ଓଡିଶା

odisha

Israel Gaza War: ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି, ମୃତ୍ୟୁସଂଖ୍ୟା 3 ହଜାର ପାର କରିଥିବା ଆଶଙ୍କା

By ETV Bharat Odisha Team

Published : Oct 11, 2023, 6:25 AM IST

ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି । ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା 3 ହଜାର ପାରକରିଥିବା ସନ୍ଦେହ । ଏବେ ବି ଏୟାର ଷ୍ଟ୍ରାଇକ ଜାରି ରଖିଛି ଇସ୍ରାଏଲୀ ଏୟାର ଫୋର୍ସ । ଅଧିକ ପଢନ୍ତୁ

ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି, ମୃତ୍ୟୁସଂଖ୍ୟା 3 ହଜାର ପାରକରିଥିବା ସନ୍ଦେହ
ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି, ମୃତ୍ୟୁସଂଖ୍ୟା 3 ହଜାର ପାରକରିଥିବା ସନ୍ଦେହ

ହାଇଦ୍ରାବାଦ:ଶୁକ୍ରବାର ଗାଜାରୁ ହମାସ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଦୀର୍ଘ 4 ଦିନ ଧରି ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି । ଏବେ ସୁଦ୍ଧା ଉଭୟ ପକ୍ଷରେ ମୃତ୍ୟୁସଂଖ୍ୟା ପ୍ରାୟ 3 ହଜାର ପାର କରିଥିବା ଅନୁମାନ କରାଯାଇଛି । ଶୁକ୍ରବାର ସକାଳେ ହମାସର ଅତର୍କିତ ଆକ୍ରମଣରେ ଦକ୍ଷିଣ ଇସ୍ରାଏଲ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ ଏକ ହଜାର ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସିଧା ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତିନ୍ୟାହୁ । ତେବେ କ୍ରମଶଃ ଇସ୍ରାଏଲର ଆକ୍ରମଣ ପ୍ରଚଣ୍ଡ ହେବା ସହ ମୃତ୍ୟୁସଂଖ୍ୟା ପ୍ରାୟ 3 ହଜାର ଟପିଥିବା ସନ୍ଦେହ କରାଯାଉଛି ।

ଇସ୍ରାଏଲ ଉପରେ ଗାଜା ପଟିରୁ ପାଲେଷ୍ଟାଇନ ଆତଙ୍କୀ ଗୋଷ୍ଠୀ ‘ହମାସ’ର ଭୟାବହ ଆକ୍ରମଣର ଗୋଟିଏ ପରେ ଗୋଟିଏ ନିର୍ମମ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଶୁକ୍ରବାର ରାତିରେ ଗାଜା ସୀମା ନିକଟବର୍ତ୍ତୀ ସ୍ଥାନରେ ଚାଲିଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତର୍କୀତ ଆକ୍ରମଣ କରି ନରସଂହାର କରିଥିଲା ହମାସ ଆତଙ୍କବାଦୀ ଗୋଷ୍ଠୀ । ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ସୁପରନୋଭା ମ୍ୟୁଜିକ ଫେଷ୍ଟିଭାଲ ନାମରେ ଏହି କାର୍ଯ୍ୟକ୍ରମ ଗାଜା ସୀମା ନିକଟବର୍ତ୍ତୀ ଇସ୍ରାଏଲ ଅଞ୍ଚଳରେ ଚାଲିଥିଲା । ଏଥିରେ ହଜାର ହଜାର ଇସ୍ରାଏଲୀ ନାଗରିକ ଅଂଶଗ୍ରହଣ କରିଥିଲେ । ମାତ୍ର ହଠାତ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ସେଠାରେ ଆକ୍ରମଣ କରିଥିଲେ । ଏଥିରେ ଶତାଧିକ କାର ଜଳିଯାଇଥିବା ବେଳେ ବହୁ ଲୋକ ନିହତ ହୋଇଥିଲେ । ଏବେ ସୁଦ୍ଧା ଅତିକମରେ 260 ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଇସ୍ରାଏଲ ବିଭିନ୍ନ ସ୍ଥାନରେ ପ୍ରାୟ 900ରୁ ଏକ ହଜାର ଲୋକ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :-Israel-Gaza War: ମୋଦିଙ୍କୁ କଲ୍‌ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଯୁଦ୍ଧ ସ୍ଥିତି ନେଇ କଲେ ଅବଗତ

ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତିନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଛନ୍ତି । ବର୍ତ୍ତମାନର ସ୍ଥିତି ସମ୍ପର୍କରେ ନେତିନ୍ୟାହୁ ମୋଦିଙ୍କୁ ଅବଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବ ପରି ଭାରତ ଇସ୍ରାଏଲ ସହ ରହିଥିବା କହିଛନ୍ତି । ଅନ୍ୟପଟେ ଇସ୍ରାଏଲକୁ ଅନ୍ତର୍ଜାତୀୟ ସମୂହର ସମର୍ଥନ ମଧ୍ୟ ମିଳିବାରେ ଲାଗିଛି । ଆମେରିକା, ଫ୍ରାନ୍ସ ବ୍ରିଟେନ, ଜର୍ମାନୀ ଓ ଇଟାଲୀ ପରି ୟୁରୋପୀୟ ଦେଶ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଏହି ଆକ୍ରମଣ କ୍ରମଶଃ ଉଗ୍ର ଓ ବ୍ୟାପକ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details