ଓଡିଶା

odisha

ETV Bharat / international

Sri Lanka crisis: ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଲା ଭାରତ

ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ସହାୟତା ଜାରି ରଖିଛି ଭାରତ । ତେବେ ଏହାରି ଭିତରେ ଗତକାଲି(ଶନିବାର) ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଛି ଭାରତ । ଅଧିକ ପଢନ୍ତୁ

Sri Lanka crisis: ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଲା ଭାରତ
Sri Lanka crisis: ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଲା ଭାରତ

By

Published : May 22, 2022, 7:39 AM IST

କଲମ୍ବୋ:ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ସହାୟତା ଜାରି ରଖିଛି ଭାରତ । ତେବେ ଏହାରି ଭିତରେ ଗତକାଲି(ଶନିବାର) ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଛି ଭାରତ । ଗତମାସରେ ଶ୍ରୀଲଙ୍କାର ଇନ୍ଧନ ଆମଦାନୀ ଲାଗି ଭାରତ ୫୦ କୋଟି ଡଲାର ସାହାଯ୍ୟ କରିଥିବା ବେଳେ ବର୍ତ୍ତମାନ ଡିଜେଲ ଦେଇ ସାହାଯ୍ୟର ହାତ ବଢାଇଛି । ଏନେଇ ଭାରତର ହାଇ କମିଶନ ପକ୍ଷରୁ ଗତକାଲି(ଶନିବାର) ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଏହା ଛଡା ଚାଉଳ, ଔଷଧ ଏବଂ ମିଲ୍କ ପାଉଡର ଭଳି ଅତ୍ୟାବଶକିୟ ସହାୟତା ନେଇ ମଧ୍ୟ ଏକ ଜାହାଜ ଆଜି(ରବିବାର )ଶ୍ରୀଲଙ୍କା ପହଞ୍ଚୁଥିବା ମଧ୍ୟ କହିଛନ୍ତି ଭାରତର ହାଇ କମିଶନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ରିଲିଫ ସାମଗ୍ରୀ ବୋଝେଇ ପୋତକୁ ବୁଧବାର ପତାକା ଦେଖାଇ ଚେନ୍ନାଇରୁ ଶ୍ରୀଲଙ୍କା ପଠାଇଥିଲେ ।

ଶ୍ରୀଲଙ୍କାକୁ ୯ ହଜାର ମେଟ୍ରିକ ଚନ ଚାଉଳ, ୨ଶହ ମେଟ୍ରିକ ଟନ ମିଲ୍କ ପାଉଡର ଓ ୨୪ ମେଟ୍ରିକ ଟନ ଔଷଧ ପଠାଯାଇଛି । ଏହି ମୋଟ ରିଲିଫର ପରିମାଣ ପ୍ରାୟ ୪୫ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ଏହାସହ ସଙ୍କଟ ଆରମ୍ଭ ହେବାର ପ୍ରାରମ୍ଭିକ ସମୟରୁ ଭାରତ 12ଟି ସିପମେଟରେ ପ୍ରାୟ 4 ଲକ୍ଷ ମେଟ୍ରିକ ଟନ ଇନ୍ଧନ ପଠାଇଛି । ପୂର୍ବରୁ ମଧ୍ୟ ଭାରତ ଚିକିତ୍ସା ସାମଗ୍ରୀ, ଖାଦ୍ୟ ଶସ୍ୟ ଓ ଇନ୍ଧନ ଆଦି ପର୍ଯ୍ୟାୟକ୍ରମେ ପଠାଯାଇଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:Sri Lanka crisis: 4 ଲକ୍ଷ ମେଟ୍ରିକ ଟନ ଇନ୍ଧନ ପଠାଇ ସାରିଲାଣି ଭାରତ

ସେହିପରି ଶ୍ରୀଲଙ୍କାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଥିବା ବେଳେ ମୁଦ୍ରାସ୍ପିତି ବଢି ଯାଇଥିଲା । ଫଳରେ ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିଲା । ଯାହାକୁ ନେଇ ଦେଶରେ ଜନ ଅସନ୍ତୋଷ ଉପୁଜିଥିବା ବେଳେ ଲୋକେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ବିରୋଧ କରିବାରୁ ଦେଶରେ ମେ ୬ ତାରିଖରେ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥିଲା । ତେବେ ଗତକାଲି(ଶନିବାର) ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ହଟିଥିବା ବେଳେ ଭାରତରୁ ଡିଜେଲ ମଧ୍ୟ କଲମ୍ବୋ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details