ଓଡିଶା

odisha

ETV Bharat / international

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲା ଜୀବନ

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଲେ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ଅଧିକ ପଢନ୍ତୁ

By

Published : Apr 15, 2023, 9:30 AM IST

Updated : Apr 15, 2023, 10:21 AM IST

ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିସ୍ଫୋରଣ
ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିସ୍ଫୋରଣ

ଟୋକିଓ: ଜାପାନରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ବିସ୍ଫୋରଣ ହୋଇଛି । ପ୍ରଧାନମନ୍ତ୍ରୀ କିସିଦା ସଭାରେ ଭାଷଣ ଦେବାର ଠିକ୍ ପୂର୍ବରୁ ଏହି ବିସ୍ଫୋରଣ ଘଟିଛି । ତେବେ ସୌଭାଗ୍ୟବଶତଃ ଏଥିରୁ ପ୍ରଧାନମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କର କୌଣସି କ୍ଷତି ହୋଇନି । ବିସ୍ଫୋରଣ ପରେ କିସିଦାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ହେପାଜତକୁ ନେଇଛି ।

ଜାପାନ ମିଡିଆ ରିପୋର୍ଟ ଅନୁସାରେ, ପଶ୍ଚିମ ଜାପାନର ୱାକାୟାମାରେ ଏହି ଘଟଣା ଘଟିଛି । ଜାପାନ ପିଏମ କିସିଦା ସଭାରେ ଭାଷଣ ଦେବାକୁ ଯାଉଥିବା ବେଳେ ପାଇପ୍ ଭଳି ଏକ ବସ୍ତୁ ତାଙ୍କ ଆଡକୁ ଫିଙ୍ଗା ଯାଇଥିଲା । ଏହାପରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ହୋଇଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ବିସ୍ଫୋରଣ ପରେ ଚାରିଆଡେ ଧୂଆଁମୟ ପରିବେଶ ହୋଇଯାଇଥିଲା । ବିସ୍ଫୋରଣ ଶବ୍ଦ ଶୁଣାଯିବା ପରେ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟ ସ୍ଥାନକୁ ନେଇଥିଲେ । ତେବେ ବିସ୍ଫୋରଣରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: Land dispute: ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଘର ଆଗରେ ଲାଗିଲା ନୋଟିସ୍‌

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ବିସ୍ଫୋରଣ

ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ କାବୁ କରିଛି । ବର୍ତ୍ତମାନ ସନ୍ଦିଗ୍ଧ ବ୍ୟକ୍ତି ଜଣକୁ ପଚରାଉଚରା କରାଯାଉଛି । କହିରଖୁଛି କି, ଗତବର୍ଷ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରାଯାଇଥିଲା । ସିଞ୍ଜୋ ଆବେ ପଶ୍ଚିମ ଜାପାନର ନାରା ସହରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରୁଥିବାବେଳେ ତାଙ୍କୁ ଗୁଳିମାଡ କରାଯାଇଥିଲା । ଘଟଣାସ୍ଥଳରେ ସେ ଟଳି ପଡିଥିଲେ ଏବଂ ତାଙ୍କ ଶରୀରରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ସବୁଦିନ ପାଇଁ ଆଖି ବୁଜିଥିଲେ ସିଞ୍ଜୋ ଆବେ । ଏବେ ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ସଭାରେ ଭାଷଣ ଦେବା ପୂର୍ବରୁ ବିସ୍ଫୋରଣ ହୋଇଛି । ତେବେ ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Shinzo Abe passes away: ଗୁଳିମାଡ ପରେ ସିଞ୍ଜୋ ଆବେଙ୍କ ପରଲୋକ

ଏହାମଧ୍ୟ ପଢନ୍ତୁ: ଚିକିତ୍ସା ବିଜ୍ଞାନକୁ ସଫଳତା, ଉଦ୍ଭାବନ ହେଲା ମସ୍ତିଷ୍କ ବ୍ୟାଧି ପାର୍କିନ୍ସନ ନିରାକରଣର କୌଶଳ

Last Updated : Apr 15, 2023, 10:21 AM IST

ABOUT THE AUTHOR

...view details