ଇସଲାମାବାଦ:କିଛି ଦିନର ବ୍ୟବଧାନ ପରେ ପୁଣି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି । ପୂର୍ବତନ ତଥା ଅନାସ୍ଥାରେ କ୍ଷମତାଚ୍ୟୁତ ହୋଇଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶରେ ପୁଣି ଥରେ ନିର୍ବାଚନ କରାଇବା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦେଶରେ ନୂଆ ନିର୍ବାଚନ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫଙ୍କୁ ମାତ୍ର 6 ଦିନର ମହଲତ ସହ ଚରମ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଇମ୍ରାନ ।
ଏହି ଅଲଟିମେଟମ ଅବଧି ମଧ୍ୟରେ ଜାତୀୟ ବିଧାନସଭା (ସଂସଦ) ଭଙ୍ଗ କରିବା ସହ ସିରିଫ ସରକାର ନୂଆ ନିର୍ବାଚନ ନେଇ ତାରିଖ ଘୋଷଣା ନକେଲେ ଇମ୍ରାନଙ୍କ ଦଳ PTI ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବା ସହ ରାଜଧାନୀ ଅଭିମୁଖେ ବଢିବ ବୋଲି ନେଇ ଦଳ ମୁଖ୍ୟ ଇମ୍ରାନ ଖାନ ଚେତାବନୀ ମଧ୍ୟ ଦେଇଛନ୍ତି । ଇମ୍ରାନଙ୍କ ଘୋଷଣା ପରେ ସାରା ଦେଶରେ ଦଳୀୟ କର୍ମୀମାନେ ଦେଶରେ ନିର୍ବାଚନ ଘୋଷଣା କରିବା ଦାବିରେ ରାସ୍ତାକୁ ଓହ୍ଲାଇବାରେ ଲାଗିଛନ୍ତି ।