ଓଡିଶା

odisha

ETV Bharat / international

ଉତ୍ତର କୋରିଆର ମିସାଇଲ ଲଞ୍ଚରେ ଜାପାନ ଆତଙ୍କିତ, ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ - ଉତ୍ତର କୋରିଆର ମିସାଇଲ ମାଡରେ ଜାପାନ ଆତଙ୍କିତ

ଉତ୍ତର-ପୂର୍ବ ଜାପାନ ଆକାଶରେ ଅତିକ୍ରମ କଲା ଉତ୍ତର କୋରିଆର ମିସାଇଲ । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଲା ଜାପାନ ସରକାର । ଅଧିକ ପଢନ୍ତୁ

Etv Bharatଉତ୍ତର କୋରିଆର ମିସାଇଲ ମାଡରେ ଜାପାନ ଆତଙ୍କିତ, ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ
Etv Bhଉତ୍ତର କୋରିଆର ମିସାଇଲ ମାଡରେ ଜାପାନ ଆତଙ୍କିତ, ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶarat

By

Published : Oct 4, 2022, 11:42 AM IST

ଟୋକିଓ:ଉତ୍ତର କୋରିଆର ମିସାଇଲ ଲଞ୍ଚରେ ଜାପାନରେ ଆତଙ୍କ ଦେଖିବାକୁ ମିଳିଛି (ballistic missile fired by north korea)। ଗତକାଲି ଉତ୍ତର କୋରିଆ ଏକ ମିସାଇଲ ପରୀକ୍ଷଣ କରିଥିବା ବେଳେ ତାହା ରାଜଧାନୀ ଟୋକିଓ ନିକଟବର୍ତ୍ତୀ ତଥା ଉତ୍ତର-ପୂର୍ବ ଆକାଶସୀମା ଉପରେ ଅତିକ୍ରମ କରିଥିଲା । ଯାହାକୁ ନେଇ ଜାପାନ ଭୟଭୀତ ହେବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ପାଇଁ ପରାମର୍ଶ ମଧ୍ୟ ଦେଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଜାପାନର ଉପକୂଳ ସହରରେ ରହୁଥିବା ନାଗରିକଙ୍କୁ ଆଲର୍ଟ ରହିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଜାରି କରାଯାଇଛି (Japan urges residents to take shelter )।

ତେବେ ଉତ୍ତର କୋରିଆର ଏହି ମିସାଇଲ ଉତ୍ତର ପୂର୍ବ ଜାପାନ ଆକାଶ ଅତିକ୍ରମ କରି ପ୍ରଶାନ୍ତ ମହାସାଗରରେ ଖସିଥିବା ସନ୍ଦେହ କରାଯାଉଛି । ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ଆସି ପାରିନାହିଁ । ଅନ୍ୟପଟେ ଏହି ଉତକ୍ଷେପଣ ନେଇ ଉତ୍ତର କୋରିଆ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ, ଦକ୍ଷିଣ କୋରିଆ ଏହା ଉତ୍ତର କୋରିଆ ଦ୍ବାରା ହୋଇଥିବା ଦାବି କରିଛି । ଦକ୍ଷିଣ କୋରିଆ କହିଛି ଏହି ମିସାଇଲଟି ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବର୍ଗର ଥିଲା । ସ୍ଥାନୀୟ ସମୟ ପ୍ରାୟ 7.44 ରେ ଏହା ଉତ୍ତର-ପୂର୍ବ ଜାପାନ ସୀମାବର୍ତ୍ତୀ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଖସିପଡିଛି ।

ଅନ୍ୟପଟେ ଜାପାନ ଉପକୂଳରେ ଏହି କ୍ଷେପଣାସ୍ତ୍ରଟି ମାଡ ହୋଇଥିବା ସନ୍ଦେହ କରାଯାଉଥିଲେ ସୁଦ୍ଧା ସେଠାରେ ମଧ୍ୟ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ପୁନର୍ବାର ଉତ୍ତର କୋରିଆ ପୁଣି ଏପରି ମିସାଇଲ ଲଞ୍ଚ କରିବା ଭୟରେ ଜାପାନର ଉତ୍ତର-ପୂର୍ବ ସୀମା ସମେତ ଅନ୍ୟ କିଛି ସହରଗୁଡିକୁ ସତର୍କ କରାଯାଇଛି । ନିକଟରେ ଦକ୍ଷିଣ କୋରିଆ ଓ ଆମେରିକା ନୈସେନା ମିଳିତ ଭାବେ ଏକ ନୌଭ୍ୟାସ ଆୟୋଜନ କରିଥିଲେ । ଏହି ସମରାଭ୍ୟାସରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା । ଶନିବାର ମଧ୍ୟ ଉତ୍ତର କୋରିଆ ମିସାଇଲ ମାଡ କରି ନିଜର ଅସନ୍ତୋଷ ଜାହିର କରିଥିଲା ।

ABOUT THE AUTHOR

...view details