ଓଡିଶା

odisha

ETV Bharat / international

ଆରବ ସାଗରରେ ମାର୍କୋସ କମାଣ୍ଡୋଙ୍କ ସଫଳ ଅପରେସନ, 15 ଭାରତୀୟ କ୍ର୍ୟୁ ମେମ୍ବର ସୁରକ୍ଷିତ ଉଦ୍ଧାର - ଜାହାଜ ହାଇଜ୍ୟାକ୍‌

MV Lila Norfolk hijacked: ସୋମାଲିଆରୁ MV Lila Norfolk ଜାହାଜ ଅପହୃତ ଘଟଣା । ଭାରତୀୟ କମାଣ୍ଡୋଙ୍କ ସଫଳ ଅପରେସନ । ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ କ୍ରୁ ମେମ୍ବର । ଅଧିକ ପଢନ୍ତୁ

MV Lila Norfolk hijacked
MV Lila Norfolk hijacked

By ETV Bharat Odisha Team

Published : Jan 5, 2024, 8:00 PM IST

Updated : Jan 5, 2024, 8:37 PM IST

ନୂଆଦିଲ୍ଲୀ:ସୋମାଲିଆ ସାମୁଦ୍ରିକ ଅଞ୍ଚଳ ଲାଇବେରିଆ ପତାକା ଥିବା ଏକ ମାଲବାହୀ ଜାହାଜ ଅପହରଣ ଘଟଣା । ଭାରତୀୟ କମାଣ୍ଡୋଙ୍କ ସଫଳ ଅପରେସନରେ ଉଦ୍ଧାର ହୋଇଛନ୍ତି ସମସ୍ତ ଭାରତୀୟ କ୍ରୁ ମେମ୍ବର । ଏହାବାଦ ଅନ୍ୟ କ୍ରୁ ମେମ୍ବରଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ସେପଟେ ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ ଆର ହରି କୁମାର ଆରବ ସାଗରରେ ସମୁଦ୍ର ଲୁଟେରାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭାରତୀୟ ଯୁଦ୍ଧପୋତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବ୍ୟାପାର ଜାହାଜକୁ ସମୁଦ୍ର ଲୁଟେରାଙ୍କଠାରୁ ରକ୍ଷା କରିବା ଲାଗି ଭାରତୀୟ ନୌସେନାର ୪ ଯୁଦ୍ଧପୋତକୁ ନିୟୋଜିତ କରାଯାଇଛି ।

ନୌସେନା ଆରମ୍ଭ କରିଥିଲା ଅପରେସନ:-ଏହି ଅପହୃତ ଜାହାଜରେ ଚାଳକଙ୍କ ସମେତ ଥିଲେ ୧୫ ଜଣ ଭାରତୀୟ । ଏହି ଖବର ପାଇବା ମାତ୍ରେ ଆକ୍ଟିଭ ମୋଡକୁ ଆସିଥିଲା ଭାରତୀୟ ନୌସେନା । ସ୍ଥିତି ଉପରେ ନଜର ରଖିବା ସହିତ ଭାରତୀୟ କ୍ରୁ ମେମ୍ବରକୁ ସୁରକ୍ଷା ଦେବା ଲାଗି ଯୁଦ୍ଧପୋତ INS ଚେନ୍ନାଇକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଏହାସହିତ ଅପହୃତ ହୋଇଥିବା ଜାହାଜ ଏମଭି ଲିଲା ନରଫକ୍‌ ଉପରେ ଭାରତୀୟ ନୌସେନା କଡ଼ା ନଜର ରଖିଥିଲା । ଆଇଏନଏସ ଚେନ୍ନାଇରେ ଥିବା ଭାରତୀୟ କମାଣ୍ଡୋମାନେ ଅପହୃତ ଜାହାଜ ନିକଟରେ ପହଞ୍ଚି ସାରିଥିବା ବେଳେ ସାନିଟାଇଜେନ (ଆଗକୁ ବଢିବାକୁ ରାସ୍ତା ସୁରକ୍ଷିତ ଅଛି କି ନାହିଁ ତାହା ଯାଞ୍ଚ କରିବା) ଅପରେସନ ଆରମ୍ଭ କରିଦେିଥିଲେ । ସାନିଟାଇଜେନ ଅପରେସନ ଶେଷ ହେବା ପରେ ଜାହାଜର ଉପରିଭାଗରୁ ଧୀରେ ଧୀରେ ଜାହାଜ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରାଯାଇଥିଲା । ସମୁଦ୍ର ମଧ୍ୟରେ ଜାରି ଥିବା ଏହି ଗୁରୁତ୍ବପୂର୍ଣ୍ଣ ଅପରେସନ ଉପରେ ଭାରତୀୟ ନୌସେନା ହେଡକ୍ବାର୍ଟର କଡା ନଜର ରଖିଥିଲା । ଶେଷରେ ସମସ୍ତ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ମିଲିଟାରୀ ସୂତ୍ରରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ- ଆରବ ସାଗରରେ ଜାହାଜ ଅପହରଣ, ଥିଲେ 15 ଭାରତୀୟ କ୍ରୁ ମେମ୍ବର

ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ କହିବାନୁସାରେ ଏ ସମ୍ପର୍କରେ ଗତକାଲି (ଜାନୁଆରୀ ୪)ରେ ସୂଚନା ମିଳିଥିଲା । ଅପହୃତ ହୋଇଥିବା ଜାହାଜଟି ବ୍ରିଟେନର ମେରିଟାଇମ ଟ୍ରେଡ ଅପରେସନ (UKMTO) ପୋର୍ଟାଲକୁ ଏକ ବାର୍ତ୍ତା ପଠାଇଥିଲା । ଏଥିରେ କୁହାଯାଇଥିଲା ଯେ ଜାନୁଆରୀ ୪ ତାରିଖ ସନ୍ଧ୍ୟା ସମୟରେ ପ୍ରାୟ ୫ରୁ ୬ ଜଣ ଅସ୍ତ୍ରଶସ୍ତ୍ର ସହିତ ଜାହାଜ ଭିତରେ ପ୍ରବେଶ କରିଥିଲେ ଓ ଏହାପରେ ଜାହାଜକୁ ଅପହରଣ କରିଥିଲେ । ତେବେ ଏହି ଜାହାଜକୁ ସୁରକ୍ଷିତ ଉଦ୍ଧାର ସହିତ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ନୌସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବା ଲାଗି ପ୍ରସ୍ତୁତ ବୋଲି କହିଛି ।

ଅପହୃତ ହୋଇଥିବା ଜାହାଜ ଉପରେ ଭାରତୀୟ ନୌସେନା କଡା ନଜର ରଖିଛି । ଭାରତୀୟଙ୍କ ସୁରକ୍ଷା ଲାଗି ଏହି ଅପହୃତ ଜାହାଜ ପଛରେ ରହିଛି INS ଚେନ୍ନାଇକୁ ପଠାଯାଇଥିଲା । ସାମୁଦ୍ରିକ ଟ୍ରାଫିକର ସୂଚନାନୁସାରେ ଅପହୃତ ଜାହାଜଟି ବ୍ରାଜିଲର ପୋର୍ଟୋ ଡୁ ଏକୁରୁ ବାହାରିନର ଖଲିଫା ବିନ ସଲମାନ ପୋର୍ଟ ଯାଉଛି । ଏହା ଜାନୁଆରୀ ୧୧ରେ ପହଞ୍ଚିବ । ଭାରତୀୟ କ୍ରୁ ମେମ୍ବରଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଥିବା ବେଳେ ସମସ୍ତେ ଜାହାଜର ଏକ ରୁମ ଭିତରେ ସୁରକ୍ଷିତ ଅଛନ୍ତି । ଭାରତୀୟ କମାଣ୍ଡୋ ସଫଳତାର ସହିତ ପ୍ରବେଶ କରି ଆତତାୟୀଙ୍କଠାରୁ ଭାରତୀୟଙ୍କୁ ରକ୍ଷା କରିବାକୁ ଉଦ୍ୟମ କରି ଶେଷରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2024, 8:37 PM IST

ABOUT THE AUTHOR

...view details