ଓଡିଶା

odisha

ETV Bharat / international

Russia-Ukraine war: ଆମେରିକାର ଧମକ, ଋଷିଆ ସହ ସାମିଲ ହେଲେ ପରିଣାମ ଭୟଙ୍କର

ଭାରତକୁ ଆମେରିକାର ଚେତାବନୀ । ଋଷିଆ ସହ ସାମିଲ ହେଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ । ଅଧିକ ପଢନ୍ତୁ

Russia-Ukraine war: ଆମେରିକାର ଧମକ, ଋଷିଆ ସହ ସାମିଲ ହେଲେ ପରିଣାମ ଭୟଙ୍କର
Russia-Ukraine war: ଆମେରିକାର ଧମକ, ଋଷିଆ ସହ ସାମିଲ ହେଲେ ପରିଣାମ ଭୟଙ୍କର

By

Published : Apr 8, 2022, 8:44 AM IST

ୱାସିଂଟନ: ଜାରି ରହିଛି ୟୁକ୍ରେନ-ଋଷିଆ ଯୁଦ୍ଧ । ଦୀର୍ଘଦିନ ଧରି ଚାଲିଥିବା ଘମାଘୋଟ ଲଢେଇ ମଧ୍ୟରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ସେପଟେ ଋଷିଆକୁ ଏକଘରକିଆ କରିବା ପାଇଁ ଆମେରିକା ସବୁ ପ୍ରକାର ପ୍ରୟାସ ଜାରି ରଖିଛି ଏବଂ ଅନ୍ୟ ଦେଶମାନଙ୍କୁ ମଧ୍ୟ ସେହି ନୀତି ଆପଣାଇବାକୁ ଚାପ ପକାଉଛି । ହେଲେ ଭାରତ ଆରମ୍ଭରୁ ଯୁଦ୍ଧ ପ୍ରସଙ୍ଗରେ ନିରପେକ୍ଷ ରହିଆସିଛି । ଯାହା ଆମେରିକାର ହଜମ ହେଉନାହିଁ । ଏହି ପରିପ୍ରେକ୍ଷୀରେ ପୁଣିଥରେ ୟୁକ୍ରେନ ଯୁଦ୍ଧ ନେଇ ଆମେରିକା ଭାରତକୁ କଡା ଚେତାବନୀ ଦେଇଛି । ଯଦି ଭାରତ ଋଷିଆ ସହ ସାମିଲ ହୁଏ ତେବେ ପରିମାଣ ଭୟଙ୍କର ହେବ ଏବଂ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଧମକାଇଛି ।

ହ୍ବାଇଟ ହାଉସ ନ୍ୟାସନାଲ ଇକୋନୋମିକ କାଉନସିଲ(White House National Economic Council)ର ନିର୍ଦ୍ଦେଶକ ତଥା ବାଇଡେନଙ୍କ ମୁଖ୍ୟ ଆର୍ଥିକ ଉପଦେଷ୍ଟା ବ୍ରେନ ଡିଜ୍(Brain Deese) କହିଛନ୍ତି, ଋଷିଆ ବିରୁଦ୍ଧରେ ଏଭଳି କୌଣସି ପ୍ରସଙ୍ଗ ନାହିଁ ଯେଉଁଥିରେ ଉଭୟ ଚୀନ ଓ ଭାରତର ଆଭିମୁଖ୍ୟ ଆମକୁ ନିରାଶ କରିନାହିଁ । ଏଣୁ ଆମେରିକା ଭାରତକୁ କହିଛି, ଯଦି ମସ୍କୋ ସହିତ ତାହାର ରଣନୀତିକ ସହଭାଗିତା ବୃଦ୍ଧି ପାଏ ତାହାହେଲେ ଏଥିପାଇଁ ଭାରତକୁ ଦୀର୍ଘକାଳୀନ ପରିଣାମ ଭୋଗିବାକୁ ହେବ ।

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପାଇଁ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ସମେତ ଅନେକ ୟୁରୋପୀୟ ଦେଶ ଋଷିଆ ଉପରେ କଡା ଆର୍ଥିକ କଟକଣା ଲଗାଇଛନ୍ତି । ହେଲେ ଭାରତ ଆରମ୍ଭରୁ ନିରପେକ୍ଷତା ଅବଲମ୍ବନ କରିଆସିଛି । ଜାତିସଂଘ ସୁରକ୍ଷା ପରିଷଦରେ ବାରମ୍ବାର ଋଷିଆ ବିରୋଧି ନିନ୍ଦା ପ୍ରସ୍ତାବ ଉପରେ ଭାରତ ନିଜକୁ ଦୂରେଇ ରଖିଛି ଓ କୂଟନୀତିକ ଆଲୋଚନା ଦ୍ବାରା ସମାଧାନ ହୋଇପାରିବ ବୋଲି ଯୁକ୍ତି ଦର୍ଶାଇଛି । ଗୁରୁବାର ମଧ୍ୟ UNHRCରୁ ଋଷିଆକୁ ବାହାର କରିବାକୁ ଆମେରିକା ଆଣିଥିବା ପ୍ରସ୍ତାବରେ ଭାରତ ଭୋଟ ଦେଇନାହିଁ ।

ABOUT THE AUTHOR

...view details