ଓଡିଶା

odisha

ETV Bharat / international

ତୁର୍କୀରୁ ଭାରତ ଆସୁଥିବା ଜାହାଜ ଲୋହିତ ସାଗରରେ ଅପହୃତ ! ଥିଲେ ବିଭିନ୍ନ ଦେଶର 25ରୁ ଅଧିକ ନାଗରିକ - ଲୋହିତ ସାଗରରେ ଜାହାଜ ଅପରହରଣ

ତୁର୍କୀରୁ ଭାରତ ଆସୁଥିବା କାର୍ଗୋ ଜାହାଜକୁ ଉତ୍ତର ଲୋହିତ ସାଗରରେ ହାଉଥି ସଂଗଠନ ଅପହରଣ କରିନେଇଥିବା ଇସ୍ରାଏଲର ଦାବି । ଅଧିକ ପଢନ୍ତୁ

ତୁର୍କୀରୁ ଭାରତ ଆସୁଥିବା ଜାହାଜ ଲୋହିତ ସାଗରରେ ଅପହୃତ ! ଥିଲେ ବିଭିନ୍ନ ଦେଶର 25ରୁ ଅଧିକ ନାଗରିକ
ତୁର୍କୀରୁ ଭାରତ ଆସୁଥିବା ଜାହାଜ ଲୋହିତ ସାଗରରେ ଅପହୃତ ! ଥିଲେ ବିଭିନ୍ନ ଦେଶର 25ରୁ ଅଧିକ ନାଗରିକ

By ETV Bharat Odisha Team

Published : Nov 19, 2023, 11:04 PM IST

ହାଇଦ୍ରାବାଦ:ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ (କାର୍ଗୋ ସିପ୍‌)କୁ ଲୋହିତ ସାଗରରେ ଅପହରଣ କରାଯାଇଥିବା ସୂଚନା ମିଳିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୟେମାନର ବିଦ୍ରୋହୀ ଗୋଷ୍ଠୀ ‘ହାଉଥି’ ସଂଗଠନ ଏହି ଅପହରଣ କରିଛି । ଏଥିରେ ବିଭିନ୍ନ ଦେଶରୁ ପ୍ରାୟ 25 ଜଣ ନାଗରିକ ଥିଲେ । ଏହାକୁ ଅପହରଣ କରିଥିବା ନେଇ ନିଜେ ‘ହାଉଥି’ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସେମାନେ ଏକ ଇସ୍ରାଏଲୀ ଜାହାଜକୁ ଜବତ କରିଥିବା ହାଉଥି ଦାବି କରୁଥିବା ବେଳେ ଏହାକୁ ଇସ୍ରାଏଲ ଖଣ୍ଡନ କରିଛି । ହାଉଥି ସଂଗଠନ ଅପହରଣ କରିଥିବା ଜାହାଜ ଇସ୍ରାଏଲର ନୁହେଁ ବରଂ ଏହା ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ବେଳେ ଅପହରଣର ଶିକାର ହୋଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଦାବି କରାଯାଇଛି ।

ତେବେ ଏନେଇ ଇସ୍ରାଏଲ ସେନା ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଟ୍ବିଟ କରି ଏପରି ସୂଚନା ଦେଇଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଜାହାଜରେ ଏକାଧିକ ଦେଶର 25 ଜଣ ନାଗରିକ ଥିବା ବେଳେ ସେମାନଙ୍କ ମଧ୍ୟରେ କେହି ଇସ୍ରଏଲୀ ନାଗରିକ ନଥିବା ମଧ୍ୟ ଇସ୍ରାଏଲ କହିଛି । ଇସ୍ରାଏଲ ସେନା ଏହି ଅପହରଣକୁ ନିନ୍ଦା କରିବା ସହ କହିଛି, ଏହା ପଛରେ ଇରାନରେ ହାତ ରହିଛି । ଇରାନର ସହଯୋଗରେ ୟେମେନର ବିଦ୍ରୋହୀ ସଂଗଠନ ହାଉଥି ଏହି ଅନ୍ତର୍ଜାତୀୟ କାର୍ଗୋ ସିପକୁ ଉତ୍ତର-ଲୋହିତ ସାଗର ଅଞ୍ଚଳରେ ଅପହରଣ କରି ନେଇଛି । ଇସ୍ରାଏଲ ଆହୁରି ମଧ୍ୟ କହିଛି ଏହି ଜାହାଜର ମାଲିକାନ ସହ ଇସ୍ରାଏଲର କୌଣସି ସମ୍ପର୍କ ନାହିଁ । ଏହା ଏକ ବ୍ରିଟିଶ କମ୍ପାନୀ ମାଲିକାନାରେ ରହିଛି ଓ ଏହାକୁ ଜାପାନର ଏକ କମ୍ପାନୀ ସଞ୍ଚାଳିତ କରୁଛି ।

ଏହା ମଧ୍ୟ ପଢନ୍ତୁ :- ବିଶ୍ବକପ ୨୦୨୩: ଫାଇନାଲ ମ୍ୟାଚ୍‌ ହାରିଲା ଭାରତ, ଟିମକୁ ମୋଦିଙ୍କ ଆଶ୍ବାସନା

ତେବେ ଏହି ଜାହାଜଟି ଭାରତର କେଉଁ ବନ୍ଦର ଅଭିମୁଖେ ଆସୁଥିଲା ସେ ନେଇ କୌଣସି ସୂଚନା ମିଳିନି । ଭାରତ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । ଅନ୍ୟପଟେ ଇସ୍ରାଏଲର ଅଭିଯୋଗ ଅନୁସାରେ, ଏହି ଜାହାଜଟି ତୁର୍କୀରୁ ବାହାରିଥିବା କୁହାଯାଉଥିଲେ ସୁଦ୍ଧା, ତୁର୍କୀ ଏନେଇ କିଛି ସ୍ପଷ୍ଟ କରିନି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଟ୍ବିଟ ଅନୁସାରେ, ଏହି ଅନ୍ତର୍ଜାତୀୟ କାର୍ଗୋ ଜାହାଜରେ ଫିଲିଫିନ୍ସ, ମେକ୍ସିକୋ ବୁଲଗେରିଆ ଓ ୟୁକ୍ରେନର ନାଗରିକ ରହିଛନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ 25 ରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details