ଓଡିଶା

odisha

ETV Bharat / international

ଭାରତୀୟ ବଂଶୋଦ୍ଭବ ରଚନା ହେଲେ ଆମେରିକା ରାଷ୍ଟ୍ରଦୂତ - ରଚନା ହେଲେ ଆମେରିକା ରାଷ୍ଟ୍ରଦୂତ

ଆମେରିକା ରାଷ୍ଟ୍ରଦୂତ ହେଲେ ଭାରତୀୟ ବଂଶୋଦ୍ଭବ ରଚନା ସବସେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ ରଚନା ସବସେବ କୋରହୋନେନଙ୍କୁ ମାଲି ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ

ରଚନା ହେଲେ ଆମେରିକା ରାଷ୍ଟ୍ରଦୂତ
ରଚନା ହେଲେ ଆମେରିକା ରାଷ୍ଟ୍ରଦୂତ

By

Published : Apr 17, 2022, 9:34 AM IST

ୱାଶିଂଟନ: ଆମେରିକା ରାଷ୍ଟ୍ରଦୂତ ହେଲେ ଭାରତୀୟ ବଂଶୋଦ୍ଭବ ରଚନା ସବସେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ ରଚନା ସବସେବ କୋରହୋନେନଙ୍କୁ ମାଲି ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଛି ।

କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ଏଭଳି ନିଯୁକ୍ତି ମିଳିଥିବା ଏହା ତୃତୀୟ । ଆମେରିକା ବିଦେଶ ସେବାରେ ରଚନା ନିଜୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏବେ ଆମେରିକା ବର୍ହିଃବ୍ୟାପାର ବ୍ୟୁରୋର ନିଅର ଇଷ୍ଟର୍ଣ୍ଣ ଆଫାୟର୍ସ ଏବଂ ବ୍ୟୁରୋ ଅଫ୍ ସାଉଥ ଆଣ୍ଡ ସେଣ୍ଟ୍ରାଲ ଏସିଆନ ଆଫାୟର୍ସର ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଛନ୍ତି । ପୂର୍ବରୁ ସେ ସାଉଦି ଆରବର ଧରାନ ସ୍ଥିତ ଆମେରିକା କନସୁଲେଟର କନସଲ ଜେନେରାଲ ଏବଂ ପ୍ରିନ୍ସିପାଲ ଅଫିସର ଥିଲେ । ଏନେଇ ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

ଏହା ସହିତ ରଚନା କଲମ୍ବୋ ସ୍ଥିତ ଆମେରିକା ଦୂତାବାସରେ ମ୍ୟାନେଜମେଣ୍ଟ ସେକ୍ସନର ନେତୃତ୍ବ ନେଇଛନ୍ତି । ୱାଶିଂଟନରେ ମଧ୍ୟ ମ୍ୟାନେଜମେଣ୍ଟ ସଚିବଙ୍କ ଅଧିନରେ ସ୍ପେଶିଆଲ ଆସିଷ୍ଟାଣ୍ଡ ରହିଥିଲେ । ସେ କ୍ବିଏତରେ ଥିବା ଆମେରିକୀୟ ଦୂତାବାସରେ ଏବଂ ମୁମ୍ବାଇରେ ଥିବା ଆମେରିକାର କନସୁଲେଟ୍ ଜେନେରାଲରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଗତମାସରେ ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ କୂଟନୀତିଜ୍ଞ ପୁନୀତ ତାଲୱାରଙ୍କୁ ମକାଓ ଆମେରିକାର ରାଷ୍ଟ୍ରଦୂତ ଏବଂ ଭାରତୀୟ ରାଜନୈତିକ କାର୍ଯ୍ୟକର୍ତ୍ତା ଶେଫାଳି ରାଜଦାନ ଡୁଗଲଙ୍କୁ ନେଦରଲ୍ୟାଣ୍ଡରେ ତାଙ୍କର ଦୂତ ଭାବରେ ମନୋନୀତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ABOUT THE AUTHOR

...view details