ଇସଲାମାବାଦ:ପାକିସ୍ତାନର ନୂଆ ସେନାମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର (Asim Munir Pakistans New Army Chief )। ମୁନିର ପୂର୍ବରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟ ଭାବେ ଅବସ୍ଥାପିତ ଥିଲେ । ଏବେ ତାଙ୍କୁ ସେନାମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏବେ ସେ କମର ଜାଭେଦ ବାଜଓ୍ବାଙ୍କ ଠାରୁ ଦାୟିତ୍ବ ଗ୍ରହଣ କିରବେ (Pakistan New Army Chief)। ଜାଭେଦ ସେନାମୁଖ୍ୟ ଭାବେ 6 ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ଅବସର ଗ୍ରହଣ କରିଛନ୍ତି ।
ପାକିସ୍ତାନରେ ସେନା ହିଁ ରାଜନୈତିକ ବ୍ୟବସ୍ଥାର ସ୍ଥିତି ନିୟନ୍ତ୍ରଣ କରେ । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପଛରେ ମଧ୍ୟ ସେନାର ପ୍ରଚ୍ଛନ୍ନ ଓ ପ୍ରଭାବୀ ଭୂମିକା ମଧ୍ୟ ରହିଥାଏ । ପାକିସ୍ତାନରେ ବର୍ତ୍ତମାନ ସେନା ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କୁ କ୍ଷମତାଚ୍ୟୁତ କରିବାରେ ସେନାର ଭୂମିକା ରହିଥିବା ଇମ୍ରାନ ସେତେବେଳେ ଅଭିଯୋଗ କିରଥିଲେ । ତେବେ ନିକଟରେ ସେ ଗୁଳିମାଡର ଶିକାର ହେବା ପରେ ମଧ୍ୟ ଏହି ଆକ୍ରମଣ ପଛରେ ପ୍ରଧାନମନ୍ତ୍ରୀ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ଓ ସେନୀର କିଛି ବରିଷ୍ଠ ଅଧିକାରୀଙ୍କ ଷଡଯନ୍ତ୍ର ଥିବା କଥା ମଧ୍ୟ ଅଭିଯୋଗ କରିଥିଲେ । ପରେ ଦେଶର ସେନାକୁ ବଦନାମ କରିବା କାରଣରୁ ଇମ୍ରାନଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରିଫ ସରକାରକୁ ସୁପାରିଶ କରିଥିଲା ସେନା ।