ଓଡିଶା

odisha

ଭୁଲବଶତଃ ସାଧାରଣ ଲୋକଙ୍କୁ ଟାର୍ଗେଟ କଲା ନାଇଜେରିଆ ସେନା, ଡ୍ରୋନ ଆଟାକରେ ୮୫ ମୃତ

By ETV Bharat Odisha Team

Published : Dec 6, 2023, 11:04 AM IST

Updated : Dec 6, 2023, 11:19 AM IST

Nigerian Army Drone Attack: ଭୁଲବଶତଃ ନିଜ ଲୋକଙ୍କ ଉପରେ ହିଁ ଡ୍ରୋନ ଆକ୍ରମଣ କଲା ନାଇଜେରିଆ ସେନା । ୮୫ ଜଣଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ନାଇଜେରିଆ ସେନାର ଡ୍ରୋନ ଆଟାକ
ନାଇଜେରିଆ ସେନାର ଡ୍ରୋନ ଆଟାକ

ଅବୁଜା: ନିଜ ଦେଶର ନାଗରିକଙ୍କ ଉପରେ ନାଇଜେରିଆ ସେନା ଭୟଙ୍କର ଡ୍ରୋନ୍‌ ଆକ୍ରମଣ କରିଛି । ଏହି ଘାତକ ଆକ୍ରମଣରେ ୮୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୬ରୁ ଅଧିକ ଆହତ ହୋଇଛନ୍ତି । ଉତ୍ତର-ପଶ୍ଚିମ ନାଇଜେରିଆ ଅନ୍ତର୍ଗତ କଡୁନା ରାଜ୍ୟର ଗୋଟିଏ ଗ୍ରାମରେ ଏହି ଆକ୍ରମଣ ହୋଇଛି । ତେବେ ନାଇଜେରିଆ ସେନା ଭୁଲବଶତଃ ଏହି ଆକ୍ରମଣ କରିଥିବା ଜଣା ପଡିଛି । ସେନା ଆତଙ୍କବାଦୀ ଓ ଡକାୟତଙ୍କୁ ଟାର୍ଗେଟ କରିଥିଲା । ହେଲେ ଭୁଲରେ ଗୋଟିଏ ଗ୍ରାମ ଉପରେ ଡ୍ରୋନ୍‌ ଆକ୍ରମଣ କରିଦେଇଥିଲା । ଏହି ଘଟଣାରେ ନାଇଜେରିଆ ରାଷ୍ଟ୍ରପତି ଗଭୀର ଉଦବେଗ ପ୍ରକାଶ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ରବିବାର ରାତିରେ ଟୁଡୁନ ବିରି ଗ୍ରାମରେ ଏହି ଡ୍ରୋନ ଆକ୍ରମଣ ହୋଇଥିଲା । ସେହି ସମୟରେ ମୁସଲିମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ମୁସଲମାନ ସମ୍ପ୍ରଦାୟର ଲୋକେ ଏକାଠି ହୋଇଥିଲେ । ଠିକ୍ ଏତିକି ବେଳେ ସେନା ଆତଙ୍କବାଦୀ ଓ ଡାକୁମାନଙ୍କୁ ଟାର୍ଗେଟ କରି ଭୁଲରେ ସେହି ଗ୍ରାମ ଉପରେ ସିରିଜ୍ ଡ୍ରୋନ ଆକ୍ରମଣ କରିଥିଲା । ସେନା ସାଧାରଣ ଲୋକଙ୍କୁ ଡାକୁ ଭାବି ନେଇଥିଲା । ଯେଉଁଥିରେ ଅତିକମରେ ୬୬ ଜଣ ଆହତ ହୋଇଥିବା ବେଳେ ୭ ଡର୍ଜନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏନେଇ ନାଇଜେରିଆ ଏମର୍ଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି ଏକ ବିବୃତ୍ତିରେ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ବସ୍‌ରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ: ୮ ମୃତ, ୨୬ ଆହତ

ଏହା ମଧ୍ୟ ପଢନ୍ତୁ: ସରିଲା ଅସ୍ତ୍ରବିରତି: ଇସ୍ରାଏଲ-ହମାସରେ ଶୁଭିଲା ସାଇରନ, 24 ଘଣ୍ଟାରେ ଗାଜାରେ 178 ମୃତ

ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା, ଛୋଟ ଛୁଆ ଏବଂ ବୃଦ୍ଧ ରହିଛନ୍ତି । ଏ ପର୍ଯ୍ୟନ୍ତ ୮୫ଟି ମୃତଦେହ ଉଦ୍ଧାର କରାଯାଇ କବର ଦିଆଯାଇଛି । ଏବେ ବି ଆକ୍ରମଣସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଘଟଣା ପାଇଁ ନାଇଜେରିଆ ସେନା ମୁଖ୍ୟ ଲେଫ୍ଟନାଣ୍ଟ୍‌ ଜେନେରାଲ ଟାଓରିଡ୍‌ ଲାଗବାଜା ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଡାକୁମାନଙ୍କ ଚକ୍ରାନ୍ତ ପାଇଁ ଏଭଳି ବଡ଼ ଅଘଟଣ ଘଟିଥିବା କହିଛନ୍ତି ସେନା ମୁଖ୍ୟ । ତେବେ ୨୦୧୭ରୁ ଅଦ୍ୟାବିଧି ଉତ୍ତର ନାଇଜେରିଆରେ ସେନାର ଏୟାରଷ୍ଟ୍ରାଇକରେ ୪୦୦ରୁ ଊର୍ଦ୍ଧ୍ୱ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇସାରିଛି । ସେନା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିବା ବେଳେ ସାଧାରଣ ଲୋକେ ଏହାର ଶିକାର ପାଲଟୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 6, 2023, 11:19 AM IST

ABOUT THE AUTHOR

...view details