କାଠମାଣ୍ଡୁ: ରବିବାର ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାରେ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି । ଆଜି (ମଙ୍ଗଳବାର) ଶେଷ ମୃତଦେହକୁ ମିଶାଇ ସମସ୍ତ 22 ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କ ଦେହାବଶେଷ ଉଦ୍ଧାର କରିଛି ସେନା । ପୂର୍ବରୁ କିଛି ମୃତଦେହ କାଠମାଣ୍ଡୁ ଅଣାଯାଇ ସାରିଥିବାବେଳେ ଅବଶିଷ୍ଟ 12 ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଯାଇ ସରିଥିବା ସୂଚନା ରହିଛି ।
ପ୍ରାଥମିକ ତଦନ୍ତରୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ମଧ୍ୟ ସାମ୍ନାକୁ ଆସିଛି । ବିମାନଟି ସମୁଦ୍ର ପତନରୁ ପ୍ରାୟ 14 ହଜାର ଫୁଟ ଉପରେ ଉଡୁଥିବାବେଳେ ପ୍ରତିକୂଳ ପାଗ ଯୋଗୁଁ ଭୁଲ ଦିଗକୁ ମୋଡ ନେଇ ପାହାଡରେ ଧକ୍କା ଖାଇଥିବା ସନ୍ଦେହ କରାଯାଉଛି । ରବିବାର ସକାଳେ ଏହି ବିମାଟି ମୁସ୍ତାଙ୍ଗ ଜିଲ୍ଲାର ପୋଖରାରୁ ଉଡ଼ାଣ ଭରିବାର କିଛି ସମୟ ପରେ ରାଡାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏଥିରେ 3 କ୍ର୍ୟୁ ସଦସ୍ୟଙ୍କ ବ୍ୟତୀତ 4 ଭାରତୀୟ, 2 ଜର୍ମାନ ଏବଂ 13 ଜଣ ନେପାଳୀ ନାଗରିକଙ୍କୁ ମିଶାଇ ମୋଟ 22 ଜଣ ଯାତ୍ରା କରୁଥିଲେ।