ଓଡିଶା

odisha

ଆମେରିକା ବାଚସ୍ପତିଙ୍କ ଗସ୍ତ ପରେ ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଲା ଚୀନ

By

Published : Aug 3, 2022, 3:14 PM IST

ତାଇୱାନ-ଚୀନ ବିବାଦ ଲାଗି ରହିଛି । ଆମେରିକା ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଛନ୍ତି । ଯାହାକୁ ନେଇ ଚୀନ ରାଗି ନିଆଁବାଣ ହୋଇଛି । ଯାହାକୁ ନେଇ ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଛି ଚୀନ । ଅଧିକ ପଢନ୍ତୁ

ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଲା ଚୀନ
ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଲା ଚୀନ

ବେଜିଂ: ତାଇୱାନ-ଚୀନ ବିବାଦ ଲାଗି ରହିଛି । ତାଇୱାନକୁ ଅକ୍ତିଆର କରିବାକୁ ସବୁବେଳେ ଚେଷ୍ଟା କରୁଛି ଚୀନା । ତାଇୱାନକୁ ଜୋରଜବରଦସ୍ତ ନିଜ ଦେଶରେ ମିଶାଇବାକୁ ଚେଷ୍ଟା କରୁଛି ଚୀନ । ଏହାରି ଭିତରେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଛନ୍ତି । ଯାହାକୁ ନେଇ ଚୀନ ରାଗି ନିଆଁବାଣ ହୋଇଛି । ଫଳସ୍ବରୂପ ତାଇୱାନ ଉପରେ ଆର୍ଥିକ କଟକଣା ଲଗାଇଛି ଚୀନ । ତାଇୱାନ ସାମଗ୍ରୀ ଉପରେ ଆର୍ଥିକ କଟକଣା ସହ ତାଇୱାନ ସୀମାରେ ଚୀନ ଯୁଦ୍ଧ ଜାହାଜ ଦେଖିବାକୁ ମିଳିଛି ।

ବେଜିଂର ଜାରି ରହିଥିବା ସୁରକ୍ଷା ବିପଦ ସତ୍ତ୍ବେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ମଙ୍ଗଳବାର ତାଇୱାନରେ ପହଞ୍ଚିଛନ୍ତି । ବେଜିଂ କହିଛି ଯେ ପେଲୋସିଙ୍କ ଏହି ଗସ୍ତ ଏକ ଚୀନ୍ ନୀତି ଏବଂ ତିନି ଚୀନ୍-ଆମେରିକା ମିଳିତ ବିଜ୍ଞପ୍ତିର ନିୟମକୁ ଉଲ୍ଲଂଘନ କରିଛି । ତାଇୱାନ ଶାନ୍ତି ଓ ସ୍ଥିରତାକୁ ଗଭୀର ଭାବେ କ୍ଷୂର୍ଣ୍ଣ କରୁଛି । ନାନ୍ସି ପେଲୋସିଙ୍କ ଏହି ଗସ୍ତ ପରେ ତାଇୱାନ ଉପରେ କଟକଣା ଲଗାଇଛି ଚୀନ । ତାଇୱାନ କୃଷି ପରିଷଦ ସୂଚନା ଦେଇଛି ଯେ, ଚାହା ପତି, ଶୁଖିଲା ଫୁଲ, କୋକୋ ବିନ୍ସ ଓ ଫଳ ଜାତୀୟ ଜିନିଷ ଉପରେ କଟକଣା ଲଗାଇଛି ଚୀନ ।

ଏହି ବି ପଢନ୍ତୁ...ତାଇୱାନ ସହ ଆମେରିକା ସବୁବେଳେ ଅଛି: ନାନ୍ସି ପେଲୋସି

ଚୀନ ଆର୍ଥିକ କଟକଣା ଲଗାଇବା ପରେ ଅନେକ ତାଇୱାନ କମ୍ପାନୀ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । କଷ୍ଟମ୍ସ ଆଡମିନିଷ୍ଟ୍ରେସନ ମୋଟ 107 ପଞ୍ଜୀକୃତ ତାଇୱାନ ବ୍ରାଣ୍ଡ ଉପରେ ରୋକ ଲଗାଇଛି ଚୀନ । କ୍ରାକର, ପେଷ୍ଟ୍ରି ଏବଂ ନୁଡୁଲ୍ସ ଭଳି ଖାଦ୍ୟ ସମାଗ୍ରୀ ଉପରେ ମଧ୍ୟ କଟକଣା ଲାଗିଛି । ସେଥିମଧ୍ୟରୁ 35ଟି କମ୍ପାନୀ ବର୍ତ୍ତମାନ ସାମୟିକ ଭାବରେ ନିଲମ୍ବିତ ହୋଇଛନ୍ତି ।

ABOUT THE AUTHOR

...view details