ଇସଲାମବାଦ: ପାକିସ୍ତାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବାଲୁଚିସ୍ତାନର ପଞ୍ଜଗୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୟୁନିଅନ କାଉନସିଲର(ୟୁସି) ଅଧ୍ୟକ୍ଷ ରହିଛନ୍ତି । ଏନେଇ ପଞ୍ଜଗୁରର ଡେପୁଟି କମିଶନର ଅମଜାଦ ସୋମର ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ରାଜନୈତିକ ସଭାରେ ବିସ୍ଫୋରଣ: 44 ମୃତ, 100ରୁ ଊର୍ଦ୍ଧ୍ବ ଆହତ
ସେ କହିଛନ୍ତି ଯେ, ବାଲଗାଟର ୟୁସି ଚେୟାରମ୍ୟାନ୍ ଇଶ୍ଟିଆକ୍ ୟାକୁବ୍ ଏବଂ ଅନ୍ୟମାନେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଗାଡ଼ିକୁ ଟାର୍ଗେଟ କରି ସେହି ରାସ୍ତାରେ ଦୁର୍ବୃତ୍ତମାନେ ଏକ ବୋମା ପ୍ଲାଣ୍ଟ୍ କରିଥିଲେ । ଗାଡ଼ିଟି ବାଲଗାଟାର ଚକରା ବଜାରରେ ପହଞ୍ଚିବା ପରେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଗାଡିଟି ଜଳିଯାଇଥିବା ବେଳେ 7ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ରହିଛି । ସମସ୍ତ ମୃତକ ହେଉଛନ୍ତି ଇଶ୍ଟିଆକ୍ ୟାକୁବ, ମହମ୍ମଦ ୟାକୁବ, ଇବ୍ରାହିମ, ୱାଜିଦ, ଫିଦା ହୁସେନ୍, ସରଫରାଜ ଏବଂ ହାଇଦର ବୋଲି ସୂଚନା ଦେଇଛନ୍ତି ପଞ୍ଜଗୁରର ଡେପୁଟି କମିଶନର । ତେବେ କିଏ ଓ କାହିଁକି ୟୁନିଅନ କାଉନସିଲର ଅଧ୍ୟକ୍ଷ ଯାଉଥିବା ଗାଡ଼ିରେ ବୋମା ଖଞ୍ଜିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ ଜାରି ରହିଛି । କେତେ ଜଣ ଏଥିରେ ସାମିଲ ଅଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି।