ବେଜିଂ:ଚୀନରେ ପୁଣି ଆରମ୍ଭ ହୋଇ ଯାଇଛି କୋରୋନାର ତାଣ୍ଡବ । ଏଥିରେ ରୋକ ଲଗାଇବାକୁ ଜିରୋ କୋଭିଡ ନୀତି ଆପଣାଇଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ । ଯାହାକୁ ନେଇ ଚୀନରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନକୁ ଜୋରଦାର କରାଯାଇଛି । ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି କରି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ସଂଘାଇରେ ଉଗ୍ର ରୂପ ନେଇଛି ଏହି ଆନ୍ଦୋଳନ । ଏଠାରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଆନ୍ଦୋଳନ ତୀବ୍ର ହେବାରୁ ପୋଲିସ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବା ବେଳେ ଜଣେ ସାମ୍ବାକିକଙ୍କୁ ମଧ୍ୟ ଗିରଫ କରିଥିଲା । ଗିରଫ ପରେ ସାମ୍ବାଦିକଙ୍କ ହାତବାନ୍ଧି ପୋଲିସ ମାଡ ମାରିଥିବା ଏକ ଘରୋଇ ଚ୍ୟାନେଲ ତରଫରୁ କୁହାଯାଇଛି ।
ଏନେଇ ଘରୋଇ ଚ୍ୟାନେଲ ତରଫରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ‘‘ସଂଘାଇରେ ଜିରୋ କୋଭିଡ ନୀତି ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ଆମର ସାମ୍ବାଦିକ ଏଡ ଲରେନ୍ସଙ୍କୁ ଗିରଫ କରାଯାଇଛି । ଗିରଫ ବେଳେ ପୋଲିସ ତାଙ୍କ ହାତରେ ହ୍ୟାଣ୍ଡ କପ ପକାଇ ନିସ୍ତୁକ ମାଡ ମାରିଥିଲା । ତାଙ୍କର ଚିକିତ୍ସାକୁ ନେଇ ଆମେ ଚିନ୍ତିତ ଅଛୁ । ସେ ଜଣେ ସ୍ବିକୃତିପ୍ରାପ୍ତ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିବା ବେଳେ ଏହା ଘଟିଥିବା’’ ଚ୍ୟାନେଲ ତରଫରୁ କୁହାଯାଇଛି ।