ଓଡିଶା

odisha

By ETV Bharat Odisha Team

Published : Jan 12, 2024, 9:55 AM IST

ETV Bharat / international

ହାଉତି ପ୍ରସଙ୍ଗରେ ଜୟଶଙ୍କର-ବ୍ଲିଙ୍କେନ୍ ଆଲୋଚନା, ଲୋହିତ ସାଗରରେ ଅସ୍ଥିରତା ନେଇ ଚିନ୍ତା

Jaishankar-Blinken discuss Red Sea: ଲୋହିତ ସାଗରରେ ହାଉତି ଆତଙ୍କୀଙ୍କ ଆକ୍ରମଣକୁ ନେଇ ଭାରତର ଚିନ୍ତା ପ୍ରକଟ । ଆମେରିକା ବୈଦେଶିକ ସଚିବ ବ୍ଲିଙ୍କେନଙ୍କ ସହ କଥା ହେଲେ ଏସ୍ ଜୟଶଙ୍କର । ୟୁକ୍ରେନ ଏବଂ ଇସ୍ରାଏଲ ଯୁଦ୍ଧ ଉପରେ ମଧ୍ୟ ହୋଇଛି ଚର୍ଚ୍ଚା । ଅଧିକ ପଢ଼ନ୍ତୁ,

ହାଉତି ପ୍ରସଙ୍ଗରେ ଜୟଶଙ୍କର-ବ୍ଲିଙ୍କେନ୍ ଆଲୋଚନା, ଲୋହିତ ସାଗରରେ ଅସ୍ଥିରତା ନେଇ ଚିନ୍ତା ପ୍ରକଟ
ହାଉତି ପ୍ରସଙ୍ଗରେ ଜୟଶଙ୍କର-ବ୍ଲିଙ୍କେନ୍ ଆଲୋଚନା, ଲୋହିତ ସାଗରରେ ଅସ୍ଥିରତା ନେଇ ଚିନ୍ତା ପ୍ରକଟ

ନ୍ୟୁୟର୍କ:ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟରେ ଲୋହିତ ସାଗର ଏବଂ ଗଲ୍ଫ ଅଫ୍ ଆଡେନରେ ହାଉତି ଆତଙ୍କୀଙ୍କ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ହାଉତି ଆକ୍ରମଣକୁ ନେଇ ଦୁଇ ଦେଶ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାଦ୍ବାରା ଅନ୍ତର୍ଜାତୀୟ ଆଇନ, ମୁକ୍ତ ବାଣିଜ୍ୟ ଏବଂ ନିରୀହ ମେରାଇନରଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା କହିଛନ୍ତି ଜୟଶଙ୍କର ।

ଏହା ମଧ୍ଯ ପଢ଼ନ୍ତୁ: ହାଉତି ଆଡ୍ଡାରେ ୟୁଏସ୍-ବ୍ରିଟେନ ସେନାର ଜବାବୀ ହମଲା, ଚେତାବନୀ ପରେ ସାମରିକ କାର୍ଯ୍ୟାନୁଷ୍ଠାନ

ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଥ୍ୟୁ ମିଲର ଏକ ବିବୃତ୍ତିରେ କହିଛନ୍ତି, "ଲୋହିତ ସାଗର ଏକ ପ୍ରମୁଖ ବାଣିଜ୍ୟିକ କରିଡର । ଯାହା ଆନ୍ତର୍ଜାତିକ ବାଣିଜ୍ୟକୁ ସୁଗମ କରିଥାଏ । ଏହି ଅଞ୍ଚଳରେ ସୁରକ୍ଷିତ ଜାହାଜ ଚଳାଚଳା ପାଇଁ ଭାରତରର ସହଯୋଗ ସ୍ବାଗତଯୋଗ୍ୟ।" ବ୍ଲିଙ୍କେନ, ଭାରତର ଆଭିମୁଖ୍ୟକୁ ସ୍ବାଗତ କରୁଛନ୍ତି ବୋଲି କହିଛନ୍ତି ମାଥ୍ୟୁ ମିଲର । ଗୁରବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକାର ବୈଦେଶିକ ବିଭାଗ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ବିବୃତ୍ତି ଦେଇ କହିଥିଲେ ଯେ, ଦକ୍ଷିଣ ଲୋହିତ ସାଗର ଏବଂ ଗଲଫ ଅଫ୍ ଆଡେନରେ ହାଉତି ଆତଙ୍କୀଙ୍କ ଆକ୍ରମଣ ଚିନ୍ତା ଜନକ । ଏହାଦ୍ବାରା ମୁକ୍ତ ବାଣିଜ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରୁଛି ।

ଏହା ମଧ୍ଯ ପଢ଼ନ୍ତୁ: ପୁଣି ଅଶାନ୍ତ ଲୋହିତ ସାଗର: ହାଉତିର ୨୧ ଡ୍ରୋନକୁ ଖସାଇ ପକାଇଲେ ୟୁଏସ-ବ୍ରିଟେନ ସେନା

ଜୟଶଙ୍କର ଏବଂ ବ୍ଲିଙ୍କେନଙ୍କ ମଧ୍ୟରେ ଇସ୍ରାଏଲ୍-ହାମାସ ଯୁଦ୍ଧ ସଂପର୍କରେ ଆଲୋଚନା ହୋଇଛି । ଗାଜାରେ ସାଧାରଣ ନାଗରିକଙ୍କୁ ମାନବିକ ସହାୟତା ପ୍ରଦାନ ଉପରେ ଉଭୟ ଗୁରୁତ୍ବ ଦେଇଛନ୍ତି । ସେହିପରି ଦୁଇ ଜଣଙ୍କ ମଧ୍ୟରେ ଋଷିଆ-ୟୁକ୍ରେନ ଯୁଦ୍ଧ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି । ପରେ X ରେ ପୋଷ୍ଟ କରି ଜୟଶଙ୍କର କହିଛନ୍ତି, "ମୋର ବନ୍ଧୁ ବ୍ଲିଙ୍କେନଙ୍କ ସହ ଆଲୋଚନା ଗଠନ ମୂଳକ ଏବଂ ସଫଳ ହୋଇଛି ।" ଜୟଶଙ୍କର କହିଛନ୍ତି, "ଆମର ବାର୍ତ୍ତାଳାପ ସାମୁଦ୍ରିକ ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ ଏବଂ ବିଶେଷ କରି ଲୋହିତ ସାଗର ଉପରେ ହିଁ ରହିଥିଲା । ଗାଜା ସମେତ ପଶ୍ଚିମ ଏସିଆରେ ଚାଲିଥିବା ପରିସ୍ଥିତି ଉପରେ ଆମେରିକାର ପଦକ୍ଷେପ ପ୍ରଶଂସନୀୟ ।"

ହାଉତି ଆଡ୍ଡା ଉପରେ ଆମେରିକା ଏବଂ ବ୍ରିଟେନ ସେନା ଆକ୍ରମଣ ଆରମ୍ଭ କରିଥିବା ବେଳେ, ଲୋହିତ ସାଗରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଉପରେ ଗୁରୁତ୍ବ ଦେଇଛନ୍ତି ଜୟଶଙ୍କର ଏବଂ ବ୍ଲିଙ୍କେନ।

ABOUT THE AUTHOR

...view details