ସିଙ୍ଗାପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ସିଙ୍ଗାପୁରରେ ଦଣ୍ଡିତ ହେଲେ ଭାରତୀୟ ଯୁବକ । 2019 ମସିହାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ସିଙ୍ଗାପୁରର ଏକ ଅଦାଲତ । ଏହି ମାମଲାରେ 26 ବର୍ଷୀୟ ଭାରତୀୟ ଯୁବକକୁ 16 ବର୍ଷ ଜେଲ ଦଣ୍ଡ ସହ 12 ପାହାର ବେତ ମାଡ ଖାଇବାକୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅନ୍ତର୍ଜାତୀୟ ଏକ ଖବରକାଗଜରେ ଏ ସମ୍ପର୍କରେ ପ୍ରକାଶ ପାଇଛି ।
2019 ମସିହାର ଘଟଣା:2019 ମସିହାରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । ଜଣେ 23 ବର୍ଷୀୟା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ଭାରତୀୟ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତା ରାତିରେ ବସଷ୍ଟପ ଆଡକୁ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କର ପିଛା କରିଥିଲା । ପରେ ଅଶ୍ଲୀଳ ଇଙ୍ଗିତ କରିଥିଲା । ପରେ ଜଙ୍ଗଲକୁ ଘୋଷାଡି ନେଇ ମୁହଁକୁ ମାଡ ମାରିବା ପରେ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏପରିକି ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ତାଙ୍କୁ ଚିହ୍ନି ହେଉନଥିଲା ବୋଲି ଯୁବତୀଙ୍କ ପୁରୁଷବନ୍ଧୁ କହିଛନ୍ତି । ଏପରିକି ପୀଡିତାଙ୍କ ଗଳା ଚିପି ମାରିବାକୁ ଚାହୁଁଥିଲା ଅଭିଯୁକ୍ତ । ମାଡ ଯୋଗୁଁ ପୀଡିତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ।
ଏହା ମଧ୍ୟ ପଢନ୍ତୁ:ସହପାଠିନୀ ସାଜିଲା ଶତ୍ରୁ, ନିଶା ଦେଇ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ