ନ୍ୟୁୟର୍କ:ଆମେରିକାରେ ପୁଣି ଭାରତୀୟଙ୍କୁ ଆକ୍ରମଣ । ତେବେ ୧୦ ଦିନ ତଳେ ଶିଖ୍ ସଂପ୍ରଦାୟର ଜଣେ ବୃଦ୍ଧ ଲୋକକୁ ଆକ୍ରମଣ କରାଯାଇଥିବା ବେଳେ ପୁଣି ୨ ଜଣ ଶିଖଙ୍କୁ ଆକ୍ରମଣ କରାଯାଇଛି । ନ୍ୟୁୟୁର୍କର କୁଇନ୍ସରେ ୨ ଜଣଙ୍କୁ ଆକ୍ରମଣ ହୋଇଥିବା ବେଳେ ବୃଦ୍ଧ ଶିଖ ଲୋକକୁ ଏହି ମାସର ପାଖ ସହରରେ ଆକ୍ରମଣ ହୋଇଥିଲା ।
ସେହିପରି ଏମାନଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିବା ସହ ଜିନିଷ ଚୋରି କରି ନେଇଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ସେପଟେ ନ୍ୟୁୟର୍କର କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ ଏହି ଘଟଣାକୁ ନିନ୍ଦା କରିବା ସହ ନ୍ୟୁୟର୍କର ରିଚମଣ୍ଡ ହିଲ୍ସରେ ହୋଇଥିବା ଏହି ଆକ୍ରମଣ ବିଷୟରେ ଟ୍ବିଟ୍ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଏହି ଘଟଣା ସମ୍ପର୍କରେ ଆମେ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇବା ସହ ନିୟୁର୍କ ସିଟି ପୋଲିସକୁ ଘଟଣା ବିଷୟରେ ଅବଗତ କରାଇ ଦେଇଛୁ ବୋଲି ସେ କହିଛନ୍ତି ।
ସେହିଭଳି ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛନ୍ତି । ଏପଟେ ଶିଖ୍ ସଂପ୍ରଦାୟର ଲୋକଙ୍କ ସହ ଆମେ ଯୋଗଯୋଗରେ ଅଛୁ ଏବଂ ଯାହା ସାହାଯ୍ୟ ଦରକାର ପଡିବ ଆମେ ପୀଡିତଙ୍କୁ ପ୍ରଦାନ କରିବୁ ବୋଲି ସେ କହିଛନ୍ତି ।
ଏତଦ୍ବ୍ୟତିତ୍ ସମ୍ପ୍ରଦାୟ ଭିତ୍ତିକ ନାଗରିକ ତଥା ମାନବାଧିକାର ସଂଗଠନ ଶିଖ୍ ସମନ୍ୱୟ ସଂଗଠନ (Community-based civil and human rights organization The Sikh Coalition) ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଦୁଇ ଜଣ ଶିଖ୍ ଲୋକଙ୍କୁ କୁଇନ୍ସ ସ୍ଥିତ ରିଚମଣ୍ଡ ହିଲ୍ସର ମଙ୍ଗଳବାର ଆକ୍ରମଣ କରି ଦୁର୍ବୁତ୍ତମାନେ ଲୁଟପାଟ କରିଥିଲେ । ଏହା ସହିତ ଏପ୍ରିଲ ୩ ତାରିଖରେ ସେପ୍ତୁଏଜେରିଆନ ନିର୍ମଳ ସିଂଙ୍କୁ ଏହି ଅଞ୍ଚଳରେ ଅତି ନିକଟରୁ ଏହି ଆକ୍ରମଣ କରାଯାଇଥିଲା । ତେବେ ମଙ୍ଗଳବାର ବ୍ରୁକ୍ଲିନ ମେଟ୍ରୋ ଷ୍ଟେସନରେ ଜଣେ ଦୁର୍ବୃତ୍ତ ହଠାତ୍ ଆସି ଗୁଳିମାଡ କରିଥିଲେ ।
ଏହି ଆକ୍ରମଣରେ ୧୬ ଜଣ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ଦେହରେ ଗୁଳି ବାଜି ଥିଲା । ଏଥିରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏପଟେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ତଦନ୍ତ ଜାରି ରଖିଛି । ଏଥିସହ ଆମେରିକର ସ୍ଥାନୀୟ ପ୍ରଶାସନ ଏହି ଘଟଣାକୁ ଦୁଖଃଦାୟକ କହିବା ସହ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।
ଅନ୍ୟପଟେ ଏହି ଆକ୍ରମଣ ଘଟଣାକୁ ଗୁରୁତର ସହ ନିୟୁର୍କ ପୋଲିସ ନେବା ସହ ତଦନ୍ତ ଜାରି ରଖିଛି । ତେବେ ସହରରେ କୌଣସି ଅପରାଧକୁ ଆମେ ପ୍ରସୟ ଦେବୁ ନାହୁଁ ବୋଲି ନିୟୁର୍କର ପୋଲିସ କମିଶନର କହିଛନ୍ତି । ଏଥିସହ ନ୍ୟୁୟର୍କ ସହରର ପୋଲିସ କମିଶନର କେଚାଣ୍ଟ ସେୱେଲ କହିଛନ୍ତି ଯେ, ବୃଦ୍ଧ ଶିଖ୍ଙ୍କୁ ଆକ୍ରମଣର ତଦନ୍ତ କରୁଥିବା NYPD ମୁଖ୍ୟ ଡିଟେକ୍ଟିଭ୍ ଜେମ୍ସ ଏସିଗ ତଦନ୍ତ କରୁଛନ୍ତି । ଏହା ସହିତ ଆମେ ସବୁ ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି । ତେବେ ଏହି ଭଳି ଘଟଣା ନ ଘଟିବା ପାଇଁ ଆମେ ଯଥାଚିତ ପଦକ୍ଷେପ ନେବୁ ବୋଲି ଡିଟେକ୍ଟିଭ୍ ଜେମ୍ସ ଏସିଗ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ