ଓଡିଶା

odisha

ETV Bharat / international

ବିଦେଶରେ ଜଳଖିଆ ଖାଇ ଚମ୍ପଟ ଇଟାଲୀ ନାଗରିକ, ବିଲ୍‌ ଭରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ - ଆଲବାନିଆ

ବିଦେଶରେ ରେସ୍ତୋରାଁରେ ଖାଇ ବିଲ୍‌ ଭରିଲେନି ଇଟାଲୀ ନାଗରିକ । ଗସ୍ତ ବେଳେ ପ୍ରସଙ୍ଗ ଉଠାଇଲେ ଆଲବାନିଆ ପ୍ରଧାନମନ୍ତ୍ରୀ, ସଙ୍ଗେ ସଙ୍ଗେ ବିଲ୍‌ ଭରିବାକୁ ରାଷ୍ଟ୍ରଦୂତକୁ ନିର୍ଦ୍ଦେଶ ଦଲେ ଇଟାଲୀ ପ୍ରଧାନମନ୍ତ୍ରୀ । ଜାଣନ୍ତୁ ପୁରା ଘଟଣା

Etv Bharat
Etv Bharat

By

Published : Aug 20, 2023, 9:54 PM IST

ରୋମ:ନାଗରିକଙ୍କ କର୍ତ୍ତୃତ୍ୟ ପାଇଁ ଲଜ୍ଜିତ ହେଲା ଇଟାଲୀ । ଦକ୍ଷିଣ ୟୁରୋପୀୟ ଦେଶ ଆଲବାନିଆଠାରେ 4 ଜଣ ଇଟାଲୀ ନାଗରିକ ଏକ ରେସ୍ତୋରାଁରେ ଖାଦ୍ୟ ଖାଇ ଚମ୍ପଟ୍‌ ମାରିବା ପରେ ଏହାର ବିଲ୍‌ ଭରିଛି ଦେଶ । ରେସ୍ତୋରାଁରେ ଯେତିକି ବିଲ‌୍‌ ହୋଇଥିଲା ତାହାକୁ ଭରିବା ଲାଗି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି । ଆଲବାନିଆ ଗସ୍ତରେ ଥିବା ସମୟରେ ଆଲବାନିଆ ପ୍ରଧାନମନ୍ତ୍ରୀ ଏଡି ରାମା ଏହି ପ୍ରସଙ୍ଗ ଜର୍ଜିଆଙ୍କ ସାମ୍ନାରେ ଉଠାଇବା ପରେ ସେ ଏହି ବିଲ୍‌ ଭରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଲବାନିଆ ଗସ୍ତରେ ଥିବା ସମୟରେ ଆଲବାନିଆ ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଇଟାଲୀ ପ୍ରଧାନମନ୍ତ୍ରୀ ଲଜ୍ଜିତ ହୋଇ ସଙ୍ଗେ ସଙ୍ଗେ ଇଟାଲୀ ରାଷ୍ଟ୍ରଦୂତଙ୍କୁ ବିଲ୍‌ ଭରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜର୍ଜିଆ କହିଥିଲେ, " ଯାଅ..ସଙ୍ଗେସଙ୍ଗେ ସେହି ମୂର୍ଖମାନଙ୍କ ଲାଗି ବିଲ୍‌ ଭର ।" ଆଲବାନିଆରେ ଥିବା ଇଟାଲୀ ରାଷ୍ଟ୍ରଦୂତ 4 ନାଗରିକଙ୍କ ଲାଗି ବିଲ୍‌ ଭରିଥିବା ମଧ୍ୟ ସ୍ପଷ୍ଟ କରିଛି । ଭାରତୀୟ ମୁଦ୍ରାରେ ଏହି ବିଲ୍‌ 7425 ଟଙ୍କା ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- ୨୬ ଟଙ୍କାରେ ପେଟପୁରା ଖାଇବା, ଭାଇରାଲ୍‌ ହେଉଛି ରେଷ୍ଟୁରାଣ୍ଟ ବିଲ୍‌

ଇଟାଲୀ ରାଷ୍ଟ୍ରଦୂତ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି, "ଇଟାଲୀ ସର୍ବଦା ନିୟମର ଅନୁପାଳନ କରିଥାଏ । ଏଥିଲାଗି ଏହି ବିଲ୍‌ ଭରିଛି । ଆଶା କରାଯାଉଛି ଇଟାଲୀ ନାଗରିକଙ୍କ ଦ୍ବାରା ଯେପରି ଏହି ଘଟଣାର ପୁନରାବୃତ୍ତି ନ ହୁଏ ।" ଅନ୍ୟପଟେ ଇଟାଲୀ କୃଷି ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଜର୍ଜିଆଙ୍କ ସମ୍ପର୍କୀୟ ଭାଇ ଫ୍ରାନ୍ସେକୋ ଲୋଲୋବ୍ରିଗିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "କିଛି ଅସାଧୁ ବ୍ୟକ୍ତି କେବେ ହେଲେ ଦେଶକୁ ଲଜ୍ଜିତ କରିପାରିବେ ନାହିଁ ।" ଏହି ଘଟଣା କେବେ ଘଟିଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ଏନେଇ ଏକ ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ 4 ଜଣ ବ୍ୟକ୍ତି ଚାଲି ଚାଲି ରେସ୍ତୋରାଁ ଭିତରକୁ ପ୍ରବେଶ କରିଛନ୍ତି ଓ ଭୋଜନ ପରେ ରାତିର ଅନ୍ଧକାର ମଧ୍ୟରେ ଗାଏବ ହୋଇ ଯାଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ରେସ୍ତୋରାଁ ମାଲିକଙ୍କ କହିବା ଅନୁସାରେ ଏହା ପ୍ରଥମ ଥର ଘଟିଥିଲା ଯେ କିଛି ଗ୍ରାହକ ବିଲ୍‌ ନଭରି ଚାଲି ଯାଇଥିଲେ ।

ABOUT THE AUTHOR

...view details