ଓଡିଶା

odisha

ETV Bharat / international

ଆମେରିକାରେ 3 ଭାରତୀୟ ବଂଶୋଦ୍ଭବଙ୍କ ସନ୍ଦେହଜନକ ମୃତ୍ୟୁ - ଭାରତୀୟ ବଂଶୋଦ୍ଭବ

Indian origin family death in US: ଆମେରିକାର ଭାରତୀୟ ବଂଶୋଦ୍ଭବ ପରିବାରର 3 ଜଣଙ୍କର ମୃତ୍ୟୁ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଆମେରିକାରେ ଭାରତୀୟଙ୍କ ମୃତ୍ୟୁ
Indian origin family found dead in US

By ETV Bharat Odisha Team

Published : Dec 31, 2023, 8:29 AM IST

Updated : Dec 31, 2023, 8:39 AM IST

ଓ୍ବାଶିଂଟନ: ଆମେରିକାରେ 3 ଭାରତୀୟ ବଂଶୋଦ୍ଭବଙ୍କ ସନ୍ଦେହଜନକ ମୃତ୍ୟୁ । ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଆମେରିକାର ମାସାଚୁରସେଟସର ଡୋଭାର ସହରରେ ଏଭଳି ଘଟଣା ଘଟିଛି । ଗୋଟିଏ ବଙ୍ଗଳାରୁ ବାପାମାଆ ଓ ଝିଅର ମୃତଦେହ ଉଦ୍ଧାର କରାଯାଇଛି । କେଉଁ କାରଣରୁ ତିନି ଜଣଙ୍କର ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ତିନି ମୃତକ ହେଉଛନ୍ତି ରାକେଶ କମଲ ତାଙ୍କ ସ୍ତ୍ରୀ ଟିନା ଓ 18 ବର୍ଷୀୟା ଝିଅ ଆରିଆନା ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଟର୍ଣ୍ଣି ମାଇକେଲ ଡବ୍ଲୁ ମୋରିସି କହିଛନ୍ତି ଯେ, ଗୁରୁବାର ସନ୍ଧ୍ୟାରେ ଡୋଭାର ସହରରେ ଥିବା ଏକ ବଙ୍ଗଳାରୁ ଗୋଟିଏ ପରିବାରର 3 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କର ଜଣେ ସମ୍ପର୍କୀୟ ତାଙ୍କ ଘରକୁ ଆସିଥିବା ବେଳେ ତିନି ଜଣଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ । ଏହାପରେ ସେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାଥମିକ ଅନୁସନ୍ଧାରୁ ଘରୋଇ ହିଂସାରୁ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ତିନି ଜଣଙ୍କୁ ହତ୍ୟା କରାଯାଇଛି ନା ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ତଦନ୍ତ ଜାରି ରହିଛି । ତଦନ୍ତ ସରିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ-ଆମେରିକାରେ ପ୍ରବାଶୀ ଭାରତୀୟଙ୍କ ଉପରେ ଆକ୍ରମଣ, ଗୁଜୁରାଟ ଯୁବକଙ୍କ ମୃତ୍ୟୁ

ମୃତକଙ୍କ ଘର ବାହାରେ ଏକ ବନ୍ଧୁକ ପଡିଥିଲା । ଘର ଭିତରକୁ ଯିବା ପରେ ତିନି ଜଣଙ୍କ ମୃତଦେହ ପଡିଥିବା ଆମେ ଦେଖିବାକୁ ପାଇଥିଲୁ । ଘରୋଇ ହିଂସାକୁ ନେଇ ଏପରି ଘଟଣା ଘଟି ଥାଇପାରେ । ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କୁହାଯାଉଛି ଯେ, ରାକେଶଙ୍କ ପତ୍ନୀ ଟିନା 2016 ମସିହାରେ ଆମେରିକାରେ ଏକ କମ୍ପାନୀ ଖୋଲିଥିଲେ । ଏହା ପରେ 2021ରେ କମ୍ପାନୀକୁ ବନ୍ଦ କରିଦେଇଥିଲେ ।

ଚଳିତ ମାସରେ ଆମେରିକାରେ ଜଣେ ଗୁଜୁରାଟୀ ଯୁବକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ମୃତ ଯୁବକ ଜଣକ ଉଜାସ ମେନାଗର । କିଛି ବର୍ଷ ହେବ ନିଜ ପରିବାର ସହ ସେ ଆମେରିକାର କେରୋଲିନା ରାଜ୍ୟରେ ସ୍ଥାୟୀ ବାସିନ୍ଦା ହୋଇ ରହିଆସୁଥିଲେ । ନଭେମ୍ବର 6 ତାରିଖରେ କିଛି ବ୍ୟକ୍ତି ତାଙ୍କ କାର ପିଛା କରିଥିଲେ । ସେ ଉଜାସ ନିକଟରେ କାର ପାର୍କିଂ କରି ବାହାରକୁ ବାହାରିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଟଙ୍କା ମାଗିଥିଲେ । ସେ ଟଙ୍କା ନଦେବାରୁ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

Last Updated : Dec 31, 2023, 8:39 AM IST

ABOUT THE AUTHOR

...view details