ଓଡିଶା

odisha

ETV Bharat / international

Israel- Hamas war: ଉତ୍ତର ଗାଜା ଛାଡିବାକୁ 3 ଘଣ୍ଟାର ମହଲତ ଦେଲା ଇସ୍ରାଇଲ ସେନା, ହୋଇପାରେ ଗ୍ରାଉଣ୍ଡ ଆଟାକ - ଗାଜାବାସୀଙ୍କୁ 3 ଘଣ୍ଟାର ମହଲତ

ଆକ୍ରମଣ ରୋକିଲା ଇସ୍ରାଇଲ । ଗାଜାବାସୀଙ୍କୁ ଦେଲା 3 ଘଣ୍ଟାର ମହଲତ, 3 ଘଣ୍ଟା ମଧ୍ୟରେ ଗାଜା ପଟ୍ଟି ଛାଡିବାକୁ ନିର୍ଦ୍ଦେଶ । ଆରମ୍ଭ ହୋଇପାରେ ଡୋର ଟୁ ଡୋର ଅପରେସନ । ଅଧିକ ପଢନ୍ତୁ

Israel- Hamas war
Israel- Hamas war

By ETV Bharat Odisha Team

Published : Oct 15, 2023, 2:57 PM IST

ହାଇଦ୍ରାବାଦ:ଏକ ସପ୍ତାହ ହେଲାଇସ୍ରାଇଲ-ହମାସ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ହମାସ ଆକ୍ରମଣର ପ୍ରତିଶୋଧ ନେବାକୁ ରକ୍ତମୁଖା ହୋଇଉଠିଛି ଇସ୍ରାଇଲ । 9 ଦିନର ଏହି ଯୁଦ୍ଧ ମଧ୍ୟରେ ଗାଜା ପଟ୍ଟିକୁ ଏକପ୍ରକାର ଧ୍ୱଂସସ୍ତୁପରେ ପରିଣତ କରିସାରିଲାଣି । ଅନ୍ୟପଟେ ଉତ୍ତର ଗାଜା ପଟ୍ଟିରେ 3 ଘଣ୍ଟା ପାଇଁ ଆକ୍ରମଣ ବନ୍ଦ କରିଛି ଇସ୍ରାଇଲ ସେନା ଆଇଡିଏଫ । ଉତ୍ତର ଗାଜା ପଟ୍ଟି ଛାଡି ଦକ୍ଷିଣ ଆଡକୁ ଯିବାକୁ ଗାଜା ଅଧିବାସୀଙ୍କୁ 3 ଘଣ୍ଟାର ମହଲତ ଦେଇଛି । ଇସ୍ରାଇଲ ଏଭଳି ନିର୍ଦ୍ଦେଶ ଗ୍ରାଉଣ୍ଡ ଆଟାକ ପୂର୍ବପ୍ରସ୍ତୁତି ବୋଲି ଚର୍ଚ୍ଚା ହେଉଛି ।

ଇସ୍ରାଇଲ ଆକ୍ରମଣର ଫାଇନାଲ ଫାଇଟ । ଗାଜାରେ ଏୟାର ଆଟାକ ପରେ ଏବେ ଇସ୍ରାଇଲ ସେନା ଆଇଡିଏଫର ଗ୍ରାଉଣ୍ଡରେ ପଶି ଡୋର ଟୁ ଡୋର ଅପରେସନ ଆରମ୍ଭ ହୋଇପାରେ । କାରଣ କରିବାକୁ ଆକ୍ରମଣକୁ 3 ଘଣ୍ଟା ପାଇଁ ବିରତି ଦେଇ ଲୋକମାନଙ୍କୁ ଉତ୍ତର ଗାଜା ଛାଡିବାକୁ ପରାମର୍ଶ ଦେଇଛି ଇସ୍ରାଇଲ । ଇସ୍ରାଇଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଆଡକୁ ଯିବା ପାଇଁ 3 ଘଣ୍ଟାର ସମୟ ଦେଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଆଇଡିଏଫ ।

ଏହାମଧ୍ୟ ପଢନ୍ତୁ..Israel-Hamas War: ଇସ୍ରାଏଲର ଡ୍ରୋନ୍‌ ଆକ୍ରମଣରେ ଟଳିଲା ହମାସର ଟପ୍ କମାଣ୍ଡର

ଆଇଡିଏଫ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, 'ଆମେ ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ, ଆଇ଼ଡିଏଫ ଆଜି(ରବିବାର) ସକାଳ 10ଟାରୁ 1ଟା ଯାଏ ଏହି ରାସ୍ତାରେ କୌଣସି ଅପରେସନ କରିବ ନାହିଁ । ଏହି ସମୟ ମଧ୍ୟରେ ଦୟାକରି ଉତ୍ତର ଗାଜାରୁ ଦକ୍ଷିଣ ଆଡକୁ ପଳାଇଯାଆନ୍ତୁ । ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଦୟାକରି ନିର୍ଦ୍ଦେଶ ଅନୁସରଣ କରନ୍ତୁ । ଉତ୍ତରଗାଜା ଛାଡିବାକୁ 3 ଘଣ୍ଟାର ମହଲତ ଏନେଇ ଟ୍ବିଟ କରି ସୂଚନା ଦେଇଛି ଆଇଡିଏଫ ।

ଏହାମଧ୍ୟ ପଢନ୍ତୁ..Israel-Hamas war: ପ୍ରତିଶୋଧ ନେଲା ଇସ୍ରାଏଲ ! ଆକ୍ରମଣରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ

ଟ୍ୟାଙ୍କ ସହ ଗାଜା ପଟ୍ଟିରେ ଦାଖଲ ହୋଇ ସାରିଛି ଇସ୍ରାଇଲ ସେନା । ବର୍ତ୍ତମାନ ସୁଦ୍ଧା ଏହି ଯୁଦ୍ଧରେ ଇସ୍ରାଇଲର ପାଖାପାଖି 1300ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ 2800ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅନ୍ୟପଟେ ହମାସର 1900 ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 8000 ଆହତ ହୋଇଥିବା ଇସ୍ରାଇଲ ସେନା ପକ୍ଷରୁ ଦାବି ହୋଇଛି । ସେହିଭଳି ଇସ୍ରାଇଲ ଏବେସୁଦ୍ଧା 6 ହଜାରରୁ ଅଧିକ ଏୟାର ଆଟାକ କରିଥିବା ବେଳେ ହମାସ ପକ୍ଷରୁ 3000 ଆଟାକ କରାଯାଇଛି । ଇସ୍ରାଇଲ ପ୍ରତିଦିିନ 700 ରକେଟ ମାଡ କରୁଥିବା ହମାସ ପକ୍ଷରୁ 400 ରକେଟ ଆକ୍ରମଣ କରାଯାଉଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details