ଓଡିଶା

odisha

ETV Bharat / international

Europe Tour: ଆଜିଠୁ ୫ ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ - ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ଗୁରୁବାରଠୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ୟୁରୋପିୟ ଦେଶକୁ ଗସ୍ତ କରିବେ । ଅଧିକ ପଢନ୍ତୁ

Europe Tour: ଆଜିଠୁ ୫ ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
Europe Tour: ଆଜିଠୁ ୫ ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

By

Published : Jun 2, 2022, 9:34 AM IST

ନୂଆଦିଲ୍ଲୀ: ଆଜି(ଗୁରୁବାର)ଠୁ ସେଣ୍ଟ୍ରାଲ ୟୁରୋପିୟ ଦେଶ ସ୍ଲୋଭାକିଆ ଓ ଚେକ ରିପବ୍ଲିକକୁ ଗସ୍ତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଭାରତ ସହିତ ଏହି ୨ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ଗସ୍ତ କରିବେ ଜୟଶଙ୍କର । ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପଡୁଥିବା ପ୍ରଭାବ ସମ୍ପର୍କରେ ସେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ଜୟଶଙ୍କର ଜୁନ ୨ରୁ ୪ ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆର ରାଜଧାନୀ ବ୍ରାତିସ୍ଲାୱାରେ ରହିବେ ଓ ପ୍ରଧାନମନ୍ତ୍ରୀ ଏଡୱାର୍ଡ ହେଗରଙ୍କୁ ସାକ୍ଷାତ କରିବେ । ଏହାପରେ ସେ ସ୍ଲୋଭାକିଆର ବୈଦେଶିକ ମନ୍ତ୍ରୀ ଇୱାନ କୋରକାକଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ । ଏଠାରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଗ୍ଲୋବସେକ ୨୦୨୨ ଫୋରମରେ ମଧ୍ୟ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ସେ ଭାରତ ମହାସାଗରର ସହଯୋଗିତାକୁ ନେଇ ୨ ଦେଶ ମଧ୍ୟରେ ସମ୍ପର୍କକୁ ଏକ ଉଚ୍ଚ ସ୍ତରକୁ ନେବା ବିଷୟବସ୍ତୁରେ ସମ୍ବୋଧିତ କରିବେ ।

ଏହି ଗସ୍ତ ସମୟରେ ସେ ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକଜାଣ୍ଡର ସ୍କୈଲେନବର୍ଗଙ୍କୁ ମଧ୍ୟ ସାକ୍ଷାତ କରିବେ । ଜୟଶଙ୍କର ୪ରୁ ୬ ଜୁନ ମଧ୍ୟରେ ଚେକ ରିପବ୍ଲିକକୁ ଗସ୍ତ କରିବେ । ଏଠାରେ ସେ ବୈଦେଶିକ ମନ୍ତ୍ରୀ ଲିପାୱସ୍କିଙ୍କ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଦୁଇ ପକ୍ଷ ଉଭୟ ଦେଶର ଦ୍ବିପାକ୍ଷିକ ସହଯୋଗିତା ଉପରେ ସମୀକ୍ଷା କରିବେ । ଜୟଶଙ୍କର ନିଜ ଗସ୍ତ ସମୟରେ ଭାରତୀୟଙ୍କ ସହିତ ମଧ୍ୟ ଆଲୋଚନା କରିବେ ।

For All Latest Updates

ABOUT THE AUTHOR

...view details