ଓଡିଶା

odisha

Israel vs Hamas: ଗାଜା ଉପରେ ୬ହଜାର ବୋମା ଫିଙ୍ଗିଲା ଇସ୍ରାଏଲ, ୨୦୦୯ ଶ୍ରୀଲଙ୍କା ସିଭିଲ ୱାର ପୁନରାବୃତ୍ତି

By ETV Bharat Odisha Team

Published : Oct 13, 2023, 8:31 PM IST

ଗାଜା ସିଟି ଉପରେ ଇସ୍ରାଏଲ ଗତ ୬ ଦିନ ମଧ୍ୟରେ ୬ହଜାର ବୋମା ଫିଙ୍ଗିଛି । ଏହା ୨୦୦୯ ଶ୍ରୀଲଙ୍କା ସିଭିଲ ୱାର ଓ ୨୦୧୭ ସିରିୟା ରାକ୍କା ଘଟଣାକୁ ମନେ ପକାଇଦେଇଥିବା ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Israel vs Hamas
Israel vs Hamas

ହାଇଦ୍ରାବାଦ:ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ବିରୋଧରେ ଆଜି ସପ୍ତମ ଦିନରେ ଜାରି ରହିଛି ଯୁଦ୍ଧ । ଗତ ଶନିବାରଠାରୁ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରଠୁ ଇସ୍ରାଏଲ ବାୟୁ ସେନା ଗାଜା ସିଟି ଉପରେ ପ୍ରାୟ ୬ ହଜାର ବୋମା ଫିଙ୍ଗିଥିବା କହିଛି । ଏହାର ଅର୍ଥ ଇସ୍ରାଏଲ ପ୍ରତିଦିନ ଗାଜା ଉପରେ ୧ ହଜାର ବୋମା ଫିଙ୍ଗିଛି । ଯାହାକି ୨୦୦୯ ଶ୍ରୀଲଙ୍କା ସିଭିଲ ୱାରକୁ ମନେ ପକାଇ ଦେଇଛି । ଏନେଇ ବିଶ୍ବ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୦୯ ମସିହାରେ ଶ୍ରୀଲଙ୍କାର ଏକାଧିକ ବୋମା ବିସ୍ଫୋରଣରେ ଲିବରେସନ ଟାଇଗର୍ସ ଅଫ ତାମିଲ ଇଲାମ (LTTE) ବିରୁଦ୍ଧ ଯୁଦ୍ଧରେ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଜାତିସଂଘ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୪୦ ହଜାରରୁ ୭୦ ହଜାର କୁହାଯାଇଥିଲା । ହେଲେ ଅନ୍ୟ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ଥିଲା ବୋଲି ଆକଳନ କରାଯାଇଥିଲା । ତେବେ ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏହି ଘଟଣାବଳୀକୁ ମନେ ପକାଇଦେଇଛି ।

ଏହା ବି ପଢନ୍ତୁ-Israel-Palestine War: ଭ୍ରମିତ କରୁଛି ଇସ୍ରାଏଲ, ଘର ନ ଛାଡିବାକୁ ଗାଜାବାସୀଙ୍କୁ କହିଲା ହମାସ

ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗାଜା ସିଟିରେ ଥିବା ହମାସର ଏକାଧିକ ଆଡ୍ଡାସ୍ଥଳୀ ଉପରେ ଫାଇଟର ଜେଟ୍‌ ଓ ହେଲିକପ୍ଟର ଦ୍ବାରା ଆକ୍ରମଣ କରାଯାଉଛି । ଇସ୍ରାଏଲର ବାୟୁସେନା ଏଯାବତ ଗାଜା ଉପରେ ୬ ହଜାର ବୋମା ଫିଙ୍ଗିଥିବା କହିଛି । ଫଳରେ ଗାଜା ସିଟିରେ ଖାଦ୍ୟ, ପାଣି, ବିଦ୍ୟୁତ ସମସ୍ୟା ଉପୁଜିଛି । ଜାତିସଂଘର ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି UNRWA ଅନୁଯାୟୀ, ପାଲେଷ୍ଟାଇନ ଏନକ୍ଲେଭ ସିଲ ହୋଇଥିବା ଯୋଗୁଁ ୨୩ ଲକ୍ଷ ବାସିନ୍ଦାଙ୍କ ପାଇଁ ବାହାରୁ କୌଣସି ସହାୟତା ଆସିପାରିବ ନାହିଁ । ସେପଟେ ଯୁଦ୍ଧ ଯୋଗୁଁ ପ୍ରାୟ ୨୨୦,୦୦୦ ବିସ୍ଥାପିତ ଗାଜାର ବିଭିନ୍ନ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି ।

ଅନ୍ୟପଟେ ଇସ୍ରାଏଲର ୬୦୦୦ ବୋମା ଫିଙ୍ଗିବା ଘଟଣା ୨୦୧୭ ସିରିୟାର ରାକ୍କା ଉପରେ ଆମେରିକାର ଆକ୍ରମଣ ଘଟଣାକୁ ମଧ୍ୟ ମନେ ପକାଇଥିବା ଆଲୋଚନା ହୋଇଛି । ୨୦୧୭ ମସିହାରେ ଇରାକ ଓ ସିରିୟା ଉପରେ ଆମେରିକା ପ୍ରତି ମାସରେ ୪୦୦୦ ଲେଖାଏଁ ବୋମା ଫିଙ୍ଗିଥିଲା । ଆମ୍ନାଷ୍ଟି ଇଣ୍ଟରନ୍ୟାସନାଲ ଅନୁଯାୟୀ ୨୦୧୭ ମସିହା ଜୁନ୍ ୬ରୁ ଅକ୍ଟୋବର ୧୭ ମଧ୍ୟରେ ଆମେରିକା ସୈନ୍ୟ ବାହିନୀ ୪ ମାସ ଓ ୧ ସପ୍ତାହ ଧରି ରାକ୍କା ଉପରେ ୩୦ ହଜାରରୁ ଅଧିକ ଗୁଳି ଚାଳନ କରିଥିଲେ ।

ଇସ୍ରାଏଲ ବାୟୁ ସେନା ହମାସ ଆଡ୍ଡାସ୍ଥଳୀ ଉପରେ କରିଥିବା ଆକ୍ରମଣ ସମ୍ପର୍କରେ କହି ସୂଚନା ଦେଇଛି ଯେ ଏୟାର ଷ୍ଟ୍ରାଇକ ଯୋଗୁଁ ଶତାଧିକ ହମାସ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କର ୩୬୦୦ ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ କରାଯାଇଛି । ଏଥିରୁ କମାଣ୍ଡ କଣ୍ଟ୍ରୋଲ ଟାର୍ଗେଟ, ଅସ୍ତ୍ର ପ୍ରଡକ୍ସନ ସାଇଟ, ଲିଡରସିପ ଟାର୍ଗେଟ, ରକେଟ ସିଷ୍ଟମ ଟାର୍ଗେଟ ଅନ୍ତର୍ଭୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details