ଓଡିଶା

odisha

Israel-Hamas War: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ପଠାଇଲା ଆମେରିକା

By ETV Bharat Odisha Team

Published : Oct 11, 2023, 10:33 AM IST

ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ପଠାଇଲା ଆମେରିକା । ହମାସ୍ ବିରୋଧରେ ଲଢେଇ ପାଇଁ ଅସ୍ତ୍ରଶସ୍ତ୍ର ନେଇ ଇସ୍ରାଏଲ ଏୟାରବେସ୍‌ରେ ପହଞ୍ଚିଲା ଆମେରିକୀୟ ବିମାନ । ଅଧିକ ପଢନ୍ତୁ

Israel-Hamas War
Israel-Hamas War

ତେଲ୍ ଅଭିଭ୍: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ହମାସ୍ ଆତଙ୍କୀ ଗୋଷ୍ଠୀ ଇସ୍ରାଏଲ ଉପରେ ଘନ ଘନ ରକେଟ ମାଡ କରୁଥିବା ବେଳେ ଇସ୍ରାଏଲ ମଧ୍ୟ ପାଲଟା ଜବାବ ଦେଇ ଗାଜାକୁ ଧ୍ବଂସସ୍ତୁପରେ ପରିଣତ କରିଦେଇଛି । ଦୁଇ ପକ୍ଷର ଆକ୍ରମଣ ଓ ପ୍ରତିଆକ୍ରମଣରେ ଏବେ ସୁଦ୍ଧା ୩୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ହଜାର ହଜାର ଲୋକ ଆହତ ହୋଇଛନ୍ତି । ସମୟ ବଢିବା ସହିତ ମୃତ୍ୟୁସଂଖ୍ୟା ବଢୁଥିବା ବେଳେ ସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ଏହାରି ମଧ୍ୟରେ ଇସ୍ରାଏଲକୁ ସହାୟତା କରିବା ପାଇଁ ଯୁଦ୍ଧାସ୍ତ୍ର ପଠାଇଛି ଆମେରିକା । ମଙ୍ଗଳବାର ରାତିରେ ଆମେରିକାର ଏକ ବିମାନ ଯୁଦ୍ଧାସ୍ତ୍ର ନେଇ ଇସ୍ରାଏଲର ନେଭାଟିମ୍ ଏୟାରବେସ୍‌ରେ ପହଞ୍ଚିଛି ।

ନେତାନ୍ୟାହୁଙ୍କ ସହ କଥାହେଲେ ବାଇଡେନ:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ୍ ଫୋନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ହମାସ୍ ବିରୋଧରେ ଇସ୍ରାଏଲକୁ ସହାୟତା ପାଇଁ ଆମେରିକା ଏବଂ ସହଯୋଗୀ ରାଷ୍ଟ୍ରଙ୍କ ଗ୍ରହଣ କରିଥିବା ପଦକ୍ଷେପଗୁଡିକ ସମ୍ପର୍କରେ ବାଇଡେନ ନେତାନ୍ୟାହୁଙ୍କୁ ଜଣାଇଥିଲେ ଏବଂ ଆତଙ୍କବାଦୀଙ୍କ ବର୍ବରୋଚିତ କାଣ୍ଡକୁ କଡ଼ା ନିନ୍ଦା କରିଥିଲେ । ଏଥିସହ ଆମେରିକା ଇସ୍ରାଏଲ ସହ ଛିଡ଼ା ହୋଇଛି ଏବଂ ଯଥାସମ୍ଭବ ସହାୟତା ଯୋଗାଇଦେବ ବୋଲି କହିଥିଲେ ବାଇଡେନ ।

ଏହାମଧ୍ୟ ପଢନ୍ତୁ: Israel-Gaza War: ମୋଦିଙ୍କୁ କଲ୍‌ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଯୁଦ୍ଧ ସ୍ଥିତି ନେଇ କଲେ ଅବଗତ

ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଦେଲା ଆମେରିକା: ଏହାରି ମଧ୍ୟରେ ମଙ୍ଗଳବାର ଆମେରିକାର ଯୁଦ୍ଧାସ୍ତ୍ର ବୋଝେଇ ଏକ ବିମାନ ଦକ୍ଷିଣ ଇସ୍ରାଏଲରେ ପହଞ୍ଚିଛି । ଇସ୍ରାଏଲ ପ୍ରତିରକ୍ଷା ବଳ(IDF) ଏହି ସୂଚନା ଦେଇଛି । ସୋସିଆଲ ମିଡିଆ ଏକ୍ସରେ IDF କହିଛି ଯେ, ଯୁଦ୍ଧାସ୍ତ୍ର ନେଇ ଆମେରିକାର ଏକ ବିମାନ ନେଭାଟିମ୍ ଏୟାରବେସରେ ପହଞ୍ଚି ଯାଇଛି । ତେବେ ସେଗୁଡ଼ିକ କେଉଁ ପ୍ରକାର ଯୁଦ୍ଧାସ୍ତ୍ର ସେନେଇ IDF ପକ୍ଷରୁ ଖୁଲାସା କରାଯାଇନାହିଁ ।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଆତଙ୍କବାଦୀମାନେ ସମଗ୍ର ଇସ୍ରାଏଲରେ ଅତ୍ୟାଚାର ବର୍ବରତା ଘଟାଇ ଚାଲିଛନ୍ତି । ଯୁବକ ଯୁବତୀଙ୍କ ନରସଂହାର କରୁଛନ୍ତି । ଡର୍ଜନ ଡର୍ଜନ ଛୋଟ ଛୁଆଙ୍କୁ ଅପହରଣ କରିବା ସହ ମହିଳାଙ୍କ ପ୍ରତି ବର୍ବର ଆଚରଣ କରୁଛନ୍ତି । ଏଭଳି ଭୟାବହ ଦୃଶ୍ୟ ପୂର୍ବରୁ କେବେ ଦେଖିନଥିଲି । ହମାସ୍ ଆକ୍ରମଣରେ ଇସ୍ରାଏଲର ୧୦୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଛି । ୨୮୦୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ କରି ରଖାଯାଇଛି । ତେବେ ହମାସ ଯୁଦ୍ଧ ଆରମ୍ଭ କରିଥିଲା, ହେଲେ ଇସ୍ରାଏଲ ଏହାକୁ ଶେଷ କରିବ ବୋଲି କହିଛନ୍ତି ନେତାନ୍ୟାହୁ ।

ABOUT THE AUTHOR

...view details