ଇସଲାମାବାଦ:ଗୁଳିମାଡ଼ ପରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା PTI ମୁଖ୍ୟ ଇମ୍ରାନ ଖାନ । ଗୁରୁବାର ଅପରାହ୍ନରେ ପାକିସ୍ତାନର ଓ୍ବାଜିରାବାଦରେ ଇମ୍ରାନଙ୍କ ଦଳ ପିଟିଆଇ (Tehreek-e-Insaf (PTI) ପକ୍ଷରୁ ଏହି ରାଲି ଆୟୋଜନ କରାଯାଇଥିଲା । ଏଥିରେ ଇମ୍ରାନ ଖାନ ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଥିଲା (firing near rally of former Pakistan PM Imran khan)। ତେବେ ଆକ୍ରମଣ ନେଇ ଆଗରୁ ଅବଗତ ଥିଲି ବୋଲି କହିଛନ୍ତି ଇମ୍ରାନ ଖାନ ।
ଗୁଳିମାଡ଼ର ଗୋଟିଏ ଦିନ ପରେ କ୍ୟାମେରା ସାମ୍ନାକୁ ଆସିଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି, "ଆକ୍ରମଣ ନେଇ ମୁଁ ଗୋଟିଏ ଦିନ ଆଗରୁ ଅବଗତ ଥିଲି । ସେମାନେ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ । କିନ୍ତୁ ଏଥିରେ ବିଫଳ ହୋଇଛନ୍ତି । ମୁଁ ସାଧାରଣ ଲୋକଙ୍କ ମଧ୍ୟରୁ ଆସିଛି । ମୋ ପାର୍ଟି ସେନା ନିୟନ୍ତ୍ରଣରେ ନାହିଁ । ମୁଁ ଦେଶ ପାଇଁ ୨୨ ବର୍ଷ କାଳ ସଂଘର୍ଷ କରିଛି ।"