ତେହରାନ: ଇରାନରେ ଭୟଙ୍କର ପରିସ୍ଥିତି । ମରୁ଼ଡି ପ୍ରଭାବିତ ଦକ୍ଷିଣ ଇରାନରେ ଅଚାନକ ବନ୍ୟା ଆସିବା ଯୋଗୁଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଗତକାଲି(ଶନିବାର) ରାଷ୍ଟ୍ରିୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଏଷ୍ଟାବାନ ଗଭର୍ଣ୍ଣର ୟୁସେପ୍ କାରେଗର୍ଙ୍କ କହିବା ଅନୁସାରେ, ‘ପ୍ରବଳ ବର୍ଷା ଯୋଗୁଁ ରୁଦବଲ ନଦୀରେ ଜଳସ୍ତର ଅଚାନକ ବୃଦ୍ଧି ପାଇଥିଲା । ଫଳରେ ଅନେକ ଲୋକ ବନ୍ୟା ପାଣିରେ ଫସି ରହିଥିଲେ । ତେବେ ଏମାନଙ୍କ ମଧ୍ୟରୁ ୨୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୫୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ମଧ୍ୟ ୬ଜଣରୁ ଅଧିକ ନିଖୋଜ ଥିବା ନେଇ ସୂଚନା ରହିଛି । ବନ୍ୟା ଯୋଗୁଁ ପ୍ରଦେଶର ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଅନେକ କାର ମଧ୍ୟ ପାଣିରେ ଭାସି ଯାଇଥିବା ଦେଖାଯାଇଛି । ’
Flash floods In southern Iran: ମରୁଡି ଅଞ୍ଚଳକୁ ମାଡି ଆସିଲା ବନ୍ୟା, 21 ମୃତ - ଇରାନରେ ବନ୍ୟା ବିପତ୍ତି
ମରୁ଼ଡି ପ୍ରଭାବିତ ଦକ୍ଷିଣ ଇରାନରେ ଅଚାନକ ବନ୍ୟା ଆସିବା ଯୋଗୁଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଗତକାଲି(ଶନିବାର) ରାଷ୍ଟ୍ରିୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ
ଇରାନରେ ବନ୍ୟା ବିପତ୍ତି, ୨୧ ମୃତ
ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଇରାନ୍ର ଗୃହମନ୍ତ୍ରୀ ଅହମଦ୍ ୱହିଦି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଯେ, "ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଧନଜୀବନ ନଷ୍ଟକୁ ନେଇ ମୁଁ ବହୁତ ଦୁଃଖିତ ।" ଏନେଇ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।
ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରାୟ ଏକ ଦଶନ୍ଧି ହେବ ମରୁଡ଼ିର ସମ୍ମୁଖୀନ ହେଉଥିବା ଦେଶ ଇରାନରେ ପ୍ରବଳ ବର୍ଷା ହେବା ନେଇ ସ୍ଥାନୀୟ ପାଣିପାଗ ବିଭାଗ ଓ୍ବାର୍ଣ୍ଣଂ ଜାରି କରିଛି । ସୂଚନାଯୋଗ୍ୟ ଯେ, ୨୦୧୮ ମାର୍ଚ୍ଚରେ ଆକସ୍ମିକ ବନ୍ୟା ଯୋଗୁଁ ଫାର୍ସ୍ ପ୍ରଦେଶରେ ୪୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।