡରେ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସ୍ଥାନୀୟ ଗମମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ସମ୍ପୂର୍ଣ୍ଣ ପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଆକ୍ରମଣକାରୀଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ସ୍ଥାନୀୟ ପୋଲିସ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଜାରି ରଖିଛି ।

ତେବେ ସହରରେ ଗୋଟିଏ ସ୍ଥାନରେ ନୁହେଁ ବରଂ ଏକାଧିକ ସ୍ଥାନରେ କ୍ରମାଗତ ଫାଏରିଂ କରିଛନ୍ତି ଦୁର୍ବୃତ୍ତ । ଏଥିରେ କେହି ଜଣେ ବ୍ୟକ୍ତିବିେଶେଷ କିମ୍ବା କୌଣସି ଉଗ୍ରପନ୍ଥୀ ଗୋଷ୍ଠୀର ହାତ ଥିବା ସ୍ପଷ୍ଟ ହୋଇନାହିଁ । ସହରବାସୀଙ୍କୁ ଘରେ ରହିବା ସହ ସତର୍କତା ବଜାୟ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details