ଓଡିଶା

odisha

ETV Bharat / international

'ମୁଁ ମରିଯିବା ଉଚିତ୍‌' - ukraine airlines crash

ୟୁକ୍ରେନ ବିମାନ ଦୁର୍ଘଟଣାରେ ଇରାନ ହାତ । ମରିଯିବାକୁ କହିଲେ କମାଣ୍ଡର ଆମୀର । ଅଧିକ ପଢନ୍ତୁ...

Iran plane crash
'ମୁଁ ମରି ଯିବା ଉଚିତ୍‌'

By

Published : Jan 12, 2020, 1:31 PM IST

ତେହରାନ: ୟୁକ୍ରେନ ବିମାନ ଉପରେ ଆକ୍ରମଣ କରିଥିଲା ଇରାନ। ଇରାନ ଭୁଲବଶତଃ ବିମାନ ଖସାଇଥିବା ସ୍ବୀକାର କରିବା ପରେ ଘଟଣାରେ ନିଜକୁ ଦାୟୀ କଲେ ଇରାନ ରିଭଲ୍ୟୁସନାରୀ ଗାର୍ଡ କମାଣ୍ଡର ଆମିର ଅଲ୍ଲୀ ହାଜିଜାଦେହ । ଇରାନର ଏପରି ମାନବୀୟ ଭୁଲ ଖବର ଶୁଣି ଲାଗୁଛି 'ମୋତେ ମରିଯିବା ଉଚିତ' ବୋଲି କହିଛନ୍ତି କମାଣ୍ଡର ଆମୀର ।

ଇରାନର ସରକାରୀ ଟିଭିରେ ପ୍ରକାଶିତ ଖବରରେ, ଆମୀର କହିଛନ୍ତି ଏହି ବିମାନ ଦୁର୍ଘଟଣାରେ 176 ସାଧାରଣ ଲୋକଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା ପରେ ସୁପ୍ରିମ ଲିଡର ଅୟାତୁଲ୍ଲା ଖାମନେଇ ମାମଲାର ଯାଞ୍ଚ ଆଦେଶ ଦେଇଛନ୍ତି ।

ସେହିପରି ଇରାନ ରାଷ୍ଟ୍ରପତି ହସନ ରୁହାନୀ ମଧ୍ୟ ବିମାନ ଦୁର୍ଘଟଣାକୁ ନେଇ ନିଜ ଦୋଷ ମାନିଛନ୍ତି । ଶନିବାର ଏକ ଟ୍ବିଟ କରି ସେ କହିଛନ୍ତି, ସୁରକ୍ଷାବଳଙ୍କ ଆନ୍ତରିକ ଯାଞ୍ଚରୁ ଏହା ଜଣାପଡିଛି ଯେ, ଏକ ମାନବୀୟ ଭୁଲ ଯୋଗୁଁ ମିସାଇଲ ମାଡ କରାଯାଇଥିଲା । ଯେଉଁଥିରେ 176 ଲୋକଙ୍କ ଜୀବନ ହାନୀ ହୋଇଛି । ଏଥିରେ ଆମେ ଦୁଃଖିତ । ଏହା ସହ ସେ ଆହୁରି କହିଛନ୍ତି ଅଧ୍ୟକ୍ଷଙ୍କ ଭୂଲ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

ଜାନୁଆରୀ 8, ଇରାନ ଆମେରିକା ଉପରେ ପ୍ରତିଶୋଧ ନେବାକୁ ଇରାକ ସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲେ । ଆଉ ଏହି ଘଟଣାର ଘଣ୍ଟାଏ ପରେ, ଇରାନ ଉପରେ ଏକ ୟୁକ୍ରେନର ବୋଇଂ ବିମାନ ଉଡିଥିଲା । ଯାହାକୁ ଆମେରିକାର ବିମାନ ଭାସି ମିସାଇଲ ମାଡ କରିଥିଲା ଇରାନ । ଯେଉଁଥିରେ ଇରାନର 82 ଜଣ ନାଗରିକ, 63 ଜଣ କାନାଡିଆନ, ୟୁକ୍ରେନର 11, ସ୍ବିଡେନର 10, ଆଫଗାନିସ୍ତାନର 4, ଜର୍ମାନୀ ଓ ୟୁକେର 3 ଜଣ ନାଗିରକଙ୍କ ସମେତ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details