ଓଡିଶା

odisha

ETV Bharat / international

ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟରେ ହାଜର - crime news

କୋର୍ଟରେ ହାଜର ହେଲା ନରସଂହାର ରଚିଥିବା ହତ୍ୟାକାରୀ । ମିଳିଲାନି ଜାମିନ, ରିମାଣ୍ଡରେ ନେଲା ପୋଲିସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

By

Published : Mar 16, 2019, 11:39 AM IST

ଖ୍ରୀଷ୍ଟଚର୍ଚ୍ଚ: ଶୁକ୍ରବାର ନ୍ୟୁଜିଲାଣ୍ଡରେ ଘଟିଥିବା ମସଜିଦ ଗୁଳିକାଣ୍ଡର ସନ୍ଦିଗ୍ଧ ହତ୍ୟାକାରୀକୁ ଶନିବାର କୋର୍ଟରେ ହାଜର କରାଯାଇଛି । ସନ୍ଦିଗ୍ଧ ୨୮ ବର୍ଷିୟ ଅଷ୍ଟ୍ରେଲୀୟ ନାଗରିକ ବ୍ରେଣ୍ଟନ ହେରିସନ ଟାରାଣ୍ଟକୁ ଖ୍ରୀଷ୍ଟଚର୍ଚ୍ଚର ଜିଲ୍ଲା କୋର୍ଟରେ ହାଜର କରାଯାଇଛି । ଏହାପରେ ତାକୁ ବିନା ଆବେଦନରେ ରିମାଣ୍ଡରେ ନେଇଛି ପୋଲିସ ।

ସୂଚନାଯୋଗ୍ୟ ଯେ ଗତକାଲି ନ୍ୟୁଜିଲାଣ୍ଡର 2ଟି ମସଜିଦରେ ଏହି ଗୁଳିକାଣ୍ଡ ହୋଇଥିଲା । ଏଥିରେ 49 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ 40ରୁ ଅଧିକ ଆହତ ହୋଇଛନ୍ତି । ହତ୍ୟାକାରୀ ମୁହଁରେ କଳା କପଡା ପିନ୍ଧି ମୁଣ୍ଡରେ ହେଲମେଟ ଲଗାଇ ମସଜିଦ ଭିତରେ ଅଟୋମେଟିକ୍‌ ଗନ୍‌ରୁ ଗୁଳି ଚଳାଇଥିଲା । ତାହା ବିରୋଧରେ ପୋଲିସ ନରହତ୍ୟା ଦୋଷ ଲଗାଇଛି ।

ପୋଲିସ ଏହି ଘଟଣାରେ 4 ଜଣଙ୍କୁ ହେପାଜତରେ ରଖିଛି । ତାଙ୍କ ମଧ୍ୟରୁ ବ୍ରେଣ୍ଟନକୁ ମୁଖ୍ୟ ଅଭିଯୁକ୍ତ ବୋଲି ବିଚାର କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ବ୍ରେଣ୍ଟନର ବନ୍ଧୁକରେ ତାହାର ନାମ ଲେଖାଥିଲା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ହତ୍ୟାକାରୀ ତାଙ୍କ ଦେଶର ବୋଲି ମାନିଛନ୍ତି । ଆଜି କୋର୍ଟରେ ହାଜର କରିବା ପରେ ପୋଲିସ ତାକୁ ରିମାଣ୍ଡରେ ନେଇଛି ।

ଆସନ୍ତା ଏପ୍ରିଲ ୫ ତାରିଖ ଦିନ ତାକୁ ସାଉଥ ଆଇଲାଣ୍ଡ ସହରର ହାଇକୋର୍ଟରେ ହାଜର କରାଯିବାକୁ ଧାର୍ଯ୍ୟ ହୋଇଛି । ଆଜି କୋର୍ଟରେ ହାତକଡି ଲଗାଇ ଧଳା କାରାଗାର ପୋଷାକ ପିନ୍ଧି ବ୍ରେଣ୍ଟନ ଚୁପଚାପ ଛିଡା ହୋଇଥିଲା । ସେ କୌଣସି ଓକିଲ ଡିମାଣ୍ଡ କରିନଥିବାବେଳେ ଅଦାଲତ ନିଯୁକ୍ତ କରିଥିବା ଓକିଲ ତାହାର ଜାମିନ କିମ୍ବା ପରିଚୟ ଗୋପନ ରଖିବାକୁ ଆବେଦନ କରିନଥିଲେ । ଫଳରେ ପୋଲିସ ତାକୁ ରିମାଣ୍ଡରେ ନେଇଥିଲା ।

ତାହା ବିରୋଧରେ ଏବେ କେବଳ ନରହତ୍ୟା ଦୋଷ ଲାଗିଥିବାବେଳେ ଆହୁରି ଚାର୍ଜ ଲାଗୁ କରାଯିବ ବୋଲି ପୋଲିସ କହିଛି । ଏହି ଗୁଳିକାଣ୍ଡ ପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡ୍ରେନ ଦେଶର ବନ୍ଧୁକ ଆଇନ ସଂକ୍ରାନ୍ତରେ ସଂସ୍କାର ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି କରାଯାଇଛି । ଏହି ଆକ୍ରମଣକୁ ଦେଶର ଇତିହାସରେ କଳା ଦିବସ ବୋଲି ସେ ଅଭିହିତ କରିଛନ୍ତି ।

ABOUT THE AUTHOR

...view details