ଓଡିଶା

odisha

By ETV Bharat Odisha Team

Published : Oct 4, 2023, 8:08 AM IST

Updated : Oct 4, 2023, 8:26 AM IST

ETV Bharat / international

ଭାରତର କଠୋର ଆଭିମୁଖ୍ୟ ପରେ ନରମିଲେ ଟ୍ରୁଡୋ; କହିଲେ ଭାରତ ସହ ସ୍ଥିତି ବିଗାଡିବାକୁ ଚାହୁଁନୁ

ଭାରତ-କାନାଡା କୂଟନୈତିକ ବିବାଦ । କାନାଡା ଭାରତ ସହ ସ୍ଥିତି ବିଗାଡିବାକୁ ଚାହୁଁନି କହିଲେ ଜଷ୍ଟିନ ଟ୍ରୁଡୋ । ଅଧିକ ପଢନ୍ତୁ

ଭାରତ-କାନାଡା କୂଟନୈତିକ ବିବାଦ
ଭାରତ-କାନାଡା କୂଟନୈତିକ ବିବାଦ

ଓଟୱା: ଖଲିସ୍ତାନୀ ଆତଙ୍କୀବାଦୀ ନିଜ୍ଜାର ହତ୍ୟାକାଣ୍ଡରେ କାନାଡା ଭାରତକୁ ଦାୟୀ କରିବା ନେଇ କୂଟନୈତିକ ବିବାଦ ତୀବ୍ର ହେବାରେ ଲାଗିଛି । କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପାଇଁ ଭାରତ ଦିଲ୍ଲୀରେ ଅବସ୍ଥାପିତ କାନାଡାର ୪୨ ଜଣ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଭାରତର ଏଭଳି କଠୋର ଆଭିମୁଖ୍ୟ ପରେ ନରମିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ମଙ୍ଗଳବାର ଟ୍ରୁଡୋ କହିଛନ୍ତି, କାନାଡା ଭାରତର ସହିତ ସ୍ଥିତି ବିଗାଡିବାକୁ ଚାହୁଁ ନାହିଁ । ଭାରତ ସହ ଦାୟିତ୍ବ ପୂର୍ବକ ଓ ଗଠନମୂଳକ ସମ୍ପର୍କ ଜାରି ରଖିବାକୁ ଚାହୁଁଛୁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ମଙ୍ଗଳବାର ନୂଆଦିଲ୍ଲୀରେ ଥିବା କାନାଡାର ୬୨ ଜଣ କୂଟନୈତିଜ୍ଞଙ୍କ ମଧ୍ୟରୁ ୪୧ ଜଣଙ୍କୁ ଭାରତ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି । ଅକ୍ଟୋବର ୧୦ ତାରିଖ ସୁଦ୍ଧା ଭାରତରୁ ଫେରିବାକୁ ନିର୍ଦ୍ଦେଶ ମିଳିଛି । ନଚେତ୍ ଭାରତରେ କାନାଡା କୂଟନୀତିଜ୍ଞଙ୍କୁ ମିଳୁଥିବା ସମସ୍ତ ସୁବିଧା ପ୍ରତ୍ୟାହାର କରାଯିବ । ଏହାକୁ ନେଇ ଟ୍ରୁଡୋ କହିଛନ୍ତି ଯେ, ଭାରତ ସହ ଆମେ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ସମୟ ଦେଇ ଗତି କରୁଛୁ । କାନାଡା ଭାରତ ସହ ସ୍ଥିତି ବିଗାଡିବାକୁ ଚାହୁଁନି । ଏଭଳି କଠିନ ସମୟରେ ଭାରତ ସହିତ ଗଠନମୂଳକ ସମ୍ପର୍କ ଜାରି ରଖିବା ପାଇଁ ଆମେ କାର୍ଯ୍ୟ କରିବୁ ।

ଏହାମଧ୍ୟ ପଢନ୍ତୁ: ସଂସଦରେ ନାଜି ସୈନିକଙ୍କୁ ସମ୍ମାନ: ଭୁଲ୍ ହୋଇଯାଇଛି କହିଲେ କାନାଡା ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉକି, ନିଜ୍ଜାର ହତ୍ୟା ପାଇଁ ଟ୍ରୁଡୋ ଭାରତକୁ ଦାୟୀ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଘନେଇବାରେ ଲାଗିଛି । ଟ୍ରୁଡୋ କହିଥିଲେ ଯେ, ଜୁନ ୨୮ରେ ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜାରକୁ ହତ୍ୟା କରାଯିବା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଛି । କାନାଡା ମାଟିରେ ଏହାର ନାଗରିକଙ୍କୁ ହତ୍ୟା କରାଯିବାକୁ ବରଦାସ୍ତ କରାଯିବନି । ଏନେଇ ସେ କାନାଡାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ । ଟ୍ରୁଡୋଙ୍କ ଏଭଳି ସାଂଘାତି ଅଭିଯୋଗକୁ ଭାରତ ଅଯଥା ଓ ଉଦ୍ଦେଶ୍ୟମୂଳକ କହି ଦୃଢ ଭାବରେ ଖଣ୍ଡନ କରିଥିଲା ଏବଂ ଦିଲ୍ଲୀରେ ଥିବା କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଏହାପରଠୁ ଦୁଇ ଦେଶ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ଭାରତ କାନାଡା ନାଗରିକଙ୍କ ପାଇଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଭିସା ସେବା ବନ୍ଦ କରିଛି ।

Last Updated : Oct 4, 2023, 8:26 AM IST

ABOUT THE AUTHOR

...view details