ଓଡିଶା

odisha

By ETV Bharat Odisha Team

Published : Oct 13, 2023, 4:27 PM IST

ETV Bharat / international

ଚୀନରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଆକ୍ରମଣ, ହସ୍ପିଟାଲରେ ଚିକିତ୍ସା ଜାରି

ଚୀନରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ଉପରେ ଆକ୍ରମଣ । ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ବୋଲି ସୂଚନା ଦେଲା ଚୀନ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

Israeli embassy
Israeli embassy

ବେଜିଂ: ଚୀନରେ ଇସ୍ରାଏଲ ରାଷ୍ଟ୍ରଦୂତରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଉପରେ ଶୁକ୍ରବାର ହୋଇଛି ଆକ୍ରମଣ । ଏନେଇ ଚୀନ ବୈଦେଶିକ ମନ୍ତ୍ରଣାଳୟରୁ ସୂଚନା ଦିଆଯାଇଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଉକ୍ତ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛି ସେ ସମ୍ପର୍କରେ ସୂଚନା ମିଳିନାହିଁ । ଚୀନ ପକ୍ଷରୁ ଯୁଦ୍ଧ ନେଇ ଦିଆଯାଇଥିବା ପ୍ରତିକ୍ରିୟାରେ ନିରାଶଭାବ ପ୍ରକାଶ କରି ଚୀନକୁ ଇସ୍ରାଏଲ ସମାଲୋଚନା କରିବା ପରେ ଏହି ଘଟଣା ଘଟିଛି ।

ତେବେ ଇସ୍ରାଏଲ ଦୂତାବାସ ପରିସରରେ ଏହି ଆକ୍ରମଣ ହୋଇନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି । କର୍ମଚାରୀଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ ଏବଂ ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାଁନ୍ତି ବୋଲି ଏହି ବିବୃତ୍ତିରେ କୁହାଯାଇଛି । କର୍ମଚାରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଏଥିରେ କୁହାଯାଇଛି । ଅନ୍ୟପଟେ ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ହମାସ ଆକ୍ରମଣ ଉପରେ ଚୀନର ମନ୍ତବ୍ୟକୁ ନେଇ ଦେଶ ଗଭୀର ନିରାଶାଭାବ ପ୍ରକାଶ କରିଛି । ଏନେଇ ଇସ୍ରାଏଲ ରାଷ୍ଟ୍ରଦୂତ ରାଫି ହରପାଜ ମଧ୍ୟ ପୂର୍ବର ଚୀନ ରାଷ୍ଟ୍ରଦୂତ ଜାଇ ଜୁନ୍‌ଙ୍କ ସହ କଥା ହୋଇଥିଲେ ।

ଏହା ବି ପଢନ୍ତୁ- Israel-Palestine War: ଭ୍ରମିତ କରୁଛି ଇସ୍ରାଏଲ, ଘର ନ ଛାଡିବାକୁ ଗାଜାବାସୀଙ୍କୁ କହିଲା ହମାସ

ଗତ ଶନିବାର ସକାଳେ ଇସ୍ରାଏଲ ଉପରେ ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିଲା । ହମାସର ଏହି ଆକ୍ରମଣକୁ ବିଶ୍ବର ଅନେକ ଦେଶ ନିନ୍ଦା କରିଥିଲେ । ହେଲେ ଚୀନ ପକ୍ଷରୁ ଏନେଇ ଜାରି କରାଯାଇଥିବା ବିବୃତ୍ତିରେ ଇସ୍ରାଏଲ ସପକ୍ଷରେ କିଛି କୁହାଯାଇନଥିଲା । କୌଣସି ଯୁଦ୍ଧର ଡାକରା ନ ଦେଇ ଏଭଳି ହଠାତ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ । ଯାହାକି ମାନବ ସମାଜ ପ୍ରତି ନିଷ୍ଠୁରଭାବ । ହେଲେ ଚୀନ ପକ୍ଷରୁ ଏହା ଉପରେ କୌଣସି ମନ୍ତବ୍ୟ ଦିଆଯାଇନଥିବାରୁ ଚୀନ ଉପରେ ଖପ୍ପା ରହିଛି ଇସ୍ରାଏଲ ।

ମିଳିଥିବା ସୂଚନା ଅନୁସାରେ ବେଜିଂରେ ଥିବା ଇସ୍ରାଏଲ ଦୂତାବାସ ଆଗରେ ଚୀନର କିଛି ପୋଲିସ ସାଦା ପୋଷାକରେ ପହରା ପକାଇଛନ୍ତି । ଶୁକ୍ରବାର ଏନେଇ ଇସ୍ରାଏଲ ସରକାର ଦୂତାବାସ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିବା ବେଳେ ସେପଟୁ କୌଣସି ଉତ୍ତର ମିଳିନାହିଁ । ଏହାପରେ ଚୀନରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଆକ୍ରମଣ ଖବର ସାମ୍ନାକୁ ଆସିଛି । ତେବେ ଇସ୍ରାଏଲ ଦୂତାବାସ ପରିସରରେ ଏହି ଆକ୍ରମଣ ହୋଇନଥିବା ଚୀନ ବୈଦିଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହା ବି ପଢନ୍ତୁ- Israel-Gaza War: ଇସ୍ରାଏଲକୁ ଇରାନର କଡା ଧମକ, ଆକ୍ରମଣ ବନ୍ଦ ନ କଲେ ଅନ୍ୟ ଦିଗରୁ ମୁଣ୍ଡ ଟେକିବ ଯୁଦ୍ଧ !

ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲକୁ ଯାତ୍ରା କରିଥିଲେ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯୁଦ୍ଧ ସ୍ଥିତି ନେଇ ଇସ୍ରାଏଲ ସହିତ ବାର୍ତ୍ତାଳାପ ମଧ୍ୟ କରିଛନ୍ତି । ଯୁଦ୍ଧ ଲାଗି ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇଛି । ଇସ୍ରାଏଲ ଗାଜାଠାରେ ଗ୍ରାଉଣ୍ଡ ୱାର ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details