ଆମଷ୍ଟରଡମ:ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କୁ ମିଳିଲା ନେଦରଲ୍ୟାଣ୍ଡର ଡଚ୍ ପୁରସ୍କାର । ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତୀୟ ବଂଶୋଦ୍ଭବ ପ୍ରଫେସର ଜୟିତା ଗୁପ୍ତା ନେଦରଲ୍ୟାଣ୍ଡର ସମ୍ମାନଜନକ ଡଚ୍ ନୋବେଲ ପୁରସ୍କାର ପାଇଛନ୍ତି । ସେ ବର୍ତ୍ତମାନ ଆମଷ୍ଟରଡମ ଇନଷ୍ଟିଚ୍ୟୁଟ ଫର୍ ସୋସିଆଲ ରିସର୍ଚ୍ଚ ଓ ଆଇଏଚଇ ଡେଲଫ୍ଟ ଇନଷ୍ଟିଚ୍ୟୁଟ ଅପ ୱାଟର ଏଜୁକେସନରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।
ସୂଚନା ମୁତାବକ, ଅକ୍ଟୋବର ୪ ତରିଖରେ ହଗ୍ ଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜୟିତା ଗୁପ୍ତା ଏହି ସମ୍ମାନଜନକ ଡଚ୍ ପୁରସ୍କାର ଲାଭ କରିଛନ୍ତି । ଡଚ୍ ରିସର୍ଚ୍ଚ କାଉନସିଲ(NWO) ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । NWO ପକ୍ଷରୁ ଭାରତୀୟ ବଂଶୋଦ୍ଭବ ଗୁପ୍ତାଙ୍କୁ ଡଚ୍ ନୋବେଲ କୁହାଯାଉଥିବା ସମ୍ମାନଜନକ ସ୍ପିନୋଜା ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବାବଦକୁ ଜୟିତା ଗୁପ୍ତାଙ୍କୁ ନିଜର ବୈଜ୍ଞନିକ ଅନୁସନ୍ଧାନରେ ବିନିଯୋଗ ପାଇଁ ୧.୫ ମିଲିୟନ ୟୁରୋ ମିଳିଛି । ଡଚ୍ ରିସର୍ଚ୍ଚ କାଉନସିଲ ପକ୍ଷରୁ ଏହି ସମ୍ମାନ ଲାଭ ପାଇଁ ନେଦରଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବର ଟ୍ବିଟର) ଜରିଆରେ ପ୍ରଫେସର ଜୟିତା ଗୁପ୍ତାଙ୍କୁ ଅଭିନନ୍ଦନ ଜଣାଇଛି ।
ଏହାମଧ୍ୟ ପଢନ୍ତୁ: Nobel Prize In Chemistry 2023: ୩ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର